Take a fresh look at your lifestyle.

ବିଜ୍ଞାନ ଶିକ୍ଷକ ଅଭୟ ଶତପଥୀ ଜାତୀୟ ସମ୍ମାନରେ ସମ୍ମାନୀତ

ବଧିର ଶିକ୍ଷାର୍ଥୀ ପାଇଁ ଶିକ୍ଷଣ ବ୍ୟବସ୍ଥା ରେ ଦାନ୍ତ ମାଧ୍ୟମରେ ଶୁଣିବାରେ ବ୍ୟବସ୍ଥା

0 71

Get real time updates directly on you device, subscribe now.

ଢେଙ୍କାନାଳ : ଢେଙ୍କାନାଳ ଜିଲାରେ ବିଦ୍ୟାଳୟସ୍ତରୀୟ ବିଜ୍ଞାନ ଶିକ୍ଷା କ୍ଷେତ୍ର ରେ ଉକôର୍ଷ ପ୍ରତିପାଦନ ନିମନ୍ତେ ବିଜ୍ଞାନ ଶିକ୍ଷକ ଅଭୟ କୁମାର ଶତପଥୀ ଙ୍କୁ ଶରତଚନ୍ଦ୍ର ସାଇନସ୍ ପ୍ରମୋଶନ ଆୱାର୍ଡ ୨୦୨୩ ପ୍ରଦାନ କରାଯାଇଛି ।

ଶ୍ରୀ ଶତପଥୀ ବିଦ୍ୟାଳୟ ସ୍ତରରେ ବିଜ୍ଞାନ କୁ ଲୋକପ୍ରିୟ କରିବା ସହିତ ଗବେଷଣା କ୍ଷେତ୍ରରେ ନିଜ କୁ ନିୟୋଜିତ କରିବା ନିଶା ପାଇଁ ଓଡିଶା କେମିକାଲ ସୋସାଇଟ୍ ପକ୍ଷରୁ ତାଙ୍କୁ ପୁରଷ୍କୃତ କରାଯାଇଛି ।

ସେ ବର୍ତ୍ତମାନ ଗଁଦିଆ ବ୍ଲକ ନୂଆଗଡ ଶ୍ରୀ ଜଗନ୍ନାଥ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ସହକାର ବିଜ୍ଞାନ ଶିକ୍ଷକ ଭାବେ କାର୍ଯ୍ୟରତ ଅଛନ୍ତି । ଗତ ବର୍ଷ ବ୍ଲକସ୍ତରୀୟ ବିଜ୍ଞନ ମେଳାରେ ଶ୍ରୀ ଶତପଥୀଙ୍କ ବିଜ୍ଞାନ ପ୍ରକଳ୍ପ ବଧିର ଶିକ୍ଷାର୍ଥୀ ପାଇଁ ଶିକ୍ଷଣ ବ୍ୟବସ୍ଥା ରେ ଦାନ୍ତ ମାଧ୍ୟମରେ ଶୁଣିବାରେ ବ୍ୟବସ୍ଥା ଖୁବ ପ୍ରସଂଶିତ ହୋଇଥିଲା ।

ଜିଲାସ୍ତର ରୁ ଉନ୍ନିତ ହୋଇ ଖୋର୍ଦ୍ଧା ର ବିଜେବି ହାଇସ୍କୁଲ ରେ ଅନୁଷ୍ଠିତ ରାଜ୍ୟସ୍ତରିୟ ବିଜ୍ଞାନ ପ୍ରଦର୍ଶନୀ ରେ ମନୋନୀତ ହୋଇ ବିର୍ଲା ମିୁଜିୟମ କୋଲକତା ଠାରେ ପୂର୍ବଭାରତ ବିଜ୍ଞାନ ମେଳା ବିଚାରକ ମଣ୍ଡଳୀ ଦ୍ୱାରା ଉଚ୍ଚ ପ୍ରସଂଶିତ ହୋଇଥିଲା ।

ତାଙ୍କର ଏହି ଉଲ୍ଲେଖନୀୟ ଅବଦାନ ପାଇଁ ଓଡିଶା କେମିକାଲ ସୋସାଇଟ ପକ୍ଷରୁ ଢେଙ୍କାନାଳ ସ୍ୱଂୟଶାସିତ ମହାବିଦ୍ୟାଳୟ ଠାରେ ଅନୁଷ୍ଠିତ ଜାତୀୟ ବିଜ୍ଞାନ କର୍ମଶାଳା ରେ ଶ୍ରୀ ଶତପଥୀଙ୍କୁ ମାନପତ୍ର, ପ୍ରମାଣପତ୍ର ଉପଢୈାକନରେ ସମ୍ମାନିତ କରିବା ସହିତ ୪ ହଜାର ଟଙ୍କା ପୁରଷ୍କୃତ କରାଯାଇଛି ।

ଶ୍ରୀ ଶତପଥୀ ଢେଙ୍କାନାଳ ଜିଲା ଭୁଷଳ ଗ୍ରାମ ର ବାପା ଅନନ୍ତ ଚରଣ ଶତପଥୀ ଓ ମାଆ କାଞ୍ଚନ ଶତପଥୀ ଙ୍କ ସୁପୁତ୍ର ଅଟନ୍ତି । ତାଙ୍କ ଏହି ସଫଳତା ପାଇଁ ଢେଙ୍କାନାଳ ଜିଲା ଶିକ୍ଷା ଅଧିକାରୀ ବିନିତା ସେନାପତି, ବିଜ୍ଞାନ ପର୍ଯ୍ୟବେକ୍ଷକ ଲକ୍ଷ୍ମୀଧର ମହାନ୍ତ ଙ୍କ ଠାରୁ ଆରମ୍ଭ କରି ଛାତ୍ରଛାତ୍ରୀ ଅବିଭାବକ, ଶିକ୍ଷକ ଶିକ୍ଷୟିତ୍ରୀ ଅଭିନନ୍ଦନ ଜ୍ଞାପନ କରିଛନ୍ତି ।

ଏହି କାର୍ଯ୍ୟକ୍ରମରେ ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟ ର ରସାୟନ ବିଜ୍ଞାନ ଛାତ୍ରୀ ଶର୍ମିଷ୍ଠା ପଣ୍ଡାଙ୍କୁ ବେଷ୍ଠ ଗ୍ରାଜୁଏଟ୍ ଭାବେ ସମ୍ମାନୀତ ଓ ସମ୍ବର୍ଦ୍ଧିତ କରାଯାଇଛି ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.