Take a fresh look at your lifestyle.

ଯୋଗ ଶିବିର ଓ ସଡକ ସୁରକ୍ଷା ସଚେତନତା

0 1

Get real time updates directly on you device, subscribe now.

ଢେଙ୍କାନାଳ : ଢେଙ୍କାନାଳ ଜିଲା ସଦର ବ୍ଲକ ବେଲଟିକିରିସ୍ଥିତ ଆଂଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ବୁଧବାର ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ ଏକ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଏବଂ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା ।

ଛାତ୍ରୀଛାତ୍ର ଅଧ୍ୟାପିକ ଅଧ୍ୟାପକମାନେ ପ୍ରଥମେ କଲେଜର ମୁଖ୍ୟ ଫାଟକ ସମ୍ମୁଖରେ ସଡକ ସୁରକ୍ଷା ସମ୍ପର୍କିତ ବିଭିନ୍ନ ସ୍ଲୋଗାନମାନ ଦେଇ ଯାତ୍ରୀ ମାନଙ୍କୁ ଚକୋଲେଟ୍ ଦେଇ ସଚେତନ କରାଇଥିଲେ । ଏହାପରେ ଛାତ୍ରୀଛାତ୍ରମାନେ ଶୋଭାଯାତ୍ରାରେ ବେଲିଟିକିରି ହାଟ ଛକକୁ ଯାଇ ଲୋକମାନଙ୍କୁ ସଚେତନ କରାଇଥିଲେ

କଲେଜର ଅଧ୍ୟକ୍ଷ ସୁରେଶ ପ୍ରସାଦ ମିଶ୍ରଙ୍କ ତତ୍ୱାବଧାନରେ ସମସ୍ତ କାର୍ଯ୍ୟକ୍ରମରେ ନୋଡାଲ ଅଫିସର ଅଧ୍ୟାପକ ବିକାଶ କୁମାର ଦାସ, ଅଧ୍ୟାପକ ଦିଲୀପ କୁମାର ପରିଡା, ଅଧ୍ୟାପକ ଅରୁଣ କୁମାର ସାମଲ, ପଙ୍କଜ ଚରଣ ଦେହୁରୀ, ଅଧ୍ୟାପିକା ଲୋପାମୁଦ୍ରା ବେହେରା, ମନ୍ଦାକିନୀ ଦାସ ଓ ସମସ୍ତ କର୍ମଚାରୀ ଅଂଶଗ୍ରହଣ କରିଥିଲେ ।

ସେହିପରି ଗୁରୁବାର ପୂର୍ବାହ୍ନ ୧୧ଟା ସମୟରେ ଏକ ଯୋଗ ଶିବିରର ଆୟୋଜନ କରାଯାଇଥିଲା । ଯୋଗ ପ୍ରଶିକ୍ଷକ ପ୍ରଳୟ କୁମାର ଦାସ ଯୋଗଦେଇ ଶିବିରରେ ଛାତ୍ରୀଛାତ୍ରମାନଙ୍କୁ ଆସନ, ପ୍ରାଣାୟମ ଓ ଧ୍ୟାନ ସମ୍ପର୍କିତ ଯୋଗାଭ୍ୟାସ କରାଇଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.