Take a fresh look at your lifestyle.

ଜିରୋ ନାଇଟ୍ ସେଲିବ୍ରେସନ, ଭୋଜି ଭାତ, ଡିଜେ ସାଉଣ୍ଡ ବ୍ୟବହାର ଆଦିକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି

ଜିଲ୍ଲାପାଳଙ୍କ ଦ୍ୱାରା କୋଭିଡ୍ ପରିଚାଳନା ସ୍ଥିତି ସମୀକ୍ଷା

0 31

ଢେଙ୍କାନାଳ  : ସଂପ୍ରତି ଓମିକ୍ରନ ସଂକ୍ରମଣକୁ ଦୃଷ୍ଟିରେ ରଖି ଆଗାମୀ ନୂଆବର୍ଷ ଅବସରରେ ଜିରୋ ନାଇଟ୍ ସେଲିବ୍ରେସନ, ଭୋଜି ଭାତ, ଡିଜେ ସାଉଣ୍ଡ ବ୍ୟବହାର ଆଦିକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ଏହି ଅବସରରେ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କୋଭିଡ୍ ପରିଚାଳନା ସମୀକ୍ଷା ବୈଠକରେ ଉପରୋକ୍ତ ନିଷ୍ପତି ଗ୍ରହଣ ପୂର୍ବରୁ ସମସ୍ତ ବିଡିଓ, ନିର୍ବାହୀ ଅଧିକାରୀମାନଙ୍କୁ ନିଦେ୍ର୍ଦଶ ଦିଆଯାଇଛି ।

ପ୍ରତ୍ୟେକ ବ୍ୟବସାୟ ପ୍ରତିଷ୍ଠାନ, ଦୋକାନ ବଜାର ଆଦିରେ କୋଭିଡ୍ ନିୟମ ଅନୁପାଳନ କଡ଼ାକଡ଼ି ଯାଂଚ କରିବାକୁ ପରାମର୍ଶ ଦିଆଯାଇଛି । ଡିସେମ୍ବର ଶେଷସୁଧା ବିଡିଓମାନେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ହେଲଥ୍ କାର୍ଡ ହିତାଧିକାରୀ ମାନଙ୍କୁ ପ୍ରଦାନ କରିବାକୁ ଜିଲ୍ଲାପାଳ କହିଛନ୍ତି । ଜିଲ୍ଲାରେ ହେଉଥିବା ଆଂଟିଜେନ୍ ଓ ଆର୍ଟିପିସିଆ ଟେଷ୍ଟ ଓ ଟିକାକରଣ କାର୍ଯ୍ୟକ୍ରମ ଉପରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଅଶୋକ ଦଶ ଅବଗତ କରାଇଥିଲେ । ଜିଲ୍ଲାକୁ ବିଦେଶ ଫେରାନ୍ତାମାନଙ୍କୁ ଚିହ୍ନଟ କରି ବିହିତ ପ୍ରତିକାର କରାଯାଉଛି । ସଂକ୍ରମଣକୁ ରୋକିବା ପାଇଁ ସ୍ୱାସ୍ଥ୍ୟ ଅଧିକାରୀ ଓ କର୍ମୀମାନେ ଆଂଟିଜେନ ଓ ଆର୍ଟିପିସିଆର୍ ଟେଷ୍ଟ କରାଇବା ସହ ଅଧିକ ଟିକାକରଣ ବ୍ୟବସ୍ଥା କରାଯାଉଥିବା ପ୍ରକାଶ କରିଥିଲେ ।

ଭିସି ଯୋଗେ ଅନୁଷ୍ଠିତ ଏହି ବୈଠକରେ ଆରକ୍ଷୀ ଅଧିକ୍ଷକ ଲୋଗାନୟାଗୀ ଦିବ୍ୟା ଭି., ଅତିରିକ୍ତ ଜିଲ୍ଲାପାଳ ଶଶାଙ୍କ ଶେଖର ଦାଶ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିଦେ୍ର୍ଦଶକ ସାଫଲ୍ୟ ମଣ୍ଡିତ ପ୍ରଧାନ, ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡା. ଜ୍ୟୋତିଷ ଚନ୍ଦ୍ର ମହାପାତ୍ର, ଡିପିଏମ୍ ଏନ୍ଏଚ୍,ମ୍ ସୋନାଲୀ ପ୍ରିୟଦର୍ଶିନୀ, ଆପାତକାଳୀନ ଅଧିକାରୀ ସ୍ନିଗ୍ଧା ଛାୟା ମହାପାତ୍ର, ପୌର ନିର୍ବାହୀ ଅଧିକାରୀ ଅତନୁ କୁମାର ସାମନ୍ତ, ଭାରପ୍ରାପ୍ତ ତହସିଲଦାର ଅନୁପମା ମୁର୍ମୁ, ଓସଡମା ଡିପିଓ ନିମାଇଁ ଚରଣ ଦାଶ, ସମସ୍ତ ବିଡିଓମାନେ ଉପସ୍ଥିତ ଥିଲେ ।

- Advertisement -

Leave A Reply

Your email address will not be published.