Take a fresh look at your lifestyle.

ପ୍ରକାଶ ହରି ପ୍ରଧାନ ମେମୋରିଆଲ କ୍ରିକେଟ : ଧଵଳଗିରି ଚମ୍ପିୟାନ

0 20

Get real time updates directly on you device, subscribe now.

ଯୋରନ୍ଦା : ଢେଙ୍କାନାଳ ଯୋରନ୍ଦା ସ୍ଥିତ ମହାବୀର କ୍ରିକେଟ ପଡିଆରେ ପ୍ରକାଶ ହରି ପ୍ରଧାନ ମେମୋରିଆଲ ଫାଇନାଲ ମ୍ୟାଚ ରେ ଧଵଳଗିରି ବିଜୟୀ ହୋଇଛି l ଆଜି ଫାଇନାଲ ମ୍ୟାଚରେ ଧବଳଗିରି (ଯାଜପୁର) ସହିତ ସ୍ମାଇଲ କ୍ରିକେଟ କ୍ଲବ (କଟକ) ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ପ୍ରଥମେ ଟସ ଜିତି ଧଵଳଗିରି ବ୍ୟାଟିଙ୍ଗ କରିବା ପାଇଁ ନିଷ୍ପତି ନେଇଥିଲା l ନିର୍ଦ୍ଧାରିତ ୨0 ଓଭରରେ ହରାଇ ୨୬୨ ରନ ସଂଗ୍ରହ କରିଥିଲା l ତାର ଜବାବରେ ୨୬୨ ପିଛା କରି ସ୍ମାଇଲ କ୍ରିକେଟ ତରଫରୁ ୮ ଉଇକେଟ ହରାଇ ୨୨୭ ରନ ସଂଗ୍ରହ କରି ପରାସ୍ତ ହୋଇଥିଲା l

ଧଵଳଗିରି ପକ୍ଷରୁ ପ୍ରଦୀପ ରାଉତ ସର୍ବାଧିକ ୫୫ ବଲ ଖେଳି ୧୪0 ରନ କରି ମ୍ୟାନ ଅଫ ଦ ମ୍ୟାଚ ଏବଂ ମ୍ୟାନ ଅଫ ଦ ଟୁର୍ନାମେଣ୍ଟ ହେଇଥିଲେ l ସ୍ମାଇଲ କ୍ରିକେଟ ତରଫରୁ ସୁଶୀଲ ସର୍ବାଧିକ ୩୬ ବଲ ଖେଳି ୮୫ ରନ କରିଥିଲେ l ବେଷ୍ଟ ବୋଲର ଭାବେ ପାଇଥିଲେ ସନ୍ଦୀପ ଚାନ୍ଦ l ଖେଳକୁ ପରିଚାଳନା କରିଥିଲେ ସବ୍ୟସାଚୀ ସାହା ଏବଂ ଭବାନୀ ଶଙ୍କର ପାତ୍ର l ସ୍କୋର ବୋର୍ଡ କୁ ସହଯୋଗ କରିଥିଲେ ଅଗ୍ନିଦୀପ ନାୟକ ଏବଂ ମହିମା ପ୍ରସାଦ ସାହୁ l ଧାରା ବିବରଣୀ ପ୍ରଦାନ କରିଥିଲେ କୁନା ପୁହାଣ l

ଆଜିର ମ୍ୟାଚ ରେ ମୁଖ୍ୟ ଅତିଥି ଭାବେ ବିଧାୟକ ପ୍ରତିନିଧି ନିରାକାର ରାଉତ, ପଞ୍ଚାନନ ସ୍ୱାଇଁ, ପ୍ରଦୀପ ରାଉତ , ସମାଜସେବୀ ଆରତୀ ନାୟକ, ଜିତେନ୍ଦ୍ର ସାହୁ,ଖେଳର ପ୍ରତିଷ୍ଠାତା ସତ୍ୟଜିତ ନାୟକ, ପ୍ରଭାସ ରଞ୍ଜନ ରାଉତ, ପ୍ରକାଶ ନାୟକ,ପାରସେଶ୍ୱର ନାୟକ, ପାର୍ଥସାରଥୀ ସାହା, ବିନୟ ରାଉତ (ରଙ୍ଗା) ସହଯୋଗ କରିଥିଲେ l

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.