Take a fresh look at your lifestyle.

ଅସୁସ୍ଥ ଦନ୍ତା ହାତୀର ଚିକିତ୍ସା କଲା ବନବିଭାଗ

0 1

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ବନଖଣ୍ଡ ଅଧୀନ ହିନ୍ଦୋଳ ବନାଞ୍ଚଳରେ ଆହତ ହୋଇଥିବା ଏକ ଦନ୍ତା ହାତୀର ଚିକିତ୍ସା କରିଛି ବନବିଭାଗ। ତିନିଦିନ ତଳେ ହାତୀପଲ ମଧ୍ୟରେ ଲଢ଼େଇ ସମୟରେ ଗୋଟିଏ ଦନ୍ତା ହାତୀର ଦାନ୍ତ ବାଜି ଅନ୍ୟ ଏକ ଦନ୍ତା ହାତୀ ଆହତ ହୋଇଥିଲା।

ଖବର ପାଇ ହିନ୍ଦୋଳ ବନାଞ୍ଚଳ ଅଧିକାରୀ ତ୍ରିଲୋଚନ ଦେହୁରୀଙ୍କ ନେତୃତ୍ୱରେ ବନବିଭାଗ ଟିମ୍ ହାତୀଟିକୁ ଟ୍ରାକିଂ କରିଥିଲା। ପରେ ଖଜୁରିଆକଟା ସେକ୍ସନ ଅନ୍ତର୍ଗତ ଦୁଦୁରକୋଟ ନିକଟ ଜଙ୍ଗଲରେ ହାତୀଟିକୁ ଠାବ କରାଯାଇଥିଲା। ଗୁରୁବାର ବନବିଭାଗ ପକ୍ଷରୁ ହାତୀଟିର ଚିକିତ୍ସା ଆରମ୍ଭ କରାଯାଇଛି।

କପିଳାସସ୍ଥିତ ବନବିଭାଗର ରାପିଡ୍‌ ରେସ୍ପନ୍ସ ଟିମ୍‌ର ଡାକ୍ତର ହରିଙ୍କ ନେତୃତ୍ୱରେ ଏକ ଡାକ୍ତରୀ ଦଳ ଜଙ୍ଗଲରେ ପହଞ୍ଚି ହାତୀଟିର ଚିକିତ୍ସା କରୁଛନ୍ତି। ଚିକିତ୍ସା ସମୟରେ ହିନ୍ଦୋଳ ବନାଞ୍ଚଳ ଅଧିକାରୀ ତ୍ରିଲୋଚନ ଦେହୁରୀ, ଫରେଷ୍ଟ ଗାର୍ଡ ନିକୁଞ୍ଜ ମହାରଣା, ହାତୀ ସ୍କ୍ୱାଡ୍‌ ଓ ଅନ୍ୟ ବନକର୍ମଚାରୀ ଉପସ୍ଥିତ ଥିଲେ। ଆହତ ହାତୀଟି ଖୁବ୍‌ଶୀଘ୍ର ସୁସ୍ଥ ହୋଇଯିବ ବୋଲି ବନବିଭାଗ ସୂତ୍ରରୁ ଜଣାପଡ଼ିଛି।

- Advertisement -

Leave A Reply

Your email address will not be published.