Take a fresh look at your lifestyle.

୧୦୧ ୟୁନିଟି ରକ୍ତ ସଂଗୃହୀତ

0 7

ଢେଙ୍କାନାଳ  : ଢେଙ୍କାନାଲ ଦୁର୍ଗା ବଜାର ରାଜବାଟୀ ନିକଟରେ ଅବସ୍ଥିତ ଲାଇଫ୍ ଚେଞ୍ଜିକ୍ ନୁ୍ୟଟ୍ରିସନ୍ ତରଫରୁ ଅନୁଷ୍ଠାନ ଗୃହରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।

ଏହି ରକ୍ତଦାନ ଶିବିରକୁ ଜିଲ୍ଲା ରକ୍ତଦାତା ଅନୁପ୍ରେରକ ସଂଘର ସଭାପତି ଆଇନ୍ଜୀବୀ ବିରଂଚି ନାରାୟଣ ପାଣି ଉଦ୍ଘାଟନ କରିଥିଲେ ।

ଅନୁଷ୍ଠାନର ମୁଖ୍ୟ ପ୍ରଶିକ୍ଷକ ରଞ୍ଜିତ୍ ବିଶାଲଙ୍କ ତତ୍ୱାବଧାନରେ ଅନୁଷ୍ଠିତ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରରେ ୧୦୧ ୟୁନିଟି ରକ୍ତ ସଂଗୃହୀତ ହୋଇଥିଲା । ଯୁବ କ୍ରୀଡାବିତ୍ ସ୍ୱର୍ଗତ ଡିଗଲ୍ ଦାସଙ୍କ ସ୍ମୃତିରେ ତାଙ୍କ ସାଥିମାନେ ରକ୍ତଦାନ କରିଥିଲେ ।

ଲାଇଫ୍ ଚେଞ୍ଜିଙ୍ଗ୍ ନୁ୍ୟଟ୍ରିସନ୍ର ଅନେକ ସଦସ୍ୟ ଓ ସଦସ୍ୟା ତଥା ଢେଙ୍କାନାଳର ରକ୍ତଦାତାମାନେ ରକ୍ତଦାନ କରିଥିଲେ । ସ୍ୱାସ୍ଥ୍ୟ ହିଁ ସମ୍ପଦ ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନ ସବୁବେଳେ ଆଗେଇନେଇଥିବାବେଳେ ଆଗାମୀ ଦିନରେ ସ୍ୱାସ୍ଥ୍ୟସେବା ଶିବିର, ରକ୍ତଦାନ ଶିବିର ଓ ସମାଜସେବା କାର୍ଯ୍ୟ ଅନୁଷ୍ଠାନ ତରଫରୁ ଜାରି ରହିବ ।

ଲାଇଫ୍ ଚେଞ୍ଜିଙ୍ଗ୍ ଟୁ୍ୟଟ୍ରିସନ୍ ଦ୍ୱାରା ଜଣେ ବ୍ୟକ୍ତି ଶତାଧିକ ବର୍ଷ ପର୍ଯ୍ୟନ୍ତ ସୁସ୍ଥ ରହିବା ସହିତ କାର୍ଯ୍ୟକ୍ଷମ ରହିପାରିବ । ଏଣୁ ସମସ୍ତେ ଅନୁଷ୍ଠାନର ସଦସ୍ୟ ହୋଇ ଏହାର ସୁଯୋଗ ନେବାକୁ ବରିଷ୍ଠ ସଦସ୍ୟ ଆଡଭୋକେଟ୍ ଦେବାଶିଷ ମିଶ୍ର ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଢେଙ୍କାନାଳ ନଗରପାଳ ଜୟନ୍ତୀ ପାତ୍ର, ଉପ-ନଗରପାଳ ପ୍ରକାଶ ଚନ୍ଦ୍ର କୁଅଁର, କାଉନ୍ସିଲର ସନ୍ଦୀପ ଷଢଙ୍ଗୀ, ଲିପିକା ଦାସ, ଜିଲ୍ଲା ବିଜେଡି ମହିଳା ସଭାନେତ୍ରୀ ସାଗରିକା ମିଶ୍ର, ପୂର୍ବତନ ନଗରପାଳ ସୁଧାଂଶୁ ଦଳେଇ, ବିଜେପି ଯୁବମୋର୍ଚ୍ଚା ସଭାପତି ମହାଦୀପ ଯଶୋବନ୍ତ ମହିମା, ସମାଜସେବୀ ରଞ୍ଜନ ନାୟକ, ଛାତ୍ର ବିଜେଡି ଟାଉନ୍ ସଭାପତି ସୋନୁରାମ୍ ସିଂ, ପୂର୍ବତନ କାଉନ୍ସିଲର୍ ରମଣି ରଞ୍ଜନ ଦାସ, ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ ।

- Advertisement -

Leave A Reply

Your email address will not be published.