Take a fresh look at your lifestyle.

ଦୃଷ୍ଟିହୀନ ଓ ବଧିର ବିଦ୍ୟାଳୟ ଶିକ୍ଷକଙ୍କୁ ବିଦାୟ ସମ୍ବର୍ଦ୍ଧନା

0 8

Get real time updates directly on you device, subscribe now.

ଢେଙ୍କାନାଳ : ନନ୍ଦିନୀ ଦେବୀ ଦୃଷ୍ଟିହୀନ ଓ ବଧିର ବିଦ୍ୟାଳୟ ଦୃଷ୍ଟିହୀନ ବିଭାଗର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଦିବାକର ସାହୁ, ବଧିର ବିଭାଗର ଶରତ କୁମାର ନାଥ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ ଶଙ୍କର୍ଷଣ ନାୟକ ନିଜ ନିଜ ପଦବୀରୁ ଅବସର ଗ୍ରହଣ କରିଥିବାରୁ ବିଦ୍ୟାଳୟ ପକ୍ଷରୁ ଏକ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ଗୁରୁବାର ଦିନ ଅପରାହ୍ନରେ ଆୟୋଜିତ ହୋଇଥିଲା ।

ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପ୍ରଦୁ୍ୟମ୍ନ ରଥ ସେମାନଙ୍କୁ ପୁଷ୍ପଗୁଚ୍ଛ, ଉତରୀୟ ଓ ମାନପତ୍ର ଦେଇ ତାଙ୍କର ଦୀର୍ଘ ନୀରାମୟ ଜୀବନ କାମନା କରିଥିଲେ । ଦିବାକର ବାବୁଙ୍କ ଭଳି ଅଭିଜ୍ଞ ଓ କର୍ତବ୍ୟନିଷ୍ଠ ଶିକ୍ଷକଙ୍କୁ ଅତିଥି ଶିକ୍ଷକ ଭାବେ ଗ୍ରହଣ କରିବାର ବ୍ୟବସ୍ଥା କରିବାକୁ ସଂପାଦକ ବିଶ୍ୱନାଥ ବେହେରାଙ୍କୁ ପରାମର୍ଶ ଦେଇଥିଲେ ।

ବିଦାୟ ସମ୍ବର୍ଦ୍ଧନାର ଉତରରେ ନିଜର ଉତରୋତର ଉନ୍ନତି ପାଇଁ ଗଭୀର ଆତ୍ମବିଶ୍ୱାସୀ ହେବାକୁ ସେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ବିଦ୍ୟାଳୟରେ ତାଙ୍କ ଦୀର୍ଘ ଅବସ୍ଥାନର ଅନୁଭୁତି ମଧ୍ୟ ଶ୍ରୀ ସାହୁ ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ମନୋଜ ପାଣିଗ୍ରାହୀ ଓ କର୍ମଚାରୀ ବଳରାମ ସାହୁ ବିଦାୟୀ ଶିକ୍ଷକ ଓ କର୍ମଚାରୀଙ୍କ ସ୍ମୃତିଚାରଣ କରିଥିଲେ । ଅକ୍ଷମ କଲ୍ୟାଣ ସମିତିର ସଂପାଦକ ବିଶ୍ୱନାଥ ବେହେରା ସଭା ସଂଯୋଜନା କରିଥିଲେ ।

ବଧିର ବିଭାଗର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଦିଲ୍ଲୀପ କୁମାର ସାହୁ, ଶିକ୍ଷକ ସରୋଜ କୁମାର ସାମଲ ଓ କର୍ମଚାରୀ ସିଦେ୍ଧଶ୍ୱର ପଣ୍ଡାଙ୍କ ସମେତ ସମସ୍ତ କର୍ମଚାରୀ, ଶିକ୍ଷକ ଓ ଛାତ୍ରଛାତ୍ରୀ ଏହି ବିଦାୟ ସମ୍ବର୍ଦ୍ଧନା ଉତ୍ସବରେ ଯୋଗଦେଇଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.