Take a fresh look at your lifestyle.

ଅହମ୍ମଦିଆ ମୁସଲିମ ଜମାତ କାଦିଆନ ଠାରେ ୧୨୬ ତମ ଆଧ୍ୟାତ୍ମିକ ବାର୍ଷିକ ସମ୍ମିଳନୀର ଶୁଭାରମ୍ଭ

0 1,247

ଗୁରଦାସପୁର (ଅନସାର୍ ଅଲୀ ଖାଁ): ଅନ୍ତଃରାଷ୍ଟ୍ରୀୟ ଅହମ୍ମଦିଆ ମୁସଲିମ୍ ଜମାତ ଭାରତର ରାଷ୍ଟ୍ରୀୟ ମୁଖ୍ୟାଳୟ, କାଦିଆନ୍ ଜିଲ୍ଲା ଗୁରଦାସପୁର (ପଞ୍ଜାବ) ଠାରେ ତିନି ଦିନିଆ ବାର୍ଷିକ ଜଲସା ୨୪ ଡିସେମ୍ବର ୨୦୨୧ ଦିନ ପବିତ୍ର କୋରାନର ପାଠ ଏବଂ ଜମାତର ପତାକା ଉତ୍ତୋଳନ ଏବଂ ସାମୂହିକ ପ୍ରାର୍ଥନାର ରୀତିନୀତି ସହିତ କାଦିଆନ୍ ର ଅହମଦିଆ ମୈଦାନରେ ଆରମ୍ଭ ହୋଇଥିଲା ।

ଏହି ସମ୍ମିଳନୀ ୨୬ ଡିସେମ୍ବରରେ ଶେଷ ହେବ।ଜମାତ ଅହମ୍ମଦିଆ ଭାରତର ମୁଖପାତ୍ର କେ.ତାରିକ ଅହମ୍ମଦ ଏକ ପ୍ରେସ ବିଜ୍ଞପ୍ତି ଜାରି କରି କହିଛନ୍ତି ଯେ ଅହମ୍ମଦିଆ ମୁସଲିମ ଜମାତର ପ୍ରତିଷ୍ଠାତା ହଜରତ ମିର୍ଜା ଗୁଲାମ ଅହମ୍ମଦ ସାହିବ ୧୩୦ ବର୍ଷ ପୂର୍ବେ ଆଲ୍ଲାହାଙ୍କଠାରୁ ଆଦେଶ ଗ୍ରହଣ କରି ଅମନ୍, ଶାନ୍ତି ଏବଂ ସୌହାର୍ଦ୍ଦ୍ୟ ର ମୂଳଦୁଆ ପକାଇ ଏହି ଆଧ୍ୟାତ୍ମିକ ସମ୍ମିଳନୀ ଟିକୁ ଆୟୋଜିତ କରିଥିଲେ, ଯାହାର ଉଦ୍ଦେଶ୍ୟ ହେଉଛି ବିଶ୍ଵକୁ ଇସଲାମର ସୁନ୍ଦର ତଥା ଶାନ୍ତିପୂର୍ଣ୍ଣ ଶିକ୍ଷା ବିଷୟରେ ଅବଗତ କରାଇବା, ଆଲ୍ଲାହାଙ୍କ ସହ ମନୁଷ୍ୟର ଏକ ଦୃଢ଼ ସମ୍ପର୍କ ସ୍ଥାପନ କରିବା, ମାନବଜାତିରେ ସୃଷ୍ଟି ହେଉଥିବା ବିଶୃଙ୍ଖଳା ଦୂର କରିବା, ପ୍ରେମ ତଥା ଭାଇଚାରାକୁ ପ୍ରୋତ୍ସାହିତ କରିବା ଏବଂ ମାନବ ଚରିତ୍ରକୁ ପ୍ରୋତ୍ସାହିତ କରିବା ଅଟେ। ଉକ୍ତ ଜଲସା, ତାହାର ଏହି ଗୈାରବ ପାଇଁ ଇତିହାସରେ ଏକ ସ୍ୱତନ୍ତ୍ର ସ୍ଥାନ ହାସଲ କରିଛି।

ସୂଚନାଯୋଗ୍ୟ ଯେ, ଏହା କେବଳ ଏକ ଆଧ୍ୟାତ୍ମିକ ସମ୍ମିଳନୀ, ଯେଉଁଥିରେ ବହୁ ଦୂରଦୂରାନ୍ତରର ଲୋକମାନେ ଏଠାରେ ଭାଗ ନେବାପାଇଁ ପହଞ୍ଚନ୍ତି, ଏବଂ ଆଧ୍ୟାତ୍ମିକ ଶାନ୍ତି ପ୍ରାପ୍ତ କରିଥାନ୍ତି। କୋରୋନା ମହାମାରୀ ହେତୁ ଅଳ୍ପ ସଂଖ୍ୟାରେ ଅତିଥିମାନେ ଏହି ସମାରୋହରେ ଯୋଗ ଦେଉଛନ୍ତି‌। ଭାରତ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀକୁ କଡାକଡି ପାଳନ କରାଯାଉଥିବାବେଳେ ନିରାପଦରେ ରହିବାକୁ ଆଲ୍ଲାହାଙ୍କ ନିକଟରେ ପ୍ରାର୍ଥନା ମଧ୍ୟ କରାଯାଉଛି। ସେ କହିଛନ୍ତି ଯେ, ଏହି ତିନି ଦିନିଆ କାର୍ଯ୍ୟକ୍ରମରେ ଅହମଦି ସ୍କଲର୍ସ ମାନବୀୟ ମୂଲ୍ୟବୋଧ, ଶାନ୍ତି ଏବଂ ସୌହାର୍ଦ୍ଦ୍ୟ ଉପରେ ଆଧାରିତ ଭାଷଣ ଦେବେ ତଥା ଏହି ଅବସରରେ ଅହମ୍ମଦିଆ ମୁସଲିମ ଜମାତର ସ୍ଲୋଗାନ “ପ୍ରେମ ସଭିଙ୍କ ପାଇଁ, ଘୃଣା କାହା ପ୍ରତି ନାହିଁ” କୁ ବିଶ୍ୱରେ ବିସ୍ତାର କରିବାକୁ ଚେଷ୍ଟା କରାଯିବ।

- Advertisement -

Leave A Reply

Your email address will not be published.