Take a fresh look at your lifestyle.

କରଣ ସମାଜର ସାଧାରଣ ସଭା ଓ ଲେଖନୀ ପୂଜନ

0 5

ଢେଙ୍କାନାଳ ୧୮ା୧୦ (ନି.ପ୍ର) : ଢେଙ୍କାନାଳର ସର୍ବପୁରାତନ କରଣ ସମାଜର ସାଧାରଣ ସଭା ଏବଂ ଲେଖନୀ ପୂଜା ଆଜି ସ୍ଥାନୀୟ ସୂର୍ଯ୍ୟ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ସଭାପତି ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପୌରହିତ୍ୟରେ ଲେଖନୀ ପୂଜା ଅନୁଷ୍ଠିତ ହୋଇଥିଲା ।

ପରେ ସଭାପତି ଜାନକୀ ବଲଭ ପଟ୍ଟନାୟକ ଓ ସଂପାଦକ ରବିନାରାୟଣ ମହାନ୍ତିଙ୍କ ତତ୍ୱାବଧାନରେ ସାଧାରଣସଭା ଅନୁଷ୍ଠିତ ହୋଇଥିଲା । ବରିଷ୍ଠ ସଦସ୍ୟ ଯୋଗିନାଥ ମହାନ୍ତି, ଦୀପକ ପ୍ରସାଦ ପଟ୍ଟନାୟକ, ପ୍ରସନ୍ନ କୁମାର ପଟ୍ଟନାୟକ, ପ୍ରଶାନ୍ତ ମହାନ୍ତି, ଲଷ୍ମୀପ୍ରସାଦ ପଟ୍ଟନାୟକ, ରାଜେଶ ପଟ୍ଟନାୟକ, ଉଦୟନାଥ ମହାନ୍ତି ପ୍ରମୁଖ କରଣ ସମାଜର ଆଗାମୀ ରୂପରେଖ , ନୂତନ ସଦସ୍ୟ ଗ୍ରହଣ, ସାମଜିକ କାର୍ଯ୍ୟକ୍ରମ ଆୟୋଜନ ଏବଂ ସମାଜକୁ ସୁଦୃଢ କରିବାର ବିଭିନ୍ନ ଦିଗ ଉପରେ ନିଜର ମତାମତ ରଖିବା ସହ ଅସ୍ୱିୟା ମନୋଭାବର ଉଦ୍ଧ୍ୱର୍ରେ ରହି ସମସ୍ତେ ମିଳିମିଶି କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ ।

ଏହି ଅବସରରେ ସର୍ବବସମ୍ମତି କ୍ରମେ ନୂତନ ସଭାପତି ଭାବେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କୁ ମନୋନୀତ କରାଯାଇଥିବାବେଳେ କାର୍ଯ୍ୟକାରୀ ସଭାପତି ଭାବେ ରବି ନାରାୟଣ ମହାନ୍ତି, ଉପସଭାପତି ଦୀପକ ପ୍ରସାଦ ପଟ୍ଟନାୟକ, ରାଜେଶ କୁମାର ପଟ୍ଟନାୟକ, ପ୍ରଫୁଲ୍ଲ କୁମାର ପଟ୍ଟନାୟକ, ସଂପାଦକ ଭାବେ ଯୋଗୀନାଥ ମହାନ୍ତି, ସହ-ସଂପାଦକ ଅଜୟ ଚରଣ ପଟ୍ଟନାୟକ ଓ ଲକ୍ଷ୍ମୀଧର ପଟ୍ଟନାୟକ, କୋଷାଧ୍ୟକ୍ଷ ଭାବେ ଗିରିଜାକାନ୍ତ ମହାନ୍ତିଙ୍କ ନାମ ଘୋଷଣା କରାଯାଇଥିଲା ।

କାର୍ଯ୍ୟକାରୀ କମିଟି ସଭ୍ୟ ଭାବେ ସତିଶ୍ କୁମାର ପଟ୍ଟନାୟକ, ପ୍ରସନ୍ନ କୁମାର ପଟ୍ଟନାୟକ, ଜିତେନ୍ଦ୍ର ପଟ୍ଟନାୟକ, ବନବିହାରୀ ମହାନ୍ତି, ଉଦୟନାଥ ମହାନ୍ତି, ରବିନାରାୟଣ ପଟ୍ଟନାୟ ଓ ନାରାୟଣ ପଟ୍ଟନାୟକଙ୍କ ନାମ ଘୋଷଣା କରାଯାଇଥିଲା । ଏହି କମିଟି ସମସ୍ତ ସଦସ୍ୟମାନଙ୍କ ସହ ବ୍ୟକ୍ତିଗତଭାବେ ଆଲୋଚନା କରି ଦୁଇମାସ ମଧ୍ୟରେ ଏକ ସାଧାରଣସଭା ଆହୁତ କରିବେ ।

ସମାଜର ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜୟକୃଷ୍ଣ ପଟନାୟକ, ନଗେନ୍ଦ୍ର ମହାନ୍ତି, ମନ୍ମଥ ପଟ୍ଟନାୟକ, ନରେନ୍ଦ୍ର କୁମାର ମହାନ୍ତି, ଅବିନାଶ ପଟ୍ଟନାୟକ, ରବିନ୍ଦ୍ର ପଟ୍ଟନାୟକ , ନିର୍ମଳ ପଟ୍ଟନାୟକ, ସତ୍ୟଜିତ ପଟ୍ଟନାୟକ, ବିଭୂତି ବଲ୍ଲଭ ପଟ୍ଟନାୟକ, ବିପିନି ବିହାରୀ ପଟ୍ଟନାୟକ, ବିରଜା ପଟ୍ଟନାୟକ, ଅଜୟ କୁମାର ପଟ୍ଟନାୟକ, ବସନ୍ତ କୁମାର ମହାନ୍ତି, ସ୍ୱରୁପାନନ୍ଦ ଦାସ ପ୍ରମୁଖଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ଥିଲେ ।

- Advertisement -

Leave A Reply

Your email address will not be published.