Take a fresh look at your lifestyle.

ମହିଳା ମହାବିଦ୍ୟାଳୟରେ ବନ ମହୋତ୍ସବ ସପ୍ତାହ ପାଳିତ

0 6

Get real time updates directly on you device, subscribe now.

ଭୁବନ :ଭୁବନ ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି । ‘ମୋ କଲେଜ’ ସଂଯୋଜକ ଅଧ୍ୟାପକ ନିରଂଜନ ନାୟକ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଦିଲ୍ଲୀପ କୁମାର ଦାସ ମୁଖ୍ୟ ଅତିଥି , ଯୁକ୍ତ ଦୁଇଅଧ୍ୟକ୍ଷ ସୁରେନ୍ଦ୍ର କୁମାର ପୋଥାଳ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବୃକ୍ଷରୋପଣ ଓ ପରିବେଶ ସୁରକ୍ଷା ସଂପର୍କରେ ଛାତ୍ରୀ ମାନଙ୍କୁ ମାର୍ଗଦର୍ଶନ କରିଥିଲେ ।

ପରେ ଅଧ୍ୟକ୍ଷ ଶ୍ରୀ ଦାସ ନିଜେ ବୃକ୍ଷରୋପଣ କରି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ଏନସିସି,ସ୍କାଉଟ୍ସ ଆଣ୍ଡ ଗାଇଡ୍ସ ,ଏନଏସଏସ ୟୁନିଟ ୧ , ୟୁନିଟ ୨ , ୟୁଥ ରେଡକ୍ରସ ର ସ୍ୱେଚ୍ଛାସେବୀ ଙ୍କ ସମେତଅଧ୍ୟାପକ, ଅଧ୍ୟାପିକା ଓକର୍ମଚାରୀ ମାନେ ଯୋଗଦେଇ ବୃକ୍ଷରୋପଣ କରିଥିଲେ ।

ଶେଷରେ ଅଧ୍ୟାପକ ନିରଂଜନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.