Take a fresh look at your lifestyle.

ଟ୍ରକ୍ ଧକ୍କାରେ ମହିଳା ମୃତ

0 5

Get real time updates directly on you device, subscribe now.

ଢେଙ୍କାନାଳ ସଦର,୨୨ା୧୧(ନି.ପ୍ର): ଢେଙ୍କାନାଳ ସଦର ଥାନା ଗୋବିନ୍ଦପୁର ଫାଣ୍ଡି ଗୋବିନ୍ଦପୁର ପଞ୍ଚାୟତ ଗହମଖୁଣ୍ଟୀଠାରେ ଟ୍ରକ୍ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି ।

ସଦର ଥାନା ଅନ୍ତର୍ଗତ ବିରାଡିଆ ଗ୍ରାମର ବାବୁ ନାୟକଙ୍କ ପତ୍ନୀ ଇନ୍ଦିରା ନାୟକ ବୁଧବାର ମଧ୍ୟାହ୍ନ ୧୨ଟାରେ ନିଜ ସମ୍ପର୍କୀୟ ସହ ବାଇକ୍ରେ ବସି ଢେଙ୍କାନାଳ ଆସୁଥିଲେ । ଗହମଖୁଣ୍ଟୀଠାରେ ତାଙ୍କୁ ଏକ କ୍ରୋମାଇଟ୍ ବୋଝେଇ ଟ୍ରକ୍ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ବାଇକ୍ରୁ ଛିଟିକି ପଡି ଇନ୍ଦିରା ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ ।

ଏହାକୁ କେନ୍ଦ୍ର କରି ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ସ୍ଥାନୀୟ ଲୋକେ ଦୁର୍ଘଟଣା ଘଟାଇଥିବା ଟ୍ରକ୍କୁ କାବୁ କରିଥିଲେ । ଏଥିସହ କ୍ଷତିପୂରଣ ଦାବିରେ ଗହମଖୁଣ୍ଟୀ-ଶ୍ୟାମାଚରଣପୁର ରାସ୍ତାକୁ ଅବରୋଧ କରିଥିଲେ । ରାସ୍ତା ଅବରୋଧ ଫଳରେ ଉଭୟ ପାଶ୍ୱର୍ରେ ଯାନବାହନ ଅଟକି ରହିଥିଲା ।

ଖବରପାଇ ସଦର ଥାନା ଓ ଗୋବିନ୍ଦପୁର ଫାଣ୍ଡି ପୁଲିସ୍, ସ୍ଥାନୀୟ ତହସିଲ୍ଦାର ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ । ରେଡକ୍ରସ୍ ପାଣ୍ଠିରୁ ୧୦ ହଜାର ଟଙ୍କା ସହାୟତା ଦେଇଥିଲେ । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଅଧିକ କ୍ଷତିପୂରଣ ମିଳିବାର ପ୍ରତିଶ୍ରୁତି ଦେବାପରେ ରାସ୍ତା ଅବରୋଧ ପ୍ରତ୍ୟାହୃତ ହୋଇଥିଲା । ଗୋବିନ୍ଦପୁର ଫାଣ୍ଡି ଦୁର୍ଘଟଣା ଘଟାଇଥିବା ଟ୍ରକ୍କୁ ଜବତ କରି ତଦନ୍ତ ଚଳାଇଛି ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.