Take a fresh look at your lifestyle.

ଆନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳିତ

0 16

Get real time updates directly on you device, subscribe now.

ଢେଙ୍କାନାଳ : ସ୍ଥାନୀୟ ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଶୁକ୍ରବାର ଦିନ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ମିନତୀ ଦେହୁରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଏ.ଡି.ଇ.ଓ. ସସ୍ମିତା ସାହୁ, ମୁଖ୍ୟ ଅତିଥି ସଦର ବି.ଇ.ଓ. ବ୍ରହ୍ମାନନ୍ଦ ରାଉତ ଓ ଏ.ବି.ଇ.ଓ. ଦେବବ୍ରତ ନାଥ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସାକ୍ଷରତା ଦିବସର ତାତ୍ପର୍ଯ୍ୟ ଓ ଆଭିମୁଖ୍ୟ ସଂପର୍କରେ ଆଲୋକପାତ କରିଥିଲେ । ଶିକ୍ଷା ଓ ପ୍ରଗତି ପରସ୍ପର ପରିପୁରକ ।

ଶିକ୍ଷା ବିନା ଏକ ପ୍ରଗତିଶୀଳ ସମାଜ ଅସମ୍ଭବ । ତେଣୁ ସାକ୍ଷରତା ହାର ବୃଦ୍ଧି କରି ଏକ ସୁସ୍ଥ ଓ ପ୍ରଗତିଶୀଳ ସମାଜ ଗଠନ କରିବାକୁ ଅତିଥିମାନେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଏକ ସଚେତନତା ଶୋଭାଯାତ୍ରା ଆୟୋଜିତ ହୋଇ ସହର ପରିକ୍ରମା କରାଯାଇଥିଲା । ସାକ୍ଷରତା ଉପରେ ବିଭିନ୍ନ ଶ୍ଲୋଗାନ ଦେଇ ଛାତ୍ରଛାତ୍ରୀମାନେ ଜନସାଧାରଣଙ୍କୁ ସଚେତନ କରାଇଥିଲେ । ଶୋଭାଯାତ୍ରାରେ ୩୦୦ ଛାତ୍ରଛାତ୍ରୀ ଭାଗ ନେଇଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.