Take a fresh look at your lifestyle.

ଓମ୍ କାର ସାଧନା ଉପଯୁକ୍ତ ଗୁରୁ ଙ୍କ ମାର୍ଗ ଦର୍ଶନ ରେ ହିଁ ସିଦ୍ଧିଲାଭ ହୁଏ

ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ ଢେଙ୍କାନାଳ ଜିଲ୍ଲା ଶାଖା ର ଚତୁର୍ଦ୍ଦଶ ଇ-ପାଠଚକ୍ର

0 61

Get real time updates directly on you device, subscribe now.

ଢେଙ୍କାନାଳ: ଶନିବାର ଦିନ ସନ୍ଧ୍ୟା ସାତଟା ସମୟରେ ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ ଢେଙ୍କାନାଳ ଜିଲ୍ଲା ଶାଖା ର ଚତୁର୍ଦ୍ଦଶ ଇ ପାଠ ଚକ୍ର ଜିଲ୍ଲା ଶାଖା ସମ୍ପାଦକ ପଣ୍ଡିତ ବିପିନ ବିହାରୀ ଶତପଥୀ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ବକ୍ତା ଭାବେ କୋହ୍ଲାନ ବିଶ୍ୱବିଦ୍ୟାଳୟ,ଚାଇବାସା, ଝାଡ଼ଖଣ୍ଡ, ଭାଷା ସାହିତ୍ୟ ବିଭାଗ ର ଆସୋସିଏଟ୍ ପ୍ରଫେସର ଡ଼ଃ ମନୋଜ କୁମାର ମହାପାତ୍ର ଯୋଗଦାନ କରି”ଆଧ୍ୟାତ୍ମିକ ସାଧନାରେ ଓମ୍ କାରର ମହତ୍ତ୍ଵ”ଶୀର୍ଷକ ପ୍ରସଙ୍ଗ ଉପରେ ଦୀକ୍ଷାନ୍ତ ବକ୍ତବ୍ୟ ପ୍ରଦାନ କରିଥିଲେ।

ସେ କହିଥିଲେ ଯେ, ଓମ୍ କାର ଏକାକ୍ଷର ବ୍ରହ୍ମ ସାରା ଜଗତରେ ପରିବ୍ୟାପ୍ତ। ସମଗ୍ର ଅନ୍ତରୀକ୍ଷ ମଣ୍ଡଳ ଆକାଶ ମହାକାଶ ଶୂନ୍ୟ ନୁହେଁ କେବଳ ଊର୍ଜାରେ ପରିପୂର୍ଣ୍ଣ। ପ୍ରତ୍ୟେକ ମନ୍ତର ମୂଳ ଓମ୍ କାର। ଓମ୍ କାର ସାଧନା ଉପଯୁକ୍ତ ଗୁରୁ ଙ୍କ ମାର୍ଗ ଦର୍ଶନ ରେ ହିଁ ସିଦ୍ଧିଲାଭ ହୁଏ। ସଭାପତି ଶ୍ରୀ ଶତପଥୀ ତାଙ୍କ ଅଭିଭାଷଣରେ ଅକାର ଉକାର ମକାର କୁ ନେଇ ଓମ୍ କାର ସୃଷ୍ଟି। ସମଗ୍ର ଜଗତର ଧ୍ୱନି ଉକ୍ତ ତିନି ଧ୍ୱନି ରେ ନିନାଦିତ ବୋଲି କହିଥିଲେ।

ଢେଙ୍କାନାଳ ଜିଲ୍ଲା ଶାଖା ର ଉପସଭାପତି ଅଧ୍ୟାପକ ଦେବରାଜ ବେହେରା ଙ୍କ ବଳିଷ୍ଠ ସଂଯୋଜନା ରେ ପାଠ ଚକ୍ର ଟି ସଫଳ ହୋଇଥିଲା।ପୂଜାରାଣୀ ସାହୁ ପ୍ରାରମ୍ଭରେ ବନ୍ଦନା ଗାନ ଓ ଶେଷରେ ଶାନ୍ତି ମନ୍ତ୍ର ପାଠ କରିଥିଲେ। ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ ର ରାଜ୍ୟ ସାଧାରଣ ସମ୍ପାଦକ ଡଃ ଚିତ୍ତ ରଞ୍ଜନ ନାୟକ ଉଦାର ହୃଦୟରେ ବିବେକ ବାଣୀ ପାଠ କରିଥିଲେ। ଆନୁଷ୍ଠାନିକ ଭାବେ ଧନ୍ୟବାଦ ଅର୍ପଣ କରିଥିଲେ ସହ ସମ୍ପାଦକ ସଦାନନ୍ଦ ରାଉତ। ଡଃ ପ୍ରଫୁଲ୍ଲ କୁମାର ପାଣି, କୃପାସିନ୍ଧୁ ମିଶ୍ର ଓ ଝୁନୁବାଳା ମିଶ୍ର କାର୍ଯ୍ୟ କ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.