Take a fresh look at your lifestyle.

ଶିଶୁ ମହୋତ୍ସବ ଉତ୍ସାହ ଓ ମହକ ପାଳିତ

0 5

ଢେଙ୍କାନାଳ : ଜିଲ୍ଲା ଶିଶୁ ସୁରକ୍ଷା ଶାଖା ଏବଂ ମହିଳା ଓ ଶିଶୁ ବିକାଶ ବିଭାଗ, ଓଡିଶା ସରକାରଙ୍କ ଆନୁକୂଲ୍ୟରେ ଗତ ୧୦ ଓ ୧୧ ତାରିଖ ୨ ଦିନ ଢେଙ୍କାନାଳ ଜିଲ୍ଲାର ତିନୋଟି ଶିଶୁ ଯତ୍ନ ଅନୁଷ୍ଠାନ ମହର୍ଷି ଦୟାନନ୍ଦ ସର୍ଭିସ ମିଶନ, ଆଦୃତା ଶିଶୁ ସଦନ ଓ ବିଶ୍ୱକୁନ୍ତଳା ଶିଶୁ ଗୃହର ଅନ୍ତେବାସୀ ମାନଙ୍କ ମଧ୍ୟରେ “ଉତ୍ସାହ ” ଉତ୍ସବରେ ବିଭିନ୍ନ ପ୍ରକାର କ୍ରୀଡା ଯଥା ଫୁଟବଲ, କ୍ୟାରମ, ଦୌଡ଼ ଓ ଡିଆଁ ଓ ଚେସ ଇତ୍ୟାଦି ପ୍ରତିଯୋଗିତା ଷ୍ଟାଡିଅମଠାରେ ହୋଇଯାଇଛି।

ତତ୍ ପରେ ଜିଲ୍ଲା ବିଜ୍ଞାନ କେନ୍ଦ୍ରଠାରେ ଚିତ୍ରାଙ୍କନ, ଜଣା ଅଜଣା, ତର୍କ, ସଙ୍ଗୀତ ଓ ନୃତ୍ୟ ଇତ୍ୟାଦି ପ୍ରତିଯୋଗିତା ହୋଇଥିଲା। ଏହି ସମସ୍ତ ପ୍ରତିଯୋଗିତାରେ ବିଜୟ ଲାଭ କରିଥିବା ଅନ୍ତେବାସୀମାନଙ୍କୁ ମାନପତ୍ର ଓ ପୁରସ୍କାର ବଣ୍ଟନ କରାଯାଇଥିଲା। ବିଜେତା ପ୍ରାର୍ଥୀମାନେ ରାଜ୍ୟସ୍ତରୀୟ ମହକ ଓ ଉତ୍ସାହ ମହୋତ୍ସବରେ ଭାଗ ନେବା ପାଇଁ ଚୟନ କରାଯାଇଥିଲା।

କ୍ରୀଡା ଓ ଆଭ୍ୟନ୍ତରୀଣ ପ୍ରତିଭା ପ୍ରଦର୍ଶନ ମାଧ୍ୟ୍ୟମରେ ଶିଶୁମାନେ ଆଗକୁ ଯାଇ ନିଜ ଭବିଷ୍ୟତ ଗଢ଼ିତୋଳିବେ ବୋଲି ଉପସ୍ଥିତ ମୁଖ୍ୟ ଅତିଥି ଶ୍ରୀ ପରେଶ ପଟ୍ଟନାୟକ ମତବ୍ୟକ୍ତ କରିଥିଲେ ଓ ଅନ୍ୟତମ ଅତିଥି  ଗୋଲଖ ବିହାରୀ ପାଣିଗ୍ରାହୀ, ଅଧ୍ୟକ୍ଷ, ଶିଶୁ ମଙ୍ଗଳ କମିଟି, ସଭ୍ୟ, ଶ୍ରୀ ଜିତେନ୍ଦ୍ର ପାଣି ଓ ସଭ୍ୟା ଶ୍ରୀମତୀ ଭାନୁମତି ପାଣି, ବରିଷ୍ଠ ସମାଜ ସେବି ଶ୍ରୀ ଅମୀୟ ଚାନ୍ଦ ମାର୍ଗ ଦର୍ଶନ କରାଇଥିଲେ।

ଉକ୍ତ ସମସ୍ତ କାର୍ଯ୍ୟକ୍ରମ ଗୁଡିକରେ ବିଚାରପତି ଭାବେ  ପରେଶ ପଟ୍ଟନାୟକ,  ପୁଷ୍ପଲତା ରଥ,  ନରେଶ ମହାରଣା,  ବିନ୍ଦୁର ରାଉଳ, ଶ୍ରୀ ସୁଶାନ୍ତ ଦାସ,  ସବିତା ଧୀର ଓ ମଧୁସ୍ମିତା ସାହୁ ପ୍ରମୁଖ ପ୍ରତିଯୋଗିତା ଗୁଡିକ କରାଇଥିଲେ। ଏହି ଦୁଇଦିନ ଧରି ସମସ୍ତ କାର୍ଯ୍ୟକ୍ରମ ଗୁଡିକର ପରିଚାଳନାରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ  ଅନୁରାଧା ଗୋସ୍ୱାମୀ ଓ ସମସ୍ତ କର୍ମଚାରି, ଶିଶୁ ସହାୟତା ହେଲ୍ପଲାଇନ୍ ର ସମସ୍ତ କର୍ମଚାରି ଓ ଶିଶୁ ଯତ୍ନ ଅନୁଷ୍ଠାନର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।

- Advertisement -

Leave A Reply

Your email address will not be published.