Take a fresh look at your lifestyle.

ସାଂସଦ ମହେଶ ସାହୁ ଙ୍କ ଦ୍ୱାରା ସେବାୟତ ସମ୍ବର୍ଦ୍ଧିତ

0 22

Get real time updates directly on you device, subscribe now.

ଭୁବନ : ଚଳିତ ବର୍ଷ ଭୁବନରେ ରଥଯାତ୍ରା ଓ ବାହୁଡା ଯାତ୍ରା ଅତ୍ୟନ୍ତ ଶୃଙ୍ଖଳିତ ଭାବେ ସଂପନ୍ନ ହୋଇଥିବାରୁ ବରିଷ୍ଠ ସେବାୟତ ଙ୍କ ସମେତ ସଂକୀର୍ତନ ମଣ୍ଡଳୀ କର୍ମକର୍ତା ଓ ବିଶିଷ୍ଟ ବ୍ୟକ୍ତିଙ୍କୁ ପ୍ରଥମ ଥର ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା ।

ସାଂସଦ ମହେଶ ସାହୁ ପ୍ରଥମେ ମହାପ୍ରଭୁ ଜଗନ୍ନାଥ ଙ୍କୁ ଦର୍ଶନ କରିଥିଲେ ଓ ପରେ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରଥଯାତ୍ରାରେ ପ୍ରମୁଖ ସେବା,ଶୃଙ୍ଖଳା ଓ ସହଯୋଗ ପାଇଁ ଆଇ ଆଇ ସି ସୌଭାଗ୍ୟ କୁମାର ସ୍ୱାଇଁ , ଅଗ୍ନିଶମ ଅଧିକାରୀ ମନୋରଂଜନ ବିଶ୍ୱାଳ ,ଜନସ୍ୱାସ୍ଥ୍ୟ ବିଭାଗ ,ବିଦ୍ୟୁତ ବିଭାଗ , ସେବାୟତ ଓ ସଂକୀର୍ତନ ମଣ୍ଡଳୀ ଙ୍କୁ ପ୍ରଶଂସାପତ୍ର ସହିତ ପୁଷ୍ପଗୁଚ୍ଛ ,ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ ।

ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ସଭାପତି ତଥା ନଗରପାଳ ଶୁଭେନ୍ଦୁ କୁମାର ସାହୁ ଙ୍କ ଅଧ୍ୟକ୍ଷତା ଓ ଦିଲ୍ଲୀପ କୁମାର ଦାସ ଙ୍କ ପରିଚାଳନାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ଆଦ୍ୟ ସେବକ ରାମଚନ୍ଦ୍ର ରାଉତ , ବରିଷ୍ଟ ସେବାୟତ ତୁଷାରକାନ୍ତି ମିଶ୍ର , ଉପଦେଷ୍ଟା ଗୋପୀନାଥ ମହାନ୍ତି , କାଉନସିଲର ପପୁ କୁମାର ସାହୁ , ଗିରିଧାରୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.