Take a fresh look at your lifestyle.

ସଚ୍ଚିଦାନନ୍ଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ, ନୂଆ -ଓ ନବୀନ ଓଡିଶା, ଯୁବ ଓଡ଼ିଶା କାର୍ଯ୍ୟକ୍ରମ

0 1

Get real time updates directly on you device, subscribe now.

ଢେଙ୍କାନାଲ ଜିଲ୍ଲା  ଇଂଦିପୁର ସ୍ଥିତ    ସଚ୍ଚିଦାନନ୍ଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ, ନୂଆ -ଓ ନବୀନ ଓଡିଶା, ଯୁବ ଓଡ଼ିଶା କାର୍ଯ୍ୟକ୍ରମ ଅଧୀନ ରେ ପରିଚାଳିତ କ୍ରୀଡା ମହୋତ୍ସବ ଉଦଯାପିତ ହୋଇଛି।

ବିଗତ ପାଞ୍ଚ ଦିନ ଧରି ଚାଲିଥିବା ଏହି ମହୋତ୍ସବ ରେ ପିଲାମାନଙ୍କ ମଧ୍ୟରେ କବାଡି, କ୍ରିକେଟ, ଭଲିବଲ, ଦୌଡ, ଲମ୍ବ ଡିଆଁ, ସର୍ଟପୁଟ,
ଡିଷ୍କସ, ଜାବେଲିନ ଥ୍ରୋ, କ୍ୟା୍ରୋମ, ଚେସ ଆଦି ଅନେକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

ଉଦଯାପନୀ ଉତ୍ସବ ରେ ଇନ୍ଦିପୁର ର ସ୍ଥାନୀୟ ଜିଲ୍ଲା ପରିଷଦ ସଦଶ୍ୟ ଶ୍ରୀଯୁକ୍ତ ରାଜକିଶୋର ରାଉତ ମୁଖ୍ୟ ଅତିଥି ଏବଂ ସମ୍ମାନିତ ଅତିଥି ଭାବରେ ଇନ୍ଦିପୁର ଗ୍ରାମପଂଚାୟତ ସରପଞ୍ଚ ଶ୍ରୀମତୀ ଲଳିତା ସାହୂ,ସମିତି ସଭ୍ୟ ଯୁଗଳ କିଶୋର ରାଉତ,ନୂଆ -ଓ କାର୍ଯ୍ୟକ୍ରମ ର ଜିଲ୍ଲା ନୋଡାଲ ଅଧିକାରୀ ଡକ୍ଟର ଦେବାଶିଷ ମହାନ୍ତି, ଡ଼କ୍ଟର ଅମୃତ ସେଠୀ ପ୍ରମୁଖ ଯୋଗ ଦେଇ ବିଭିନ୍ନ କ୍ରୀଡା ରେ ସଫଳତା ଲାଭ କରିଥିବା ଛାତ୍ରୀ ଛାତ୍ର ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

ଅନୁଷ୍ଠାନ ର କ୍ରୀଡା ପ୍ରମୁଖ ଶ୍ରୀଯୁକ୍ତ ପ୍ରଦୀପ୍ତ କୁମାର ସ୍ୱାଇଁ, ଖେଳ ଶିକ୍ଷକ ଚିରଞ୍ଜୀବି ବୋଷ ଏବଂ ଅନ୍ୟ ସମସ୍ତ ଅଧ୍ୟାପିକା ଅଧ୍ୟାପକ କର୍ମଚାରୀ ଏହାକୁ ପରିଚାଳନା କରିଥିଲେ। ଅଧକ୍ଷ ଶ୍ରୀଯୁକ୍ତ ପ୍ରଦୀପ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.