Take a fresh look at your lifestyle.

ଗ୍ୟାସ୍ ଟାଙ୍କି ଫାଟି ଜଣେ ମୃତ

ଗ୍ୟାସ୍ ଟାଙ୍କି ଫାଟି ଜଣେ ମୃତ

0 3

Get real time updates directly on you device, subscribe now.

ଢେଙ୍କାନାଳ : ଢେଙ୍କାନାଳ ଟାଉନ୍ ଥାନା ଅନ୍ତର୍ଗତ କୁଞ୍ଜକାନ୍ତ ଅଞ୍ଚଳରେ ଗ୍ୟାସ୍ ଟାଙ୍କି ଫାଟି ଜଣଙ୍କର ମୃତ୍ୟୁ ହୋଇଛି । କୁଞ୍ଜକାନ୍ତ ଉତ୍ତରମଧୁବନ ନିବାସୀ ଶମ୍ଭୁପ୍ରସାଦ ରଥ ବୁଧବାର ରାତି ୮.୫ ମିନିଟ୍ ସମୟରେ ଘରେ ରୋଷେଇ କରୁଥିଲେ ।

ଘର ମଧ୍ୟରେ ଥିବା ୩ଟି ଟାଙ୍କିରୁ ଗ୍ୟାସ୍ ଲିକ୍ ହୋଇ ୨ଟି ଟାଙ୍କି ଫାଟି ଯାଇଥିଲା । ବନ୍ଦ ଘର ଭିତରେ ରହି ଶମ୍ଭୁପ୍ରସାଦ ଜଳି ଯାଇଥିଲେ । ସ୍ଥାନୀୟ ଲୋକଙ୍କଠାରୁ ଖବରପାଇ ଢେଙ୍କାନାଳ ଦମକଳ କର୍ମଚାରୀମାନେ ବନ୍ଦ ଘର କବାଟ ଭାଙ୍ଗି ଶମ୍ଭୁପ୍ରସାଦଙ୍କୁ ଉଦ୍ଧାର କରି ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ ।

ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ଘଟଣା ପରେ ସ୍ଥାନୀୟ ଅଞ୍ଚଳ ଲୋକାରଣ୍ୟ ହୋଇଉଠିଛି । ଟାଉନ୍ ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.