Take a fresh look at your lifestyle.

ଆଳତୁମା ଠାରେ  ଅଣ୍ଡରପାସ ନିର୍ମାଣ ହେବ: ଶତୃଘ୍ନ ଜେନା

0 6

Get real time updates directly on you device, subscribe now.

ଭୁବନ : ଢେଙ୍କାନାଳ ଜିଲ୍ଲା ଦେଇ ଜାତୀୟ ରାଜପଥ ୫୩ ଅନନ୍ତପୁର ଠାରୁ ପିତିରି ପର୍ଯ୍ୟନ୍ତ ଲମ୍ବିଛି । କାମାକ୍ଷାନଗର ବିଜ୍ଞାପିତ ଅଂଚଳ ପରିଷଦର ଆଳତୁମା ଗ୍ରାମ ନିକଟରେ ଏକ ଭେହିକିଲ ଅଣ୍ଡରପାସ ନିମନ୍ତେ ଜନସାଧାରଣଙ୍କ ଦାବି ଉପସ୍ଥାପନା ବିଜେପି ରାଜ୍ୟ ପରିଷଦ ସଦସ୍ୟ ଶତୃଘ୍ନ ଜେନାଙ୍କ ଜରିଆରେ ପ୍ରଦାନ କରିଥିଲେ ।

ଜନତାଙ୍କ ଦାବିକୁ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନଙ୍କ ଜରିଆରେ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନିତିନ ଗଡକରୀଙ୍କୁ ଜଣାଇଥିଲେ । ଏହି କାର୍ଯ୍ୟନିମନ୍ତେ କେନ୍ଦ୍ରମନ୍ତ୍ରୀଙ୍କ ଠାରୁ ଆଦେଶ ପାଇଥିବା କାଗଜାତକୁ ଭୁବନ ଡାକବଙ୍ଗଳା ଠାରେ ଏକ ସାମ୍ବାଦିକ ସମ୍ମିଳନିରେ ଶ୍ରୀ ଜେନା ପ୍ରକାଶ କରିଥିଲେ । ଏହି ସମ୍ମିଳନିରେ ପୂର୍ବତନ ବିଜେପି ଜିଲ୍ଲା ସଭାପତି ପ୍ରେମାନନ୍ଦ ଜେନା, ନୃସିଂହ ନାୟକ, ବାଳକୃଷ୍ଣ ସାହୁ, ଶରତ ସାମଲ, ଅଶ୍ୱନୀ ମାଝୀ, ରବି ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.