Take a fresh look at your lifestyle.

ପାଚିକା – ସହାୟିକା ସଂଘର ବୈଠକ: ଶ୍ରମିକର ମାନ୍ୟତା, ସର୍ବନିମ୍ନ ମଜୁରୀ ଦାବୀ

0 4

Get real time updates directly on you device, subscribe now.

ଢେଙ୍କାନାଳ :  ସ୍ଥାନୀୟ ଯାଉଁଳି ପୋଖରୀ ମଠ ପ୍ରାଙ୍ଗଣରେ ନିଖିଳ ଓଡିଶା ଏମ୍.ଡି.ଏମ୍. ପାଚିକା ସହାୟିକା ସଂଘର ବୈଠକ ରବି ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା ।
ସଂପାଦିକା ଭାରତୀ ଦାସ କାର୍ଯ୍ୟକ୍ରମ ଉପସ୍ଥାପନ କରିଥିଲେ । ପ୍ରାରମ୍ଭରେ ଗତ ସେପ୍ଟେମ୍ବର ୨୭ ତାରିଖରେ ହୋଇଯାଇଥିବା ଆନେ୍ଦାଳନର ସମୀକ୍ଷା କରାଯାଇଥିଲା ।
କେନ୍ଦ୍ରୀୟ ଶ୍ରମିକ ସଗଂଠନମାନଙ୍କର ଆହ୍ୱାନରେ ରାଜଧାନୀରେ ହେବାକୁ ଯାଉଥିବା ୩ଦିନ ଗଣଧାରଣା ପରିପ୍ରେକ୍ଷୀରେ ୨୬ ତାରିଖ ଦିନ ପାଚିକା ସହାୟିକାମାନଙ୍କୁ ଶ୍ରମିକର ମାନ୍ୟତା, ସର୍ବନିମ୍ନ ମଜୁରୀ ଦାବୀରେ ସାମିଲ୍ ହେବାକୁ ସ୍ଥିର କରାଗଲା ।
ଆସନ୍ତା ଜାନୁଆରୀ ୨୭ ଓ ୨୮ ତାରିଖରେ ହେବାକୁ ଯାଉଥିବା ରାଜ୍ୟ ସମ୍ମିଳନୀ ପୂର୍ବରୁ ଜିଲ୍ଲା ଓ ବ୍ଲକ୍ ସମ୍ମିଳନୀ ଶେଷ କରିବାକୁ ସ୍ଥିର କରାଗଲା । ଛଟେଇ ହୋଇ ରହିଥିବା ପାଚିକାମାନଙ୍କୁ ନିଯୁକ୍ତି ନଦେଇ ନୂତନ ପାଚିକାଙ୍କୁ ନିଯୁକ୍ତି ଦିଆଯାଉଥିବାରୁ ବୈଠକରେ ଉଦ୍ବେଗ ପ୍ରକାଶ ପାଇଥିଲା ।
ପାଚିକାମାନଙ୍କୁ ଏସ୍ଏମ୍ସି ଦ୍ୱାରା ନିଯୁକ୍ତି ଦିଆନଯାଇ ବିଏସ୍ଓଙ୍କ ଦ୍ୱାରା ନିଯୁକ୍ତି ଦିଆଯିବାକୁ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରୁଛି । ଏହି ବୈଠକରେ ଶାନ୍ତିପ୍ରୟା ସାହୁ, ଶୁଭାସିନୀ ବେହେରା, ଶାନ୍ତିଲତା ସାହୁ, ପବିତ୍ର ରଣା, ଉତରା ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.