Take a fresh look at your lifestyle.

ମହିମା ତପୋବନ ପୀଠରେ ୨୧ ଦିନାଙ୍କ ଯୋଗନିଦ୍ରା ଉତ୍ସବର ଶୁଭାରମ୍ଭ

0 2

Get real time updates directly on you device, subscribe now.

ଢେଙ୍କାନାଳ : ମହିମାସ୍ୱାମୀଙ୍କ ୨୧ ଦିନାଙ୍କ ଯୋଗନିଦ୍ରା ଉତ୍ସବର ଶୁଭାରମ୍ଭ ଡିସେମ୍ବର ୧୪ ଗୁରୁବାର ଦିନ କପିଳାସ ମହିମା ତପୋବନ ପୀଠରେ ଆରମ୍ଭ ହୋଇଛି ।

ଏହି ସମାରୋହ ମାର୍ଗଶୀର ଶୁକ୍ଲ ପ୍ରତିପଦା ତିଥିରୁ ଆରମ୍ଭ ହୋଇ ଜାନୁଆରୀ ୪ ତାରିଖ ପୌଷ କୃଷ୍ଣ ଅଷ୍ଟମୀ ତିଥିରେ ସଂପୂର୍ଣ୍ଣ ହେବ । ଉଦ୍ଘାଟନୀ ସମାରୋହରେ ବନଖଣ୍ଡ ଅଧିକାରୀ ସୁମିତ୍ କର ମୁଖ୍ୟ ଅତିଥି ଭାବେ ଯୋଗଦେଇ ସନାତନ ସଂସ୍କୃତିରେ ସମସ୍ତ ଋଷିମୁନି ଗଣ ଅରଣ୍ୟର ଶାନ୍ତସ୍ନିଗ୍ଧ ପରିବେଶରେ ହିଁ ତପସାଧନା କରିଥିବାର ଦୃଷ୍ଟାନ୍ତ ରହିଛି ।

କପିଳାସ ତପୋବନ ପୀଠକୁ ସଂପୂର୍ଣ୍ଣ ପ୍ଲାଷ୍ଟିକ୍ ମୁକ୍ତ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଏହା ହେଲେ ପୀଠର ମହତ୍ୱ ଅଧିକ ବୃଦ୍ଧି ପାଇବ ବୋଲି ଶ୍ରୀ କର ମତ ଦେଇଥିଲେ । ପରିବେଶକୁ ଆଖି ଆଗରେ ରଖି ଏଠାରେ ଝରଣା ଜଳକୁ ସଂରକ୍ଷଣ କରିବା ଦିଗରେ ସେ ଉଦ୍ୟମ କରିବେ ବୋଲି କହିଥିଲେ ।

ଚଲିତ ବର୍ଷ ତପୋବନ ରାସ୍ତାର ସ୍ଥାୟୀ ଦୃଢୀକରଣ କରାଯାଇଥିବାର ମତ ରଖିଥିଲେ । କୌପିନଧାରୀ ମହିମା ସମାଜର ଧର୍ମାଧ୍ୟକ୍ଷ ଶ୍ରୀମଦ୍ ରଘୁନାଥ ବାବା ସଭାରେ ଅଧ୍ୟକ୍ଷତା କରି ମହିମା ଧର୍ମର ଉପାଦେୟତା ଏବଂ ଯୋଗନିଦ୍ରା ଦିବସ ପାଳନର ତାତ୍ପର୍ଯ୍ୟତା ସଂପର୍କରେ ମତ ରଖିଥିଲେ ।

ସ୍ୱର୍ଗ, ମର୍ତ୍ୟ ଓ ପାତାଳ ଏହି ଲୋକରେ ୭ଟି ଲେଖାଏଁ ୨୧ଟି ପୁର ଥିବାର ସୂଚନା ଦେଇ ଏହାର ପ୍ରତିକାତ୍ମକ ରୂପେ ମହିମାସ୍ୱାମୀ ୨୧ଦିନ ନିରାହାର ଯୋଗନିଦ୍ରା ଯାଇ ପରଦିନ ଧରିତ୍ରୀ ମାତାଙ୍କ ଠାରୁ ଅନ୍ନଭିକ୍ଷା ଗ୍ରହଣ କରିଥିଲେ । ଏହି ଭିକ୍ଷା ଗ୍ରହଣ ଉତ୍ସବ ଯୋଗନିଦ୍ରା ଉପାରନ୍ତ ଜାନୁଆରୀ ୪ ତାରିଖ ଗୁରୁବାର ଦିନ ତପୋବନ ପୀଠରେ ଅନୁଷ୍ଠିତ ହେବ ବୋଲି ଶ୍ରୀମଦ୍ ରଘୁନାଥ ବାବା ସୂଚନା ଦେଇଥିଲେ ।

ସମାରୋହର ମୁଖ୍ୟବକ୍ତା ଭାବେ ଜ୍ୟୋତିଯାତ୍ରା ସଂଯୋଜକ ଶିକ୍ଷାବିତ୍ ପ୍ରଦୁ୍ୟମ୍ନ ରଥ ଯୋଗଦେଇ ତପୋବନ ପୀଠକୁ ଏକ ପରିବେଶ ଅନୁକୂଳ ପର୍ଯ୍ୟଟନ କେନ୍ଦ୍ର ଭାବେ ଗଢି ତୋଳିବାକୁ ଜିଲ୍ଲା ବନଖଣ୍ଡ ଅଧିକାରୀଙ୍କ ସହଯୋଗ ଲୋଡିଥିଲେ । ଜୀବଜନ୍ତୁ ଓ ଆଶ୍ରମ ଅନ୍ତେବାସୀଙ୍କ ସୁବିଧା ପାଇଁ ଝରଣା ଜଳର ସଂରକ୍ଷଣ ଦିଗରେ ବନବିଭାଗ ସହଯୋଗ କରୁ ବୋଲି ଶ୍ରୀ ରଥ ମତପ୍ରକାଶ କରିଥିଲେ । ସଦର ବ୍ଲକ୍ର କନିଷ୍ଠ ଯନ୍ତ୍ରୀ ମହିମାଭକ୍ତ ନିମାଇଁ ଚରଣ ନାୟକ ଅନ୍ୟତମ ଅତିଥି ଭାବେ ଯୋଗଦେଇ ଖୁବ୍ ଶୀଘ୍ର ବ୍ଲକ୍ ପକ୍ଷରୁ ୫୨ଲକ୍ଷ ଟଙ୍କା ସରକାରୀ ଅନୁଦାନର ବିନିଯୋଗ କରାଯାଇ ତପୋବନ ପୀଠର ଆବଶ୍ୟକୀୟ ଉନ୍ନତି କରାଯିବ ବୋଲି ସୂଚନା ଦେଇଥିଲେ ।

ନଠୁଆ ଓ ନାଗିଆପଶିର ମହିମା ଭଜନ ମଣ୍ଡଳୀ ଉଚ୍ଚ କୋଟିର ଭଜନ ପରିବେଷଣ କରି ପୀଠରେ ଆଧ୍ୟାତ୍ମିକତାର ପ୍ଲାବନ ଆଣିଥିଲେ । କନିଷ୍ଠଯନ୍ତ୍ରୀ ଶ୍ରୀ ନାୟକ ମଧ୍ୟ ସନ୍ଥ ଭୀମଭୋଇଙ୍କ ଭଜନ ପରିବେଷଣ କରିଖିଲେ । “ତପୋବନ’ ପତ୍ରିକା ସଂପାଦକ ଭକ୍ତ ପ୍ରଶାନ୍ତ ମହାପାତ୍ର ସ୍ୱାଗତ ଅଭିଭାଷଣ ଦେଇଥିଲେ । ନାଗିଆପଶି ସମିତିସଭ୍ୟ ସୁବାଷ ଚନ୍ଦ୍ର ପୃଷ୍ଟି, ବେଲଟିକିରି ସମିତିସଭ୍ୟ ଦିଲ୍ଲୀପ ସାମଲ, କୁଲାଡ ମହିମାଟୁଙ୍ଗୀରୁ ରବି ବାବା, ପ୍ରଣବ ଗାନ୍ଧି ଜେନା ଓ ରାଜେଶ ଜେନା, ଖଲାରିରୁ ଶ୍ରୀକାନ୍ତ ଦେହୁରୀ, ସାକସିଙ୍ଗାର ଦିନବନ୍ଧୁ ପ୍ରଧାନ ଓ ଦୈତାରୀ ପ୍ରଧାନ, ଜ୍ଞାନି ବାବା, ବିନୋଦ ବାବା, ମନ୍ତ୍ରୀ ବାବା, ସନକ ବାବା, କରୁଣା ବାବା, ନିରାକାର ବାବା, ବସନ୍ତ ସାହୁ, ବିଶ୍ୱାମିତ୍ର ମେହେର, ଅଲ୍ଲି ମେହେର ଓ ଲବଙ୍ଗଲତା ଦେହୁରୀ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଏହି ଯୋଗନିଦ୍ରା ଆଦ୍ୟ ଦିବସ ସମାରୋହରେ ସାମିଲ୍ ହୋଇଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.