Take a fresh look at your lifestyle.

ବିଜୟୀ ଛାତ୍ର ପ୍ରତିନିଧିଙ୍କୁ ନବୀନଙ୍କ ଶୁଭେଚ୍ଛା

0 5

ଢେଙ୍କାନାଳ, ୧୭ା୧୦ (ନି.ପ୍ର.): ଢେଙ୍କାନାଳ ମହିଳା ମହାବିଦ୍ୟାଳୟ ଛାତ୍ରୀ ସଂସଦ ନିର୍ବାଚନରେ ବିଜୁ ଛାତ୍ର ଜନତା ଦଳର ପ୍ରାର୍ଥୀମାନେ ବିଭିନ୍ନ ପଦବୀରେ ବିଜୟୀ ହୋଇଛନ୍ତି। ଏଥିସହ ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟରେ ମଧ୍ୟ ଦଳର ସମର୍ଥିତ ଛାତ୍ର ପ୍ରତିନିଧିମାନେ ବିଜୟୀ ହୋଇଛନ୍ତି। ବିଜୟୀ ଛାତ୍ରଛାତ୍ରୀମାନେ ଶୁକ୍ରବାର ବିଜୁ ଜନତା ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ସାକ୍ଷାତ୍‌ କରି ତାଙ୍କ ଜନ୍ମଦିନ ଅବସରରେ ଶୁଭେଚ୍ଛା ଜଣାଇଥିଲେ। ନବୀନ ପଟ୍ଟନାୟକ ମଧ୍ୟ ବିଜୟୀ ଛାତ୍ର ପ୍ରତିନିଧିମାନଙ୍କୁ ଅଭିନନ୍ଦନ ଜଣାଇବା ସହ ମିଳିମିଶି ମହାବିଦ୍ୟାଳୟର ବିକାଶ ଦିଗରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ।

ମହିଳା ମହାବିଦ୍ୟାଳୟରେ ସଭାପତି ପଦରେ ସୁଶ୍ରୀତା ପରିଡ଼ା ୩୧୧ ଖଣ୍ଡ ଭୋଟ୍‌ ବ୍ୟବଧାନରେ ବିଜୟୀ ହୋଇଥିବାବେଳେ ଉପସଭାପତି ଭାବେ ମଧୁସ୍ମିତା ପଣ୍ଡା ୫୩୭ ଖଣ୍ଡ ଭୋଟ୍‌ ବ୍ୟବଧାନରେ ଏବଂ ସାଧାରଣ ସମ୍ପାଦକ ଭାବେ ଐଶ୍ୱର୍ଯ୍ୟା ସାହୁ ୩୫୭ ଖଣ୍ଡ ଭୋଟ୍‌ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ସହସମ୍ପାଦକ ଭାବେ ବିଜୟିନୀ ସେନାପତି ଏବଂ ଗାର୍ଲସ୍‌ କମନ୍‌ ରୁମ୍‌ ପ୍ରତିନିଧି ଭାବେ ଯଶସ୍ୱିନୀ ବେହେରା ୬୭୫ ଖଣ୍ଡ ଭୋଟ୍‌ ବ୍ୟବଧାନରେ ବିଜୟୀ ହୋଇଛନ୍ତି। କ୍ଲାସ୍‌ ରିପ୍ରେଜେଣ୍ଟେଟିଭ୍‌ ଭାବେ ସୁଭଦ୍ରା ପାଲ୍‌ଙ୍କ ସମେତ ବିଭିନ୍ନ ବିଭାଗର ପ୍ରତିନିଧିମାନେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି।

ସେହିପରି ସୋସିଆଲ୍‌ ସର୍ଭିସ୍‌ ଗିଲ୍ଡ ସମ୍ପାଦକ ଭାବେ ପୂର୍ଣ୍ଣିମା ପ୍ରଧାନ, ସହସମ୍ପାଦକ ଶୁଭଶ୍ରୀ ଭୋଇ, ସାଇନ୍ସ ସୋସାଇଟି ସମ୍ପାଦକ ବୋନିତା କାଣ୍ଡି, ସହସମ୍ପାଦକ ଶୁଭଶ୍ରୀ ସାମଲ, ହ୍ୟୁମାନିଟି ଆସୋସିଏସନ୍‌ ସମ୍ପାଦକ ପ୍ରୋନିତା ସାହୁ, ସହସମ୍ପାଦକ ପ୍ରାଚୀ ସାହୁ, ଡ୍ରାମାଟିକ୍‌ ସମ୍ପାଦକ ଶ୍ରେୟା ରଥ, ସହସମ୍ପାଦକ ମୌସୁମୀ ନାଥ, ଡେ-ସ୍କଲାର ସମ୍ପାଦକ ସ୍ମାକ୍ଲିନ୍‌ ମହାଳିକ, ସହସମ୍ପାଦକ ଲିପ୍ସା ସିଂ, କ୍ରୀଡ଼ା ସମ୍ପାଦକ ସ୍ମୃତି ପିରେଇ ଏବଂ ସହସମ୍ପାଦକ ଜ୍ୟୋତିର୍ମୟୀ ବେହେରା ନିର୍ବାଚିତ ହୋଇଛନ୍ତି। ଅର୍ଚ୍ଚନା ବେହେରା ଓ ସସ୍ମିତା ବେହେରା କ୍ଲାସ୍‌ ରିପ୍ରେଜେଣ୍ଟେଟିଭ୍‌ ଭାବେ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି।

ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଉପସଭାପତି ଭାବେ ବିଷ୍ଣୁ ପ୍ରସାଦ ସାମଲ, ଆଥଲେଟିକ୍‌ ସେକ୍ରେଟାରୀ ଶିବମ୍‌ ରାୟ, କମର୍ସ ସୋସାଇଟି ସେକ୍ରେଟାରୀ ସାଇ ସମର୍ଥ ଏବଂ ଆଥଲେଟିକ୍‌ ଆସିଷ୍ଟାଣ୍ଟ ସେକ୍ରେଟାରୀ ଓମ୍‌ ପ୍ରକାଶ ପ୍ରଧାନ ଶପଥ ଗ୍ରହଣ କରିଛନ୍ତି। ସେମାନେ ମହାବିଦ୍ୟାଳୟର ସାମଗ୍ରିକ ବିକାଶ ପାଇଁ କାର୍ଯ୍ୟ କରିବେ ବୋଲି କହିଥିଲେ।

ସାଂସଦ ପ୍ରାର୍ଥୀ ଅବିନାଶ ସାମଲଙ୍କ ନେତୃତ୍ୱରେ ଜିଲ୍ଲା କାର୍ଯ୍ୟକାରୀ ସଭାପତି ସନ୍ଦୀପ ଷଡ଼ଙ୍ଗୀ ଓ ଛାତ୍ର ସଭାପତି ଆର୍ଯ୍ୟନ ଦାସଙ୍କ ସହ ବିଜୁ ଛାତ୍ର ଜନତା ଦଳର ଅନିମେଶ ବେହେରା, ମଦନ ମୋହନ ଦାସ, ସାହିଲୁଦ୍ଦିନ ଖାନ୍‌, ମୁସ୍ତାକ ଆବିଦ୍‌, ସୌମ୍ୟ ରଞ୍ଜନ ସ୍ୱାଇଁ, ଜ୍ୟୋତି ପ୍ରକାଶ ବେହେରା, ନେହା, ସମୀକ୍ଷା ନନ୍ଦ, ସୌମ୍ୟ ରଞ୍ଜନ ଦାସ, ଛାତ୍ର ରାଜ୍ୟ ସାଧାରଣ ସମ୍ପାଦକ କୁଲଦୀପ ମହାପାତ୍ର, ବିଶ୍ୱଜିତ୍‌ ବେହେରା ଓ ସାଇ ସଂକଳ୍ପ ମହାପାତ୍ର ପ୍ରମୁଖ ନବୀନ ନିବାସରେ ଉପସ୍ଥିତ ଥିଲେ।

- Advertisement -

Leave A Reply

Your email address will not be published.