Take a fresh look at your lifestyle.

କପିଳାସ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ -ଓ -ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ

0 0

Get real time updates directly on you device, subscribe now.

ଗଁଦିଆ  ; ରାଜ୍ୟ ସରକାରଙ୍କ ଆୟୋଜିତ ନୂଆ -ଓ -ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମକୁ ଗଁଦିଆ କପିଳାସ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଗତ ନଭେମ୍ବର ମାସ 25ତାରିଖ ଠାରୁ ଆରମ୍ଭ ହୋଇଯାଇଛି ଉକ୍ତ କାର୍ଯ୍ୟକ୍ରମ କୁ ବିଦ୍ୟାଳୟର ଅଧକ୍ଷ ବୀରକିଶୋର ଦତ୍ତ ଉଦଘାଟନ କରିଥିଲେ [

ଏହି ଅବସରରେ  ସାଂସ୍କୃତିକ, କ୍ରୀଡା, ଏବଂ ସାମାଜିକ ସଚେତନତା କାର୍ଯ୍ୟ ଗୁଡିକ ନୋଡାଲ ଅଫିସର ଗୋଲକ ଚନ୍ଦ୍ର ନାୟକଙ୍କ ତତବଧାନରେ ଚାଲୁ ରହିଛି | ପ୍ରବନ୍ଧ, ତର୍କ, ସାଧାରଣଜ୍ଞାନ, ଝୋଟି, ରଙ୍ଗୋଲି, ଚିତ୍ରାଙ୍କନ, ମେହେନ୍ଦି, ଆଦି ସାଂସ୍କୃତିକ ପ୍ରତିଯୋଗିତା ସହ କ୍ରୀଡା ବିଭାଗରେ ଖୋ ଖୋ, କବାଡି, ବ୍ୟାଡ଼ମୀଣ୍ଟନ, କ୍ୟାରମ, ଚେସ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି|

ସେହିପରି ସାମାଜିକ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ପରିମଳ ଅଭିଯାନ, ପ୍ଲାଷ୍ଟିକ ମୁକ୍ତ ଅଭିଯାନ ସଫେଇ ଅଭିଯାନ ବାଲ୍ୟବିବାହ ଅଭିଯାନ ମହିଳା ଅଧିକାର ସଚେତନତା ସୁସ୍ଥ ଜୀବନ ଶୈଳୀ (ଯୋଗ )ଆଦି କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଯାଇଛି |

ଅନ୍ୟାନ କ୍ରୀଡା ସାଂସ୍କୃତିକ ଓ ସାମାଜିକ କାର୍ଯ୍ୟକ୍ରମ ମାନ ଆଗାମୀ ଦିନରେ ଆରମ୍ଭ କରାଯାଇ ଚଳିତ ମାସ 25ତାରିଖ ରେ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହେବ

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.