Take a fresh look at your lifestyle.

ରକ୍ତଦାନ ଶିବିର ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

0 2

Get real time updates directly on you device, subscribe now.

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ମହିମାଗାଦି ଓଟିଡିସି ହଲ ଠାରେ ଆସନ୍ତା ୧୬ତାରିଖ ଦିନ ଏକ ସ୍ୱଚ୍ଛ।କ୍ରୃତ ରକ୍ତଦାନ ଶିବିର ଅନୁଷ୍ଠିତ ହେବ । ମହିମା ଧର୍ମଧାମ ବିକାଶ ପରିଷଦ, ଯୋରନ୍ଦା ଆନୁକୂଲ୍ୟରେ ଏହି ଶିବିର ପରିଚାଳିତ ହେବ । ସେଥିପାଇଁ ଆଜି ଯୋରନ୍ଦା ଶିବମନ୍ଦିର ଠାରେ ଆଜି ମହିମା ଧର୍ମଧାମ ବିକାଶ ପରିଷଦ ସଭାପତି ପୀତବାସ ରାଉତଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।

ବୈଠକରେ ସଂପାଦକ ଆନନ୍ଦ ଚନ୍ଦ୍ର ମହାନ୍ତି ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ସଂଗଠନର ଉପସଭାପତି ଶରତ ରାଉତ ରକ୍ତଦାନ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ପାଇଁ ପରାମର୍ଶ ଦେଇଥିଲେ। ବୈଠକରେ ସହସମ୍ପାଦକ ପ୍ରତ୍ୟୁଷ ହରି ପ୍ରଧାନ, କୋଷାଧ୍ୟକ୍ଷ ଯଦୁନନ୍ଦନ ଦାଶ,ବରିଷ୍ଠ ସଭ୍ୟ ଶରତ ରାଉତ, ଭୀମସେନ ନାୟକ,ଗୋକୁଳ ଚନ୍ଦ୍ର ସାହୁ,ଶରତ କୁମାର ପ୍ରଧାନ, ସୁଧାଂଶୁ ଶେଖର ରାଉତ,ବିଦ୍ୟାଧର ବେହେରା, ପବିତ୍ର ମୋହନ ରାଉତ, ବିପିନ୍ ବିହାରୀ ନାୟକ, ସାରଙ୍ଗଧର ରାଉତ ପ୍ରମୁଖ ବକ୍ତବ୍ୟ ରଖିଥିଲେ।

ଏହି ଅବସରରେ ସଭ୍ୟମାନେ ବକ୍କଳ ଧାରୀ ମହିମା ସମାଜ ଓ କୈ।ପୀନଧାରୀ ମହିମା ସମାଜର ଆଶ୍ରମ ମଣ୍ଡଳକୁ ଯାଇ ବରିଷ୍ଠ ସନ୍ୟାସୀ ମାନଙ୍କୁ ରକ୍ତଦାନ ଶିବିରରେ ଅତିଥି ଭାବେ ଯୋଗଦାନ କରିବା ପାଇଁ ନିବେଦନ କରିଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.