Take a fresh look at your lifestyle.

ଢେଙ୍କାନାଳରେ ସାଇକେଲ ଚୋରି ରାକେଟ୍ ଠାବ, ୭ଟି ସାଇକେଲ ଜବତ

ଦୁଇ ନାବାଳକଙ୍କ ସମ୍ପୃକ୍ତି, ତଦନ୍ତ ଜାରି

0 5

ଢେଙ୍କାନାଳ : ଢେଙ୍କାନାଳ ସହରରେ ସାଇକେଲ ଚୋରି ଘଟଣାର ତଦନ୍ତ କରି ପୁଲିସ ୭ଟି ଦାମୀ ସାଇକେଲ ଜବତ କରିଛି। ଏହି ଘଟଣାରେ ଦୁଇ ନାବାଳକଙ୍କ ସମ୍ପୃକ୍ତି ଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି। ଏ ନେଇ ଢେଙ୍କାନାଳ ଟାଉନ ଥାନା ପକ୍ଷରୁ କେସ୍‌ ନଂ ୭୪୨, ତାରିଖ ୧୭.୧୦.୨୦୨୬, ଭାରତୀୟ ନ୍ୟାୟ ସଂହିତା (ବିଏନ୍‌ଏସ୍‌)ର ଧାରା ୩୦୩(୨) ଅନୁଯାୟୀ ମାମଲା ରୁଜୁ ହୋଇଛି।

ପୁଲିସ ସୂଚନା ଅନୁଯାୟୀ, ଭଗବାନପୁର ଅଞ୍ଚଳର ଜୀବନଜ୍ୟୋତି ସେଠୀ ତାଙ୍କର ଏକ କଳା ରଙ୍ଗର ହରକ୍ୟୁଲିସ୍ ସାଇକେଲ ଚୋରି ହୋଇଥିବା ନେଇ ଟାଉନ ଥାନାରେ ଅଭିଯୋଗ କରିଥିଲେ। ଏହି ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ସିସିଟିଭି ଫୁଟେଜ୍ ଯାଞ୍ଚ ଓ ମାନବୀୟ ସୂତ୍ରରୁ ତଥ୍ୟ ସଂଗ୍ରହ କରି ପୁଲିସ ଚୋରି ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରିଥିଲା। ବୟସ ଯାଞ୍ଚରୁ ସେ ନାବାଳକ ବୋଲି ଜଣାପଡ଼ିଥିଲା। ପଚରାଉଚରା ବେଳେ ସମ୍ପୃକ୍ତ ନାବାଳକ ଅନ୍ୟ ଜଣେ ସହଯୋଗୀଙ୍କ ସହ ମିଶି ଏକାଧିକ ସାଇକେଲ ଚୋରି କରିଥିବା ସ୍ୱୀକାର କରିଥିବା ପୁଲିସ ପକ୍ଷରୁ କୁହାଯାଇଛି।

ଏହି ଘଟଣାରେ ହିରୋ ନେକ୍ସଟ୍, ଷ୍ଟ୍ରାଇଡର, ହରକ୍ୟୁଲିସ୍ ଆଦି ବିଭିନ୍ନ କମ୍ପାନୀର ମୋଟ ୭ଟି ସାଇକେଲ ଜବତ କରାଯାଇଛି। ଜବତ ସାଇକେଲଗୁଡ଼ିକ ମଧ୍ୟରେ କଳା, ନୀଳ ଓ ଧୂସର ରଙ୍ଗର ସାଇକେଲ ରହିଛି। ଗତ ୧୫ ତାରିଖ ଅପରାହ୍ଣ ପ୍ରାୟ ୪ଟା ସମୟରେ ହନୁମାନ ବାଟିକା ଓ ଷ୍ଟାଡିୟମ୍ ଅଞ୍ଚଳରୁ ଏହି ଘଟଣା ସମ୍ପର୍କିତ ସୁରାକ ମିଳିଥିବା ଜଣାପଡ଼ିଛି। ଏଏସ୍‌ଆଇ ଦେବଦତ୍ତ ଦଳବେହେରା ଓ କନଷ୍ଟେବଳ ଅମ୍ବୁଜ ସାହୁଙ୍କୁ ନେଇ ଗଠିତ ପୁଲିସ ଟିମ୍ ଏହି ତଦନ୍ତରେ ସାମିଲ ଥିଲେ। ଅନ୍ୟ ସହଯୋଗୀଙ୍କୁ ଚିହ୍ନଟ କରିବା ସହ ଚୋରି ସାଇକେଲର ମାଲିକମାନଙ୍କୁ ଠାବ କରିବା ପାଇଁ ପୁଲିସର ତଦନ୍ତ ଜାରି ରହିଛି।

- Advertisement -

Leave A Reply

Your email address will not be published.