Take a fresh look at your lifestyle.

ଆରୋଗ୍ୟମ୍ ଯୋଗ ୱେଲ୍ଫେୟାର ଆସୋସିଏସନ୍ ସ୍ୱନକ୍ଷତ୍ର ଉତ୍ସବ

0 27

ଢେଙ୍କାନାଳ : ଆରୋଗ୍ୟମ୍ ଯୋଗ ୱେଲ୍ଫେୟାର ଆସୋସିଏସନ୍ର ୧ମ ସ୍ୱନକ୍ଷତ୍ର ଉତ୍ସବ ସ୍ଥାନୀୟ ଗୋପବନ୍ଧୁ ଟାଉନ୍ ହଲ୍ ଠାରେ ମୁଖ୍ୟ ଅତିଥି ଭାବେ ଜିଲାପରିଷଦ ସଭାପତି ଅର୍ଚ୍ଚନା ପୁହାଣଙ୍କ ଦ୍ୱାରା ଦ୍ୱୀପ ପ୍ରଜ୍ୱଳନ ପୂର୍ବକ ଉଦ୍ଘାଟିତ ହୋଇଥିଲା ।

ଏଥିରେ ମୁଖ୍ୟବକ୍ତା ରୂପେ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ବରିଷ୍ଠ ଆୟୁର୍ବେଦ ପ୍ରଫେସର ଡା. ଅଭୟ କୁମାର ମିଶ୍ର, ସମ୍ମାନିତ ଅତିଥି ଭାବେ ନେହେରୁ ଯୁବ କେନ୍ଦ୍ର ଡେପୁଟି ଡାଇରେକ୍ଟର ଅଶୋକ କୁମାର ଦାସ, ଜିଲ୍ଲା ଓକିଲ ସଂଘ ସଭାପି ଗୋପାଳ ଚନ୍ଦ୍ର ପାତ୍ର, ସଂଘର ମୁଖ୍ୟ ପରାମର୍ଶଦାତା ବସନ୍ତ କୁମାର ରଥ ଓ “ଇଶୋ’ର ସମ୍ପାଦିକା ପୁଷ୍ପାଞ୍ଜଳି ଜେନା ପ୍ରମୁଖ ଉପସ୍ଥିତ ଥିଲେ । ସଂଘର ନିଦେ୍ର୍ଦଶିକା ଅନସୂୟା ମିଶ୍ର ସଭାପତିତ୍ୱ କରିଥିଲେ ।

ଆଦୃତାର କୁନି କୁନି ପିଲାଙ୍କ ଦ୍ୱାରା ଯୋଗର ନମୁନା ପ୍ରଦର୍ଶନ, ଶିଶୁ କଳାକାରଙ୍କ ଦ୍ୱାରା ଓଡିଶୀ ନୃତ୍ୟ ପ୍ରଦର୍ଶନ କରିଥିଲେ । ପରିଶେଷରେ ସଂଘର ବରିଷ୍ଠ ସଦସ୍ୟାମାନେ ତାଙ୍କର ଯୋଗ ମାଧ୍ୟମରେ ସମାଜକୁ ଏକ ସୁସ୍ଥ, ନିରୋଗ ଜୀବନଯାପନର ବାର୍ତା ଦେଇଥିଲେ । ମଂଚକୁ ବିଜ୍ଞାନ ମହାନ୍ତି ସୁନ୍ଦର ଭାବରେ ଉପସ୍ଥାପନା କରିଥିଲେ ।  ସଂଘର ଉତରୋତର ଉନ୍ନତିରେ ସହଯୋଗର ହାତ ବଢାଇଥିବା ଏବଂ ସମାଜର ହୀତ ସାଧନ ନିମନ୍ତେ ପ୍ରୋତ୍ସାହନ ଦେଉଥିବା କିଛି ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ଏବଂ କୁନିକୁନି ପିଲାଙ୍କୁ ପୁରସ୍କୃତ କରାଯାଇଥିଲା ।

ମୁଖ୍ୟବକ୍ତାଙ୍କ ପରାମର୍ଶ କ୍ରମେ ଆଇୱାର ନିଦେ୍ର୍ଦଶିକା ଯୋଗ ସହିତ ଆର୍ୟୁବେଦକୁ ଯୋଗାଇବାର ଘୋଷଣା କରିଥିଲେ । ଏକ ସୁସ୍ଥ ଏବଂ ସଂସ୍କାରବାନ ଆଗାମୀ ପିଢି ଗଠନ ହେଉଛି । ଏହି ସଂଗଠନର ମୁଖ୍ୟ ଉଦେ୍ଦଶ୍ୟ ବୋଲି ଅନୁଷ୍ଠାନର ନିଦେ୍ଦଶିକା କହିଥିଲେ ଏବଂ ଏହାକୁ ପୂର୍ଣ୍ଣ କରିବା ପାଇଁ ଏହି ଅନୁଷ୍ଠାନର ପ୍ରତ୍ୟେକ କର୍ମକର୍ତା ସଦାସର୍ବଦା କର୍ତବ୍ୟରତ ।

ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ନିଦେ୍ର୍ଦଶିକା ଅନସୂୟା ମିଶ୍ର, ଉପସଭାପତି ତୃପ୍ତିମୟୀ ଦେବୀ, ସଂପାଦକ ପ୍ରଭାସ ଚନ୍ଦ୍ର ପାଢୀ, କୋଷାଧ୍ୟକ୍ଷ ତୟୁବ୍ ଅନସାରୀ, ଏକ୍ଜିକୁ୍ୟଟିଭ୍ ମେମ୍ବର ନମିତା ରଥ ଓ ନିବେଦିତା ସାହୁ ଏବଂ ଯୋଗ ପ୍ରଶିକ୍ଷିକା ମନସ୍ୱିନୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ସଂଘର ସଂପାଦକ ପ୍ରଭାସ ଚନ୍ଦ୍ର ପାଠୀ ଦନ୍ୟବାଦ ଅର୍ପଣ କରିଥିଲେ ।

- Advertisement -

Leave A Reply

Your email address will not be published.