Take a fresh look at your lifestyle.

ଭୁବନେଶ୍ବର ୟୁନାଇଟେଡ କର୍ପୋରେଟ କ୍ରିକେଟ ଦଳକୁ ହରାଇ ତାଳଚେର ଫ୍ରେଣ୍ଡସ୍ କ୍ରିକେଟ କ୍ଲବ ବିଜୟୀ

୩୦ତମ ସର୍ବ ଭାରତୀୟ ଦେବେନ୍ଦ୍ର ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ

0 26

Get real time updates directly on you device, subscribe now.

ଭୁବନ :ଢେଙ୍କାନାଳ ଜିଲ୍ଲା ଭୁବନ ମିନି ଷ୍ଟାଡିୟମ ଠାରେ ଚାଲିଥିବା ୩୦ ତମ ସର୍ବ ଭାରତୀୟ ଦେବେନ୍ଦ୍ର ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଗ୍ରୁପ ବି ର ୪ର୍ଥ ଲିଗ ମ୍ୟାଚ ରବିବାର ଭୁବନେଶ୍ବର ୟୁନାଇଟେଡ କର୍ପୋରେଟ କ୍ରିକେଟ କ୍ଲବ ଏବଂ ତାଳଚେର ଫ୍ରେଣ୍ଡସ୍ କ୍ରିକେଟ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।

ପ୍ରଥମେ ଟସ ଜିଣି ୟୁନାଇଟେଡ କର୍ପୋରେଟ କ୍ରିକେଟ କ୍ଲବ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୫ ଓଭର ମଧ୍ୟରେ ୭ ଓ୍ଵିକେଟ ହରାଇ ୧୧୬ ରନ ସଂଗ୍ରହ କରିଥିଲେ । ଦଳ ପକ୍ଷରୁ ସିଦ୍ଧାର୍ଥ ଶଙ୍କର ସର୍ବାଧିକ ୩୫ ବଲର ସମ୍ମୁଖୀନ ହୋଇ ୩୬ ରନ ସଂଗ୍ରହ କରିଥିଲେ । ସେଥିରେ ୨ଗୋଟି ଛକା ଓ ୨ ଗୋଟି ଚଉକା ସାମିଲ କରିଥିଲେ । ଜବାବରେ ତାଳଚେର କ୍ରିକେଟ ଦଳ ୧୮ ଓଭର ବ୍ୟାଟିଂ କରି ୫ ୱିକେଟ ହରାଇ ୧୧୭ ରନ କରି ବିଜୟ ଲାଭ ହୋଇଥିଲେ । ଦଳ ପକ୍ଷରୁ ସତ୍ୟବ୍ରତ ସିଂ ୩୧ ଟି ବଲର ସମ୍ମୁଖୀନ ହୋଇ ସର୍ବାଧିକ ୩୨ ରନ ସଂଗ୍ରହ କରି ଥିଲେ । ସେଥିରେ ୧ ଗୋଟି ଛକା ଓ ୪ ଗୋଟି ଚଉକା ସାମିଲ କରିଥିଲେ ।

ତାଳଚେର ଦଳର ଅଧିନାୟକ ସଂଗ୍ରାମ ମାଝୀ ୫ ଓଭର ବୋଲିଙ୍ଗ କରି ୧ ମେଡେନ ସହାୟତାରେ ୨୪ ରନ ବ୍ୟୟରେ ୩ ଗୋଟି ୱିକେଟ ଅକ୍ତିଆର କରିଥିବାରୁ ଶ୍ରେଷ୍ଠ ଖେଳାଳି ଭାବେ ବିବେଚିତ ହୋଇ ଅତିଥିଙ୍କ ଦ୍ୱାରା ପୁରସ୍କୃତ ହୋଇଥିଲେ । ଖେଳ ଶେଷରେ ବରିଷ୍ଠ ଆଇନଜୀବୀ ନବକିଶୋର ଗୁରୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରେଷ୍ଠ ଖେଳାଳିଙ୍କୁ ପୁରସ୍କୃତ କରିଥିଲେ ।

ଖେଳକୁ ବିପିନ ବିହାରୀ ସେଠୀ ଓ ସବ୍ୟସାଚି ସାହା ପରିଚାଳନା କରିଥିବା ବେଳେ ବିପିନ କୁମାର ସାହୁ ଧାରା ବିବରଣୀ ପ୍ରଦାନ କରିଥିଲେ । ସୋମବାର ୫ମ ଲିଗ୍ ମ୍ୟାଚ ତାଳଚେର ଫ୍ରେଣ୍ଡସ୍ କ୍ରିକେଟ କ୍ଲବ ଏବଂ କେନ୍ଦୁଝର ୟୁନିକ କ୍ରିକେଟ ଏକାଡେମୀ ମଧ୍ୟରେ ଅନୁଷ୍ଠିତ ହେଵ ବୋଲି ଆୟୋଜକ ଙ୍କ ପକ୍ଷରୁ କୁହାଯାଇଛି ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.