ସୁଭଦ୍ରା ଟଙ୍କା ପାଇଁ ଗଡ଼ିଲା ମୁଣ୍ଡ, ଟଙ୍କା ନଦେବାରୁ ସ୍ତ୍ରୀଙ୍କୁ ହତ୍ୟା
ମୃତଦେହ ପାଇଖାନା ଟାଙ୍କି ଗାତରେ ପୋତିଥିବା ଅଭିଯୋଗ, ସ୍ୱାମୀ ଗିରଫ
ଢେଙ୍କାନାଳ, ୨୯ ।୮ (ନି.ପ୍ର.) : ସୁଭଦ୍ରା ଯୋଜନାର ଟଙ୍କାକୁ ନେଇ ପାରିବାରିକ କଳହରୁ ସ୍ତ୍ରୀଙ୍କୁ ହତ୍ୟା କରି ଘର ପଛପଟେ ଥିବା ପାଇଖାନା ଟାଙ୍କି ଗାତରେ ପୋତି ଦେଇଥିବା ନେଇ ସ୍ୱାମୀଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ହୋଇଛି। ଏଭଳି ଚାଞ୍ଚଲ୍ୟକର ଘଟଣା ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଇନ୍ଦୁପୁର ପଞ୍ଚାୟତର ଜୁଆଙ୍ଗ ସାହିରେ ଘଟିଛି।
ସୂଚନା ଅନୁଯାୟୀ, ସଦର ଥାନା ଇନ୍ଦୁପୁର ଗାଁର ଗିରିଶ ପ୍ରଧାନଙ୍କ ପତ୍ନୀ କୌଶଲ୍ୟା ପ୍ରଧାନ ଗତକାଲି ସୁଭଦ୍ରା ଯୋଜନ ର ଟଙ୍କା ପାଇଥିଲେ I ଏ କଥା କୌଶଲ୍ୟା ଙ୍କ ସ୍ଵାମୀ ଜାଣିବା ପରେ ଟଙ୍କା ଉଠାଇବାକୁ ଜିଦ୍ କରି ତାଙ୍କୁ ଗାଁ ନିକଟସ୍ଥ ଗ୍ରାହକ ସେବା କେନ୍ଦ୍ରକୁ ନେଇ ଯାଇଥିଲେ।ସେଠାରେ ସବୁ ଟଙ୍କା ଉଠାଇ ତାଙ୍କ ହାତକୁ ଦେବାକୁ କହିବାରୁ ଏହାକୁ ବାରଣ କରିଥିଲେ କୌଶଲ୍ୟା।ଯାହାକୁ ନେଇ ଉଭୟ ସ୍ବାମୀ ସ୍ତ୍ରୀ ଙ୍କ ମଧ୍ୟରେ ବଚସା ହୋଇଥିଲା।
ଏଥିରେ ଉତକ୍ଷିପ୍ତ ହୋଇ ଗିରିଶ ସ୍ତ୍ରୀ କୌଶଲ୍ୟାଙ୍କୁ ପିଟି ପିଟି ଘରକୁ ଆଣିଥିଲେ।ପରେ ରାତି ହେବାରୁ ନିଶାସକ୍ତ ଅବସ୍ଥାରେ ଶାବଳ ଓ ବାଡିରେ ପିଟିପିଟି ଜୀବନରେ ମାରି ଦେଇଥିଲେ।ଜୀବନ ଚାଲିଯିବା ପରେ ଘର ପଛ ପଟ ଲାଟ୍ରିନ ଟାଙ୍କି ଗାତରେ ନେଇ ପୋତି ଦେଇଥିଲା। ସକାଳ ପାହିବା ପରେ ଗାତ ଭିତରୁ ପଦାକୁ କୌଶଲ୍ୟାଙ୍କ ହାତ ପାପୁଲି ଦିଶୁଥିବାର ସ୍ଥାନୀୟ ଲୋକେ ଦେଖିଥିଲେ। ପରେ ସ୍ପଷ୍ଟ ହୋଇଯାଇଥିଲା ଯେ ଗିରିଶ ନିଜ ସ୍ତ୍ରୀଙ୍କୁ ମାରି ଲାଟ୍ରିନ ଟାଙ୍କି ଗାତରେ ପୋତି ଦେଇ ମାଟି ଘୋଡାଇ ଦେଇଥିଲା।ଜୁଆଙ୍ଗ ସାହି ବାସିନ୍ଦାଘଟଣା ସମ୍ପର୍କରେସଦର ଥାନା ପୋଲିସ କୁ ଖବର ଦେଇଥିଲେ I
ଖବର ପାଇ ଢେଙ୍କାନାଳ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଇନ୍ଦୁ ରେଖା ପଶ୍ଚିମକବାଟ, ସଦର ଉପଖଣ୍ଡ ପୁଲିସ ଅଧିକାରୀ ରମେଶ ଚନ୍ଦ୍ର ଦୋରା ,ଥାନା ଅଧିକାରୀ ପ୍ରିୟବ୍ରତ ଦାଶ, ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି। ପୋଲିସ ଗିରିଶଙ୍କୁ ଥାନାରେ ଗିରଫ କରି ପଚରାଉଚରା କରୁଥିବା ଜଣାପଡ଼ିଛି ।
ତେବେ କୌଶଲ୍ୟାଙ୍କ ମୃତ୍ୟୁ ପଛରେ କେବଳ ସୁଭଦ୍ରା ଯୋଜନାର ଟଙ୍କାକୁ ନେଇ ବିବାଦ ଥିଲା ନା ଅନ୍ୟ କୌଣସି କାରଣ ରହିଛି, ସେନେଇ ପୋଲିସ ତଦନ୍ତ ଜାରି ରହିଛି। ତଦନ୍ତ ଓ ଆଇନଗତ ପ୍ରକ୍ରିୟା ପରେ ହିଁ ଘଟଣାର ପ୍ରକୃତ କାରଣ ଏବଂ ସମ୍ପୂର୍ଣ୍ଣ ସତ୍ୟ ସ୍ପଷ୍ଟ ହେବ ବୋଲି ପୁଲିସ କହିଛି I
