Take a fresh look at your lifestyle.

ଦଶହରା ବଳଦ ଯାତ୍ରା ଓ ବୁଦ୍ଧେଶ୍ବର ଜିଲ୍ଲା ୱେବ ସାଇଟରେ ସ୍ଥାନିତ ନ ହେବାକୁ ନେଇ କ୍ଷୋଭ ପ୍ରକାଶ

0 2

ଭୁବନ, ୧୦/୯: ପ୍ରସିଦ୍ଧ ଭୁବନ ଗଣେଶ ମେଳଣ ମହୋତ୍ସବ-୨୦୨୬ ଅବସରରେ ଗଣେଶ ମେଳଣ ମହୋତ୍ସବ କମିଟି ପକ୍ଷରୁ ସ୍ଥାନୀୟ ବାଜିରାଉତ କଲ୍ୟାଣ ମଣ୍ଡପଠାରେ ପ୍ରବନ୍ଧ ଲିଖନ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।

ପ୍ରବନ୍ଧ ପ୍ରତିଯୋଗିତାରେ ୧୫୮ ଜଣ ଓ ଚିତ୍ରାଙ୍କନରେ ୧୨୧ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ପ୍ରବନ୍ଧରେ ଇଣ୍ଟରନେଟ୍ ଓ ଛାତ୍ର ସମାଜ, ରିଲ୍ସ ସଂସ୍କୃତି ବନାମ ବାସ୍ତବ ଜୀବନ ଏବଂ ଜଳବାୟୁ ପରିବର୍ତ୍ତନ ଓ ଯୁବ ସମାଜର ଦାୟିତ୍ୱ ଭଳି ସମସାମୟିକ ବିଷୟ ରହିଥିଲା।
ସେହିପରି ଚିତ୍ରାଙ୍କନରେ ‘ବିଦ୍ୟାଦାତା ଶ୍ରୀ ଗଣେଶ’, ‘ଭୁବନର ଆରାଧ୍ୟ ବାବା ବୁଦ୍ଧେଶ୍ୱର’ ଓ ‘ଗର୍ବ ଗୌରବର ମାଟି ଭୁବନ’ ବିଷୟରେ ବିଦ୍ୟାର୍ଥୀମାନେ ସୁନ୍ଦର ଚିତ୍ର ଅଙ୍କନ କରିଥିଲେ। ଭୁବନର କଂସା-ପିତଳ ଶିଳ୍ପ, ଦଶହରା ବଳଦ ଯାତ୍ରା ଓ ଐତିହ୍ୟ-ପରମ୍ପରାକୁ ମଧ୍ୟ ଚିତ୍ରରେ ପ୍ରତିଫଳିତ କରିଥିଲେ।

କାର୍ଯ୍ୟକ୍ରମରେ କମିଟି ସଭାପତି ସୁବ୍ରତ କୁମାର ସାହୁ, ସ୍ତମ୍ଭକାର ପ୍ରେମାନନ୍ଦ ପାଣିଗ୍ରାହୀ, ସମାଜସେବୀ ଅମ୍ବୁଜ ସାହୁ, ତୃପ୍ତି ପାଠାଗାର ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ସାହୁ କାର୍ଯ୍ୟକାରି ସଭାପତି ପ୍ରଦୀପ୍ତ କୁମାର ସାହୁ ଗୋପବନ୍ଧୁ ସେବା ସଂଗଠନ ସଭାପତି ଅମ୍ବୁଜ ସାହୁ , ମିଥୁନ ପାତ୍ର , ରାମଚନ୍ଦ୍ର ନାୟକ ମଂଚାସୀନ ଥିଲେ। ଦୀପ ଲଗାଇ ଶୁଭାରମ୍ଭ କରିଥିଲେ।

ଆମେ ଭୁବନ ର ଅସ୍ମିତା, ପରମ୍ପରା ଇତିହାସ, ପର୍ବ ପର୍ବାଣି, ପର୍ଯ୍ୟଟନ ସ୍ଥଳୀ ସଂପର୍କରେ ସାର ଗର୍ଭକ ଆଲୋଚନା କରୁଥିବା ବେଳେ ଢେଙ୍କାନାଳ ଇତିହାସ ସଂପର୍କିତ ଏକ ୱେବ ସାଇଟରେ ଭୁବନ ଦଶହରା ସ୍ଥାନିତ ନ ପାଇବା ଓ ପର୍ଯ୍ୟଟନ ସ୍ଥଳୀ ଭାବରେ ବାବା ବୁର୍ଦ୍ଧେଶ୍ୱରଙ୍କ ନାମ ନ ଆସିବା ଦୁର୍ଭାଗ୍ୟ ଜନକ ବୋଲି ମତ ସ୍ତମ୍ଭକାର ଶ୍ରୀଯୁକ୍ତ ପାଣିଗ୍ରାହୀ କ୍ଷୋଭ ପ୍ରକାଶ କରିଥିଲେ। ବସନ୍ତ ଦାସ ମଞ୍ଚ ପରିଚାଳନା କରିଥିଲେ। ଜ୍ୟୋତିଷ କୁମାର ସାହୁ, ବୀଣାପାଣି ବିହାରୀ ଓ ସରୋଜ ନାୟକ ପରୀକ୍ଷା ପରିଚାଳନା କରିଥିଲେ।

 ଚାରିଟେବୁଲେ ଟ୍ରଷ୍ଟ ସଭାପତି ଜିତେନ୍ଦ୍ର କୁମାର ଦାଶ ସଂପାଦକ ଦୀପକ କୁମାର ବେହେରା ନାରାୟଣ ନାୟକ , ଟିଟୁ ଦାସ , ମନୋରଞ୍ଜନ ବେହେରା ,ସୌରଭ କୁମାର ରାଉତ , ଲିଙ୍ଗରାଜ ସାହୁ , ପିଣ୍ଟୁ ଦାସ , ଗୋପାଳ ନାୟକ ,ସିଲୁ ନାୟକଙ୍କ ସମେତ କମିଟିର କର୍ମକର୍ତ୍ତା ସକ୍ରିୟ ସହଯୋଗ କରିଥିଲେ। ସୁନାକର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

- Advertisement -

Leave A Reply

Your email address will not be published.