Take a fresh look at your lifestyle.

କାଇମାଟି ହାଇସ୍କୁଲ୍ ଠାରେ ବିଜ୍ଞାନ ସେମିନାର ଅନୁଷ୍ଠିତ

0 86

Get real time updates directly on you device, subscribe now.

ଢେଙ୍କାନାଳ : ସଦର ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଆନୁକୂଲ୍ୟରେ କାଇମାଟି ହାଇସ୍କୁଲ୍ ଠାରେ “ମିଲେଟ୍ ଏକ ଉତମ ଖାଦ୍ୟ’ ଉପରେ ଏକ ବିଜ୍ଞାନ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି । ସଦର ବ୍ଲକ୍ର ବିଭିନ୍ନ ବିଦ୍ୟାଳୟରୁ ୫୪ଜଣ ଛାତ୍ରଛାତ୍ରୀ ପାଠଚକ୍ରରେ ଅଂଶଗ୍ରହଣ କରି ପ୍ରସଙ୍ଗ ଉପରେ ନିଜସ୍ୱ ମତାମତ ପ୍ରଦାନ କରିଥିଲେ ।

ଆୟୋଜିତ ପାଠଚକ୍ରରେ ଆଦର୍ଶ ବିଦ୍ୟାଳୟର ଛାତ୍ରୀ ସାମ୍ଭବୀ ଲେଙ୍କା-ପ୍ରଥମ, ଫକୀର ମୋହନ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ପ୍ରଜ୍ଞା ପରମିତା ପରିଡା-ଦ୍ୱିତୀୟ ଓ ବି.ବି. ହାଇସ୍କୁଲ୍ର ଚିନ୍ମୟୀ ବେହେରା – ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛନ୍ତି । ପ୍ରାରମ୍ଭରେ ପ୍ରଧାନଶିକ୍ଷକ ରୋହିତ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍ଘାଟନୀ ଉତ୍ସବରେ ସଦର ବି.ଇ.ଓ ବ୍ରହ୍ମାନନ୍ଦ ରାଉତ ମୁଖ୍ୟ ଅତିଥି ଓ ଏ.ବି.ଇ.ଓ ଦେବବ୍ରତ ନାଥ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପାଠଚକ୍ରର ଉପାଦେୟତା ସଂପର୍କରେ ଆଲୋକପାତ କରିଥିଲେ ।

ବିଜ୍ଞାନ ଶିକ୍ଷକ ପ୍ରଶାନ୍ତ ମଲ୍ଲିକ ଓ ମାନସ ଗଣ୍ଠିଆ ବିଚାରକ ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କର ଉପସ୍ଥାପନାକୁ ମୂଲ୍ୟାୟନ କରିଥିଲେ । ବ୍ଲକ୍ ବିଜ୍ଞାନ କମିଟିର ସଦସ୍ୟ ମଧୁସୂଦନ ରାଉତ, ସୁଶାନ୍ତ ପାଢୀ, ପ୍ରଭାତୀ ବେହେରା, ପ୍ରିୟଙ୍କା ବରାଳ ଓ ସି.ଆର୍.ସି.ସି. ଦିଲ୍ଲୀପ ନାୟକ କାର୍ଯ୍ୟକ୍ରମ ଆୟୋଜନ ଓ ପରିଚାଳନାରେ ସହଯୋଗ କରିଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.