Take a fresh look at your lifestyle.

ଗଁଦିଆ ସରକାରୀ ଉଚ୍ଚ ବିଦ୍ୟାଳୟରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ଅନୁଷ୍ଠିତ

0 3

Get real time updates directly on you device, subscribe now.

ଗଁଦିଆ  : ଗଁଦିଆ ବ୍ଲକ ର ଗଁଦିଆ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ 18ତାରିଖ ଦିନ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ବ୍ଲକ ସ୍ତରୀୟ ମାଧ୍ୟମିକ ଶିକ୍ଷକ ସଙ୍ଘ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି|

ଉକ୍ତ ଉତ୍ସବ କୁ ଗଁଦିଆ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ଓଷ୍ଟା ସଂଘର ବ୍ଲକ ସଭାପତି ମୁରଲୀ ଧର ସାହୁ ଯୋଗ ଦାନ କରି ଏହାର ଶୁଭଉଧାଘାଟନ କରିଥିଲେ| ସମ୍ନାନୀତ ଅତିଥି ଭାବରେ ଓଷ୍ଟା ସଂଘର ବ୍ଲକ ଉପ ସଭାପତି ତଥା ଷଡ଼ଙ୍ଗୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ଆଚାର୍ଯ୍ୟ ସଂଘର ସାଧାରଣ ସମ୍ପାଦକ ଶିକ୍ଷକ ଦିଲୀପ କୁମାର ସାହୁ ଓ ସ୍ଥାନୀୟ ବିଦ୍ୟାଳୟର ପରିଚାଳନା କମିଟି ଅମୀୟ କୁମାର ଜେନା ଓ ଅତିରିକ୍ତ ବ୍ଲକ ଶିକ୍ଷାଅଧିକାରୀ ସୁବାସ ଚନ୍ଦ୍ର ସ୍ୱାଇଁ ଓ ନିରଞ୍ଜନ ପ୍ରଧାନ ପ୍ରମୁଖ ଉପସ୍ଥିତି ରହିଥିଲେ|

ଉକ୍ତ କାର୍ଯ୍ୟକ୍ରମରେ ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ଅଂଶ ଗ୍ରହଣ କରିଥିବା ଛାତ୍ରୀ/ଛାତ୍ର ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଯଥା ତର୍କ, ସଂଗୀତ, ଲିଖନ, କଣ୍ଠ ସଂଗୀତ, କୁଇଜ, ସାଧାରଣଜ୍ଞାନ, ଗଳ୍ପ ଲିଖନ, ଚିତ୍ରାଙ୍କନ ଓ ଏକକ ନୃତ୍ୟ ଅନୁଷ୍ଠିତ ହୋଇଥିଲା |

ଅପରାହ୍ନରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବ୍ଲକ ଶିକ୍ଷାଅଧିକାରୀ ପ୍ରଭାତ କୁମାର ନାୟକ ଯୋଗଦାନ କରି ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତି ଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ ଷଡ଼ଙ୍ଗୀ ବିଦ୍ୟାଳୟର ଶିକ୍ଷକ ରମାକାନ୍ତ ସାହୁ ଉକ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ବରଦା ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ନବ କିଶୋର ସାହୁ ଅତିଥି ପରିଚୟ ପ୍ରଦାନ ସହ ସହଯୋଗ କରିଥିଲେ ଏହି କାର୍ଯ୍ୟକ୍ରମ କୁ ଗଁଦିଆ ଉଚ୍ଚ ବିଦ୍ୟାଳୟର ସମୟ ଶିକ୍ଷକ /ଶିକ୍ଷୟତ୍ରୀ ଓ କର୍ମଚାରୀ ମାନେ ସମ୍ପୂର୍ଣ ସହଯୋଗ କରିଥିଲେ\

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.