Take a fresh look at your lifestyle.

ଇଫୁନା ଓ ଉଫୁନା ପକ୍ଷରୁ ଅଗଷ୍ଟ କ୍ରାନ୍ତି ଦିବସ ପାଳିତ

0 1

ଢେଙ୍କାନାଳ : ସ୍ଥାନୀୟ ଉଫୁନା କାର୍ଯ୍ୟାଳୟ ପରିସରରେ ରବିବାର ପୂର୍ବାହ୍ନ ୮ଟା ସମୟରେ ଇଣ୍ଡିଆନ୍ ଫେଡେରେସନ୍ ଅଫ୍ ୟୁନାଇଟେଡ୍ ନେସନ୍ସ ଆସୋସିଏସନ୍ (ଇଫୁନା) ଓ ଉତ୍କଳ ଫେଡେରେସନ୍ ଅଫ୍ ୟୁନାଇଟେଡ୍ ନେସନ୍ସ ଆସୋସିଏସନ୍ (ଉଫୁନା) ପକ୍ଷରୁ ଅଗଷ୍ଟ କ୍ରାନ୍ତି ଦିବସ-୨୦୨୬ ପାଳିତ ହୋଇଯାଇଛି।

ଏହି ଅବସରରେ ଅନୁଷ୍ଠିତ ସଭାକୁ ଇଫୁନାର ମହାସଚିବ ତଥା ୱାର୍ଲ୍ଡ ଫେଡେରେସନ୍ ଅଫ୍ ୟୁନାଇଟେଡ୍ ନେସନ୍ସ ଆସୋସିଏସନ୍‌ର ଭାଇସ୍ ଚେୟାରମ୍ୟାନ୍ ସୁରେଶ ଶ୍ରୀବାସ୍ତବ ଆଭାସୀ ମାଧ୍ୟମରେ ଉଦ୍‌ଘାଟନ କରିଥିଲେ। ଇଫୁନାର ଜାତୀୟ ଉପସଭାପତି ତଥା ଉଫୁନାର ରାଜ୍ୟ ସଭାପତି ଆଡ୍‌ଭୋକେଟ୍ ମନୋରଞ୍ଜନ ପଟ୍ଟନାୟକ ସଭାରେ ଅଧ୍ୟକ୍ଷତା କରିଥିଲେ।

ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୂର୍ବତନ ବିଚାରପତି ଭିକାରୀ ଚରଣ ରାଉତ ନିଜ ବକ୍ତବ୍ୟରେ କହିଥିଲେ ଯେ, ୧୯୪୨ ମସିହା ଅଗଷ୍ଟ ୯ର କ୍ରାନ୍ତି ଭାରତୀୟ ସ୍ୱାଧୀନତା ଆନ୍ଦୋଳନର ଏକ ମୂଳାଧାର ଓ ନୂତନ ଅଧ୍ୟାୟର ଆରମ୍ଭ ଥିଲା।

ଏହି ଅବସରରେ ପରିବେଶବିତ୍ ଉପେନ୍ଦ୍ର ରାଉତ, ଡ. ପ୍ରମୋଦ କୁମାର ନାୟକ, ଡ. ଅନୁପମା ମିଶ୍ର, ଡା. ଦେବୀ ପ୍ରସାଦ ମିଶ୍ର, ଗାନ୍ଧୀ ଅଧ୍ୟୟନ କେନ୍ଦ୍ରର ସମ୍ପାଦକ ସରୋଜ ଶତପଥୀ, ସମ୍ପାଦକ କବି ବାହାଦୂର ପାଟ୍ଟସାହାଣୀ ଓ ସଭାପତି ଆଡ୍‌ଭୋକେଟ୍ ମନୋରଞ୍ଜନ ପଟ୍ଟନାୟକ ପ୍ରମୁଖ ଅନ୍ୟତମ ବକ୍ତା ଭାବେ ଯୋଗଦେଇଥିଲେ।

ବକ୍ତାମାନେ କହିଥିଲେ ଯେ, ଭାରତର ଇତିହାସରେ ୧୯୪୨ ଅଗଷ୍ଟ ୯ କେବଳ ଏକ ମହତ୍ୱପୂର୍ଣ୍ଣ ତାରିଖ ନୁହେଁ; ଏହା ଭାରତୀୟ ଶାଶ୍ୱତ ସଭ୍ୟତା, ସଂସ୍କୃତି, ଅସ୍ତିତ୍ୱ ଓ ଅସ୍ମିତାର ଏକ ଅନୁପମ ଉଦ୍‌ଘୋଷ।

ଆଲୋଚନାଚକ୍ରରେ ଡା. ଦେବୀ ପ୍ରସାଦ ମିଶ୍ର ସକ୍ରିୟ ଅଂଶଗ୍ରହଣ କରି ଗୋଟିଏ ଓଡ଼ିଆ ସନେଟ୍ ଓ ଗୋଟିଏ ଇଂରାଜୀ ସନେଟ୍ ଆବୃତ୍ତି କରିଥିଲେ। ଗାନ୍ଧୀ ଅଧ୍ୟୟନ କେନ୍ଦ୍ରର ସମ୍ପାଦକ ସରୋଜ ଶତପଥୀ ନିଜ ବକ୍ତବ୍ୟରେ କହିଥିଲେ ଯେ, ଅଗଷ୍ଟ ୯ର ବିପ୍ଳବ ଏକ ନୀତିନିଷ୍ଠ ଓ ଐକ୍ୟବଦ୍ଧ ଗଣବିପ୍ଳବ ଥିଲା। ସ୍ୱାଧୀନ ହୋଇ ରହିବାର ସାହସ ହିଁ ଏହାର ମୂଳ ଶକ୍ତି ଥିଲା। ଆଜି ମଧ୍ୟ ଏହା ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ। ଆମେ ଯଦି ଆଜି ସେହି ଶକ୍ତି ହରାଇଦେବା, ତେବେ କଷ୍ଟଲବ୍ଧ ସ୍ୱାଧୀନତାକୁ ମଧ୍ୟ ହରାଇବାକୁ ପଡ଼ିପାରେ। ତେଣୁ ସମସ୍ତେ ସାଧୁ ସାବଧାନ ରହିବା ଆବଶ୍ୟକ ବୋଲି ସେ ମତପ୍ରକାଶ କରିଥିଲେ।

ସଭାରେ ସାର୍ଥକ ପଟ୍ଟନାୟକ, ଇଂ. ଅବିନାଶ ଦାସ, ଇଂ. ଯୁଧିଷ୍ଠିର ସାହୁ, ବିପିନ ବିହାରୀ ବେହେରା, ପ୍ରେମାନନ୍ଦ ଶତପଥୀ, ତରୁଣ କୁମାର ବିଶ୍ୱାଳ, ବସନ୍ତ କୁମାର ବିଶ୍ୱାଳ, ରବିନାରାୟଣ ପଟ୍ଟନାୟକ, ଲକ୍ଷ୍ମୀଧର ଶତପଥୀ, ଗିରିଶ ଚନ୍ଦ୍ର ସାମଲ, ସୂର୍ଯ୍ୟ ନାରାୟଣ ପଟ୍ଟନାୟକ, ଶ୍ରୀକାନ୍ତ କୁମାର ସାହୁ ପ୍ରମୁଖଙ୍କ ସମେତ ଉଫୁନାର ଶତାଧିକ ସହଯୋଗୀ ସଦସ୍ୟ ଓ ସଦସ୍ୟା ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ।

ସମାଜସେବୀ ତଥା ପରିବେଶବିତ୍ ଉପେନ୍ଦ୍ର ରାଉତ ସ୍ୱାଗତ ଭାଷଣ ଦେଇଥିବା ବେଳେ ଗୋକୁଳ ଚନ୍ଦ୍ର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ସଭାରେ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ।

- Advertisement -

Leave A Reply

Your email address will not be published.