Take a fresh look at your lifestyle.

ମହିଳା ମହାବିଦ୍ୟାଳୟ ରେ ଦୁଇ ଦିନିଆ ଜାତୀୟ ସେମିନାର

"ପୁରୁଷ ଙ୍କ ମନସ୍ତାତ୍ତ୍ୱିକ ପରିବର୍ତ୍ତନରେ ହିଁ ନାରୀ ସମସ୍ୟା ଦୂରୀଭୂତ ହୋଇପାରିବ "

0 5

Get real time updates directly on you device, subscribe now.

ଭୁବନ ୧୯.୧୧-  ଭୁବନ ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ଆଇ ସି ଏସ ଏସ ଆର , ନୂଆଦିଲ୍ଲୀ ଆନୁକୁଲ୍ୟରେ ଦୁଇ ଦିନିଆ ଜାତୀୟ ସେମିନାର ଉଦଘାଟିତ ହୋଇଯାଇଛି ।

ଓଡ଼ିଶା ହ୍ୟୁମାନ ରାଇଟସ୍ କମିଶନ ସଦସ୍ୟ ଅସୀମ ଅମିତାଭ ଦାସ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏକବିଂଶ ଶତାବ୍ଦୀରେ ନାରୀ ଙ୍କ ପାଇଁ ସମସ୍ୟା ଓ ଆହ୍ବାନ ସମ୍ପର୍କରେ ରମାଦେବୀ ମହିଳା ବିଶ୍ଵ ବିଦ୍ୟାଳୟର କୁଳପତି ପ୍ରଫେସର ଅପରାଜିତା ଚୌଧୁରୀ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ଅନ୍ୟତମ ବକ୍ତା ଭାବେ ରାଉରକେଲା ନିଟ ଅର୍ଥନୀତି ପ୍ରଫେସର ଜଳଧର ପ୍ରଧାନ ସ୍ବାସ୍ଥ୍ୟ ଓ ମହିଳା ସମସ୍ୟା ସମ୍ପର୍କରେ ଆଲୋକପାତ କରିଥିଲେ।

ଭୁବନେଶ୍ୱର ଆଇଆଇଟି ଇଂରାଜୀ ପ୍ରଫେସର ଅକ୍ଷୟ କୁମାର ରଥ ନାରୀ ଙ୍କ ପ୍ରଗତିରେ ସମାଜର ଉତ୍ଥାନ ହୋଇ ପାରିବା ସହ ନିଜ ମାନସିକତା ଦ୍ଵାରା ଏହାର ପରିବର୍ତ୍ତନ ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ

। ଓଡ଼ିଶା ଉଚ୍ଚ ନ୍ୟାୟାଳୟ ର ବରିଷ୍ଠ ଆଇନଜୀବୀ ଶ୍ରୀନିବାସ ମହାନ୍ତି ଆଇନ ଆଜି ନାରୀ ଶକ୍ତିକୁ ସୁଦୃଢ଼ କରିପାରିଛି ଓ ଆମ ମାନଙ୍କର ମନସ୍ତାତ୍ତ୍ୱିକ ପରିବର୍ତ୍ତନରେ ହିଁ ନାରୀ ସମସ୍ୟା ଦୂରୀଭୂତ ହୋଇପାରିବ ବୋଲି ମତ ଦେଇଥିଲେ ।

ରମାଦେବୀ ମହିଳା ବିଶ୍ଵ ବିଦ୍ୟାଳୟର ରାଜନୀତି ବିଜ୍ଞାନ ମୁଖ୍ୟ ପ୍ରଫେସର ମାନସ କୁମାର ବେହେରା ନାରୀ ସମ୍ମାନ ଓ ସହଭାଗିତା ବେଦ ଠାରୁ ମନୁସୃତି ପର୍ଯ୍ୟନ୍ତ ଅଛି କିନ୍ତୁ ପୁରୁଷ ମାନଙ୍କ ମାନସିକ ପରିବର୍ତ୍ତନ ଯୋଗୁଁ ଆଜି ପର୍ଯ୍ୟନ୍ତ ନାରୀ ସୁରକ୍ଷା ଓ ନାରୀ ପ୍ରଗତି ବିଷୟରେ ଆମ୍ଭେ ଆଲୋଚନା କରୁଛେ ।

ପୁରୁଷର ମାନସିକ ପରିବର୍ତ୍ତନ ହିଁ ନାରୀ ଶକ୍ତିର ଜାଗରଣ ହୋଇପାରିବ ବୋଲି ମତପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମ କୁ ମହିଳା ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଦିଲ୍ଲୀପ କୁମାର ଦାସ ସଭାପତିତ୍ବ କରିଥିଲାବେଳେ ରାଜନୀତି ବିଜ୍ଞାନ ମୁଖ୍ୟ ପ୍ରଫେସର ଡକ୍ଟର ମମତା ପାତ୍ର ସଂଯୋଜନା କରିଥିଲେ ।

ଅଧ୍ୟାପକ ପ୍ରଶାନ୍ତ କୁମାର ରାଉତରାୟ ଧନ୍ୟବାଦ୍ ଅର୍ପଣ କରିଥିଲେ। ରାଜ୍ୟ ଓ ରାଜ୍ୟ ବାହାରୁ ୩୧ ଜଣ ରିସର୍ଚ୍ଚ ସ୍କୋଲାର ଙ୍କ ସହ ଅଧ୍ୟାପକ ,ଅଧ୍ୟାପିକା ଓ ଛାତ୍ରୀ ମାନେ ସେମିନାର ରେ ଅଂଶ ଗ୍ରହଣ କରିଥିଲେ । ମହିଳା ମହାବିଦ୍ୟାଳୟ ର ସମସ୍ତ କର୍ମଚାରୀ ସକ୍ରିୟ ଅଂଶ ଗ୍ରହଣ ଓ ସହଯୋଗ କରିଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.