Take a fresh look at your lifestyle.

ଗ୍ରାମୀଣ ଡାକ ସେବକମାନଙ୍କ ଅନିର୍ଦ୍ଦିଷ୍ଟକାଳ ଧର୍ମଘଟ

0 8

Get real time updates directly on you device, subscribe now.

ଢେଙ୍କାନାଳ : ସର୍ବଭାରତୀୟ ସ୍ତରରେ ମିଳିତ କ୍ରିୟାନୁଷ୍ଠାନ କମିଟିର ନିଷ୍ପତି ଓ ଆହ୍ୱାନ କ୍ରମେ ଗତ ୧୨ ତାରିଖ ଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଢେଙ୍କାନାଳ ଜିଲାର ଗ୍ରାମୀଣ ଡାକ ସେବକ ମାନେ ଧର୍ମଘଟ କରିଛନ୍ତି ।

ସେମାନଙ୍କର ମୁଖ୍ୟ ଦାବୀ ଗୁଡିକ ଗ୍ରାମୀଣ ଡାକ ସେବକଙ୍କ କାର୍ଯ୍ୟ ନିର୍ଘଣ୍ଟ ଦୈନିକ ୮ ଘଣ୍ଟା ସ୍ଥିର କରାଯାଉ, ପ୍ରତି ୧୨ ବର୍ଷରେ ଆର୍ଥିକ ପଦୋନ୍ନତି ଦେବା ସୁପାରିଶକୁ ଶୀଘ୍ର ଲାଗୁ କରାଯାଉ, ସମସ୍ତ ଗ୍ରାମୀଣ ଡାକ ସେବକଙ୍କୁ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟବୀମା ପ୍ରଦାନ କରିବା, ଗ୍ରାମୀଣ ଡାକସେବକମାନଙ୍କୁ ପେନ୍ସନ୍ ପ୍ରଦାନ ଏବଂ ଗ୍ରାଚୁ୍ୟଇଟି ଓ ସେଭେରାନ୍ସ ଆଲଉନ୍ସ ପ୍ରଦାନ , ଟାର୍ଗେଟ୍ ନାଁରେ ଅଧିକାରୀମାନଙ୍କ ଜୁଲମ୍ ବନ୍ଦ ଇତ୍ୟାଦି

ଦାବି ପୂରଣ ପାଇଁ ସଂଘର ସଭାପତି ସତ୍ୟବାଦୀ ରାଉତ, ସଂପାଦକ ହରେଶ ଚନ୍ଦ୍ର ମିଶ୍ର ଓ ଉପସଭାପତି ପ୍ରଭାକର ନାୟକ ଦାବୀ କରିବା ସହିତ ଭାରତୀୟ ଡାକସେବା ବିଗତ ୧୬୦ ବର୍ଷର ସଫଳତାର ଇତିହାସରେ ଗ୍ରାମୀଣ ଡାକସେବକମାନଙ୍କ ଭୂମିକା ଅନସ୍ୱୀକାର୍ଯ୍ୟ ।

ତାଙ୍କର ନିଷ୍ଠା, କାର୍ଯ୍ୟଦକ୍ଷତା ଓ ତ୍ୟାଗ ବଳରେ ଦେଶର ଡାକସେବା ସାରା ବିଶ୍ୱରେ ସମ୍ମାନିତ ଓ ଉଚ୍ଚ ପ୍ରଶଂସିତ ବୋଲି ପ୍ରେସ ବିଜ୍ଞପ୍ତି ରେ ପ୍ରକାଶ କରିଛନ୍ତି । ଦୀର୍ଘଦିନର ନୀରବଚ୍ଛିନ୍ନ ସେବା ବଦଳରେ ସେମାନଙ୍କୁ ମିଳିଛି କେବଳ ମିଥ୍ୟା ପ୍ରତିଶୃତି ଓ ପ୍ରତାରଣା ।

କେନ୍ଦ୍ର ସରକାର ସବୁ ବର୍ଗର କର୍ମଚାରୀ ଓ ସାଧାରଣ ଜନତାଙ୍କ ପାଇଁ ବିଭିନ୍ନ କଲ୍ୟାଣମୂଳକ କାର୍ଯ୍ୟକ୍ରମ କ୍ରିୟାନ୍ୱିତ କରୁଥିବା ବେଳେ ସେମାନଙ୍କୁ ଉପେକ୍ଷିତ କରି ଆର୍ଥିକ, ମାନସିକ ଓ ସାମାଜିକ ସ୍ତରରେ ଚରମ ଅବହେଳା ପ୍ରଦର୍ଶନ କରୁଛନ୍ତି । ବାରମ୍ବାର ସରକାରଙ୍କ ନିକଟରେ ଦାବୀ ଓ ଆଲୋଚନା ସତ୍ୱେ ମିଥ୍ୟ ପ୍ରତିଶୃତି ଦେଇ ଟାଳଟୁଳ ନୀତି ଅବଲମ୍ବନ କରି ନିଷ୍ଠୁର ମାନସିକ ନିର୍ଯ୍ୟାତନା ଦେଉଛନ୍ତି ।

ଯାହା ଫଳରେ ଆମ୍ଭମାନଙ୍କର ସହିବା ସୀମା ଅତିକ୍ରମ କରି ସରିଲାଣି । ବିଗତ ଦିନ ମାନଙ୍କରେ ସେମାନେ ପ୍ରତିବାଦ ସ୍ୱରୂପ ଅନେକ ଧାରଣା, ଧର୍ମଘଟ କରିଥିଲେ ମଧ୍ୟ ସରକାର ସେଥିପ୍ରତି ଦୃଷ୍ଟି ଦେଉନାହାନ୍ତି । କେବଳ ଦାବୀ ପୂରଣ କରିବାର ପ୍ରତିଶୃତି ଆଳରେ ସମୟ ଗଡାଇ ଚାଲିଛନ୍ତି ବୋଲି ଅଭିଯୋଗ କରିଛନ୍ତି ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.