Take a fresh look at your lifestyle.

ରାଜ୍ୟସ୍ତରୀୟ ଭଲିବଲ୍ ଟୁର୍ଣ୍ଣାମେଣ୍ଟ

0 5

Get real time updates directly on you device, subscribe now.

ଢେଙ୍କାନାଳ : ଗତ ବୁଧବାର ସଂଧ୍ୟାରୁ ଆରମ୍ଭ ହୋଇଥିବା ସୂର୍ଯ୍ୟ ମେମୋରିଆଲ୍ ରାଜ୍ୟସ୍ତରୀୟ ଭଲିବଲ୍ ଟୁର୍ଣ୍ଣାମେଣ୍ଟ ପ୍ରବଳ ପ୍ରତିଦ୍ୱନ୍ଦିତା ଓ ଉକ୍ରଣ୍ଠା ମଧ୍ୟରେ ଭୁବନେଶ୍ୱର ସେଂଚୁରିଆନ୍ ୟୁନିଭର୍ସିଟି ଦେବଗଡ ଡ୍ୟାସର୍ସକୁ ଶେଷ ସେଟ୍ ୩୧-୨୯ ରେପରାସ୍ତ କରି ପ୍ରଥମ ତିନୋଟି ସେଟ୍ରେ ବିଜୟୀ ହୋଇ ଚମ୍ପିୟାନ ଟ୍ରଫି ସହ ୧୦ ହଜାର ଟଙ୍କା ପୁରସ୍କାର ରାଶି ପାଇବାକୁ ସକ୍ଷମ ହୋଇଥିଲେ ।

ଦେବଗଡ ଦଳ ରନର୍ସ-ଅପ୍ ଟ୍ରଫି ସହ ୮ ହଜାର ଟଙ୍କା ପୁରସ୍କାର ରାଶି ପାଇଥିଲେ । ଢେଙ୍କାନାଳ ସାଂସଦ ମହେଶ ସାହୁ ବିଜୟୀ ଦଳକୁ ଟ୍ରଫି ଓ ପୁରସ୍କାର ଅର୍ଥ ପ୍ରଦାନ କରିଥିଲେ । ଅତୀତରେ ଜଣେ ଭଲ ଭଲିବଲ୍ ଖେଳାଳି ଥିବା ସାଂସଦ ଶ୍ରୀ ସାହୁ ସମବେତ କ୍ରୀଡାବିତ୍ଙ୍କୁ ଉଦ୍ବୋଧନ ଦେଇ କ୍ରୀଡାରେ ନିଜର ନିଷ୍ଠା ଓ ଏକାଗ୍ରତା ବଜାୟ ରଖିବାକୁ ପରାମର୍ଶ ଦେବା ସହ ଡ୍ରଗ୍ସ, ଡ୍ରିଙ୍କ୍ସ ଓ ଡିସ୍କୋ ରୁ ନିଜକୁ ସଂପୂର୍ଣ୍ଣ ଦୂରେଇ ରଖିବା ପାଇଁ ପରାମର୍ଶ ଦେଇଥିଲେ ।

ସାଂସଦ ଶ୍ରୀ ସାହୁଙ୍କ ସହ ସମ୍ମାନିତ ଅତିଥି ଭାବେ ବାୟୁସେନାର ଅବସରପ୍ରାପ୍ତ ଉଇଙ୍ଗ୍ କମାଣ୍ଡର ବିରଜା ଶଙ୍କର ସିଂହଦେଓ, ଶିକ୍ଷାବିତ୍ ପ୍ରଦୁ୍ୟମ୍ନ ରଥ, ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସ ଓ ପୂର୍ବତନ ନଗରପାଳ ସୁଧାଂଶୁ ଦଳେଇ ପ୍ରମୁଖ ଯୋଗ ଦେଇ ଅନ୍ୟ ପ୍ରତିଯୋଗୀ ଦଳଙ୍କୁ ପ୍ରତିଯୋଗିତା ପ୍ରମାଣପତ୍ର ଓ ରେଫରୀମାନଙ୍କୁ ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରିଥିଲେ । ୧୨ଟି ଦଳକୁ ନେଇ ନକ୍-ଆଉଟ୍ ଭିତିରେ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା ।

ସହଯୋଗୀ ଭାବେ ଜିଲ୍ଲା କ୍ରୀଡା ସଂସଦର ସଂପାଦକ ନଳିନୀ ଦାସ, ଗୌରାଙ୍ଗ ସେଠୀ, ଗିରିଜା ମହାନ୍ତି ଓ ରବିନାରାୟଣ ମହାନ୍ତି ପ୍ରମୁଖ ଯୋଗଦେଇଥିଲେ । ସମ୍ମାନିତ ଅତିଥି ଭାବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜ୍ଞାନରଞ୍ଜନ ମହାପାତ୍ର ମଧ୍ୟ ଯୋଗଦେଇଥିଲେ । ଟୁର୍ଣ୍ଣାମେଣ୍ଟ ମୁଖ୍ୟ ଆୟୋଜକ ସୌମେନ୍ଦୁ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.