Take a fresh look at your lifestyle.

କୋଣାର୍କ ଥାନାରେ ଶିଥିଳତାର ଘନ କୁହୁଡି ୪ ​ମାସ ପରେ ବି ଏତଲା ହେଉନି ପଞ୍ଜୀକରଣ

0 1

Get real time updates directly on you device, subscribe now.

କୋଣାର୍କ : ଶାଶନ ବ୍ୟବସ୍ତାରେ ଜନ ସାଧାରଣ କିପରି ସହଜ  ଓ ସୁବିଧା ରେ ସବୁ ସ୍ତରରେ ନିଜର କାର୍ଯ୍ୟ କରି ପାରିବେ ସେଥି ପାଇଁ  ସରକାର ୫ଟି ର ବ୍ୟବସ୍ତା କରିଛନ୍ତି  ହେଲେ     କୋଣାର୍କ ଥାନାରେ ଦେଖା ଦେଇଛି  ଶିଥିଳତାର ଘନ କୁହୁଡି ଯେଉଁଠି ଦୀର୍ଘ  ୪ ​ମାସ ପରେ ବି ଏତଲା ହେଉନି ପଞ୍ଜୀକରଣ ଯାହାକୁ ନେଇ  ମୁଖ୍ୟମନ୍ତ୍ରୀ, ୫ ଟି ଅଧ୍ୟକ୍ଷ ଓ ପୁଲିସ ମହାନିର୍ଦେଶକଙ୍କ ନିକଟରେ ଅଭିଯୋଗ କଲେ ମାନବାଧିକାର କର୍ମୀ  |

କୋଣାର୍କ ଥାନାରେ ଶିଥିଳତାର ଘନ କୁହୁଡି ଘେରିଯାଇଛି । ବାରମ୍ବାର ଦୌଡି ଦୌଡି ଲୋକଙ୍କୁ ମିଳୁନି ନ୍ୟାୟ । ଏତଲା ଦେଲା ପରେ ବି ମାସ ମାସ ଦୌଡାଉଛନ୍ତି ଥାନା ଅଧିକାରୀ । ତା’ ପରେ ବି କେଶ ପଞ୍ଜୀକରଣ ହେଉନି ।

ଏପରିକି କୋର୍ଟରୁ ଅଭିଯୋଗ କେଶର ନିର୍ଦ୍ଦେଶ ପାଇବା ପରେ ବି ଥାନା ଅଧିକାରୀ ମାସ ମାସ ଧରି ଚୁପ ବସୁଛନ୍ତି । ଅବସ୍ଥା ଅତିଶୟ ହେବାରୁ ମାନବାଧିକାର କର୍ମୀ ଏନ. ଏ. ଶାହଃ ଅନସାରୀ ମୁଖ୍ୟମନ୍ତ୍ରୀ, ୫ ଟି ଅଧ୍ୟକ୍ଷ ଓ ପୁଲିସ ମହାନିର୍ଦେଶକଙ୍କ ନିକଟରେ ଅଭିଯୋଗ କରିଛନ୍ତି ।

ଏକ ଘଟଣାର ଉଦାହରଣ ଦେଇ ଶ୍ରୀ ଅନସାରୀ ଲେଖିଛନ୍ତି ଯେ ଗତ ସେପ୍ଟେମ୍ବର ୯ ତାରିଖରେ ସେ ଠକେଇ ସମ୍ପର୍କୀୟ ଏକ ଏତଲା ସ୍ପୀଡ଼ପୋଷ୍ଟ ମାଧ୍ୟମରେ କୋଣାର୍କ ଥାନାର ଭାରପ୍ରାପ୍ତ ନିରୀକ୍ଷକଙ୍କୁ ପଠାଇଥିଲେ । ଏଥି ମଧ୍ୟରେ ୪ ମାସ ହୋଇଯାଇଥିଲେ ମଧ୍ୟ ଏହି ଏତଲା ପଞ୍ଜୀକରଣ କରାଯାଇନାହିଁ । ଆଜିକାଲି କହି ଅଧିକାରୀ ଗଡାଇ ଚାଲିଛନ୍ତି ।

କେବଳ ଏହି ଘଟଣା ନୁହେଁ , ଅନ୍ୟ ଏକ କାଠ ଚୋରୀ ମାମଲାରେ କୋଣାର୍କ JMFC କୋର୍ଟର ନିର୍ଦେଶ ଥାଇ ମଧ୍ୟ ୨ ମାସ ହେଲା ଅଭିଯୁକ୍ତ ଚୋର ସହ ସାଲିସ ହୋଇ ପୁଲିସ ପଦକ୍ଷେପ ନେବା ତ ଦୂରର କଥା ତା ନାମରେ କେଶ ବି ରୁଜୁ କରୁନାହିଁ । ଅଭିଯୋଗକାରିଣୀ ବୟସ୍କା ମହିଳା ବାରମ୍ବାର ଥାନାକୁ ଦୌଡୁଛନ୍ତି । ଏହି ଅଭିଯୁକ୍ତ ପ୍ରତିଦିନ ଥାନାକୁ ଯା’ଆସ କରୁଥିବା ବେଳେ ପୁଲିସ ତାକୁ ଓଲଟା ସହଯୋଗ କରିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଅଯଥାରେ ମହିଳା ଅଭିଯୋଗକାରୀଙ୍କୁ ଥାନାରେ ବିଳମ୍ବିତ ରାତି ଯାଏଁ ବସାଯାଉଛି ।

ଥାନାର ସିସିଟିଭି ଯାଞ୍ଚ କଲେ ସତ୍ୟତା ଜଣାପଡିବ ବୋଲି ଶ୍ରୀ ଅନସାରୀ ତାଙ୍କ ଅଭିଯୋଗପତ୍ରରେ ଲେଖିଛନ୍ତି । ଏହି ସମସ୍ତ ଅଭିଯୋଗର ତଦନ୍ତ କରାଯାଇ ସାଧାରଣ ଲୋକଙ୍କୁ ଉଚିତ ନ୍ୟାୟ ପ୍ରଦାନ କରିବାର ବ୍ୟବସ୍ଥା କରିବାକୁ ସାଧାରଣରେ ଦାବି ହେଉଛି ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.