Take a fresh look at your lifestyle.

ଢେଙ୍କାନାଳ ସଦର ବ୍ଲକ୍ ଘେରିଲା ବିଜେପି

0 5

ଢେଙ୍କାନାଳ ସଦର,୧୮ା୧୧(ନି.ପ୍ର):  ଓଡିଶା ସରକାରର ଦୁର୍ନୀତି, ଭ୍ରଷ୍ଟାଚାର ବିରୋଧରେ ଶନିବାର ବିଜେପି ପକ୍ଷରୁ ଢେଙ୍କାନାଳ ସଦର ବ୍ଲକ୍ ଘେରାଉ କରାଯାଇଥିଲା ।

ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ପାତ୍ରଙ୍କ ନେତୃତ୍ୱରେ ସ୍ଥାନୀୟ ହନୁମାନ ବାଟିକାରୁ କାର୍ଯ୍ୟକର୍ତାମାନେ ଏକ ବିଶାଳ ରାଲିରେ ବିଜେଡି ସରକାର ବିରୋଧରେ ବିଭିନ୍ନ ନାରାବାଜି ଦେଇ ସଦର ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ପହଁଚିଥିଲେ । ସେଠାରେ ଏକ ବିକ୍ଷୋଭ ସଭା ଆୟୋଜନ କରାଯାଇଥିଲା

। ଏହି ସଭାରେ ପଂଚାୟତ ପ୍ରତିନିଧିଙ୍କର କ୍ଷମତାକୁ ସଂକୁଚିତ କରିବା, ବ୍ୟାପକ ଲାଂଚ ଓ ପିସି କାରବାର, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ମନରେଗା ଯୋଜନାରେ ବ୍ୟାପକ ଦୁର୍ନୀତି, ପଲ୍ଲିସଭା ଓ ଗ୍ରାମସଭା ନକରି ଆମ ଓଡିଶା ନବୀନ ଓଡିଶା ନାମରେ ହଜାର ହଜାର କୋଟି ଟଙ୍କା ହଡପ, ଗଣତନ୍ତ୍ର ମାଧ୍ୟମରେ ନିର୍ବାଚିତ ପ୍ରତିନିଧିଙ୍କୁ ଗୁରୁତ୍ୱ ନଦେଇ ଚାକରଙ୍କ ହାତରେ ଶାସନ, କେନ୍ଦ୍ରରୁ ଆସୁଥିବା ହଜାର ହଜାର କୋଟି ଟଙ୍କା ହଡପ ସମେତ ରାଜ୍ୟ ସରକାରଙ୍କୁ ଦୁର୍ନୀତି ଓ ଭ୍ରଷ୍ଟାଚାର ଉପରେ ନେତୃବୃନ୍ଦ ବର୍ଷିଥିଲେ ।

ପରେ ରାଜ୍ୟପାଳଙ୍କ ଉଦେ୍ଦଶ୍ୟରେ ଏକ ଦାବୀପତ୍ର ପ୍ରଦାନ କରାଯାଇଥିଲା । ପୂର୍ବତନ ବିଧାୟକ ଶ୍ରୀ ପାତ୍ର, ଜିଲ୍ଲା ସଭାପତି ନରେଶ ଚନ୍ଦ୍ର ମହାପାତ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶତୃଘନ ଜେନା, ଲୋକସଭା ସଂଯୋଜକ ପ୍ରେମାନନ୍ଦ ଜେନା, ବରିଷ୍ଠ ନେତା ରାମଚନ୍ଦ୍ର ପାତ୍ର, ଜିଲ୍ଲା ସାଧାରଣ ସଂପାଦକ ସୁନିଲ୍ ଶର୍ମା, ଜିଲ୍ଲା ମିଡିଆ ପ୍ରଭାରୀ ନବ କିଶୋର ଗୁରୁ, ଜିଲ୍ଲା ଉପସଭାପତି ବିଷ୍ଣୁ ପ୍ରସାଦ ଲେଙ୍କା, ପବିତ୍ର ବିଶ୍ୱାଳ, ମାତୃପ୍ରସାଦ ନନ୍ଦ, ସାଧାରଣ ସଂପାଦକ ରତିକାନ୍ତ ସାହୁ, ବରିଷ୍ଠ ନେତା ଖାଁ ଜୁଲ୍ଫତ୍ ଅଲ୍ଲି ପ୍ରମୁଖ ରାଜ୍ୟ ସରକାରଙ୍କ ଦୁର୍ନୀତି ଓ ଭ୍ରଷ୍ଟାଚାର ଉପରେ ଉଦ୍ବୋଧନ ଦେଇଥିବାସ୍ଥଳେ ଅନ୍ୟମାନଙ୍କ ମଧ୍ୟରେ ଅମ୍ବିକା ମିଶ୍ର, ସଂଯୁକ୍ତା ହୋତା, ବାସୁଦେବ ଧଳ, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ମହାଦୀପ ଯଶୋବନ୍ତ ମହିମା, ମଣ୍ଡଳ ସଭାପତି ଧୃବଚରଣ ସ୍ୱାଇଁ, ଧୃବ ଚରଣ ରାଉତ, ପ୍ରତୁ୍ୟଷ ହରି ପ୍ରଧାନ, ଲଳିତ ଦାସ, ପ୍ରଫୁଲ୍ଲ ଗଣ୍ଡ, ସତ୍ୟ ରଞ୍ଜନ ଭୂୟାଁ, ଅରବିନ୍ଦ ପାଣ୍ଡେ, ସରପଂଚ ପ୍ରତାପ ସ୍ୱାଇଁ, କ୍ଷେତ୍ରବାସୀ ସାହୁ, ହାଡିବନ୍ଧୁ ସେଠୀ, ସୁଚିତ୍ର ବେହେରା, ନିରୋଦ କୁମାର ସାହୁ, ବୁଲୁ ତ୍ରିପାଠୀଙ୍କ ସମେତ ବହୁ ୧ ହଜାରରୁ ଉଦ୍ଧ୍ୱର୍ କାର୍ଯ୍ୟକର୍ତା ଉକ୍ତ କାର୍ଯ୍ୟକ୍ରମରେ ସାମିଲ୍ ଥିଲେ ।

ଶେଷରେ ସଦର ବ୍ଲକ୍ ଉପାଧ୍ୟକ୍ଷ ମଧୁସୂଦନ ଜେନା ଧନ୍ୟବାଦ ଦେଇଥିଲେ ।

- Advertisement -

Leave A Reply

Your email address will not be published.