Take a fresh look at your lifestyle.

କାଠ ଫାଳିଆରେ ମୁଣ୍ଡକୁ ଆଘାତ, ୩ ଆହତ

0 1

ଢେଙ୍କାନାଳ, ୧୩/୯(ଜ୍ଞାନ ରଞ୍ଜନ ଶତପଥି): ବାଲ୍ୟବିବାହ ବନ୍ଦ କରିବା ଉଦ୍ୟମ ସନ୍ଦେହରେ ଜଣେ ବୃଦ୍ଧଙ୍କୁ ତାଙ୍କ ଭାଇ, ପୁତୁରା ଓ ପୁତୁରା ବୋହୁ କାଠ ଫାଳିଆରେ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ସଦର ଥାନା ଅନ୍ତର୍ଗତ ତରଭା ଗ୍ରାମରେ ଏହି ଘଟଣା ଘଟିଛି। ଆକ୍ରମଣରେ ଘନଶ୍ୟାମ ବାରିକି (୬୫) ଗୁରୁତର ଆହତ ହୋଇଥିବାବେଳେ ତାଙ୍କ ପୁଅ କମଳ କୁମାର ବାରିକି ଓ ବୋହୁ ସରୋଜିନୀ ବାରିକି ମଧ୍ୟ ଆହତ ହୋଇଛନ୍ତି। 

ଅଭିଯୋଗ ଅନୁଯାୟୀ, କିଛିଦିନ ତଳେ ଘନଶ୍ୟାମଙ୍କ ଭାଇ ରଞ୍ଜନ ବାରିକି ତାଙ୍କ ନାବାଳକ ପୁଅର ଜଣେ ନାବାଳିକା ଝିଅ ସହ ବାଲ୍ୟବିବାହ କରାଉଥିବା ଖବର ମିଳିଥିଲା। ଏନେଇ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ଟିମ୍ ତରଫା ଫାଣ୍ଡି ପୁଲିସ ସହଯୋଗରେ ତରଭା ଗ୍ରାମରେ ଚଢ଼ଉ କରିଥିଲେ। ତେବେ ଖୋଜାଖୋଜି ସତ୍ତ୍ୱେ ନାବାଳିକାଙ୍କ ସନ୍ଧାନ ମିଳିନଥିଲା।

ଏହି ସୂଚନା ଘନଶ୍ୟାମଙ୍କ ପରିବାର ଚାଇଲ୍ଡ ହେଲ୍ପଲାଇନକୁ ଦେଇଥିବା ସନ୍ଦେହ କରି ଗତକାଲି ଅପରାହ୍ନରେ ରଞ୍ଜନ, ତାଙ୍କ ପୁଅ ଓ ବୋହୁ ଘନଶ୍ୟାମଙ୍କୁ କାଠ ଫାଳିଆରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଘନଶ୍ୟାମଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ତାଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।

ଏନେଇ ଘନଶ୍ୟାମଙ୍କ ପୁଅ ଓ ବୋହୁ ସଦର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସଦର ପୁଲିସ ଘଟଣାର ତଦନ୍ତ ଜାରି ରଖିଛି। ଇତିମଧ୍ୟରେ ରଞ୍ଜନ ବାରିକିଙ୍କ ପୁଅଙ୍କର ସେହି ଗ୍ରାମର ଜଣେ ନାବାଳିକାଙ୍କ ସହ ବାଲ୍ୟବିବାହ ହୋଇଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି।

- Advertisement -

Leave A Reply

Your email address will not be published.