Take a fresh look at your lifestyle.

ସାମ୍ବାଦିକଙ୍କ ଗିରଫଦାରୀକୁ ବିରୋଧ: ଏସପିଙ୍କ ଦ୍ବାରସ୍ଥ ହେଲା କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ୟୁନିୟନ

0 71

Get real time updates directly on you device, subscribe now.

ଭବାନୀପାଟଣା: ମିଥ୍ୟା ମାମଲାରେ ନର୍ଲାର ସାମ୍ବାଦିକଙ୍କୁ ଛନ୍ଦି ରାତି ଅଧିଆ ଗିରଫଦାରୀକୁ ତିବ୍ର ବିରୋଧ କରିଛି କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ୟୁନିୟନ (ଓୟୁଜେ) । ଏନେଇ ଆଜି କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ୟୁନିୟନ ସଭାପତି କମ୍ବୁପାଣି ମିଶ୍ରଙ୍କ ନେତୃତ୍ବରେ ଏକ ପ୍ରତିନିଧି ମଣ୍ଡଳୀ କଳାହାଣ୍ଡି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଦ୍ବାରସ୍ଥ ହୋଇଛନ୍ତି ।

ଘଟଣାରୁ ପ୍ରକାଶ ଯେ, ନର୍ଲାର କାର୍ଯ୍ୟରତ ସାମ୍ବାଦିକ ରଞ୍ଜନ କୁମାର ମହାନ୍ତି କୃଷକମାନଙ୍କ ଅଭିଯୋଗକୁ ଭିତ୍ତିକରି ଖବର ପ୍ରସାରଣ କରିଥିଲେ । ଏହାକୁ ନେଇ ନର୍ଲା ବ୍ଲକର ସହକାରୀ କୃଷି ଅଧିକାରୀ (ଏଏଓ) ସାମ୍ବାଦିକ ରଞ୍ଜନ କୁମାର ମହାନ୍ତି ଓ ଅନ୍ୟ ଜଣେ ସାମ୍ବାଦିକ ଲିଙ୍ଗରାଜ ମିଶ୍ରଙ୍କ ନାମରେ ନର୍ଲା ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି । ତେବେ ସାମ୍ବାଦିକ ଲିଙ୍ଗରାଜ ମିଶ୍ରଙ୍କ ଏହି ଘଟଣା ସହିତ କୈାଣସି ସଂପର୍କ ନଥିବାବେଳେ ଖବର ପ୍ରସାରଣ କରିଥିବାରୁ ରଞ୍ଜନ ମହାନ୍ତିଙ୍କୁ ମଧ୍ୟ ଉଦ୍ଦେଶ୍ୟ ମୂଳକ ଭାବରେ ଗିରଫ କରାଯାଇଛି । ଗତକାଲି ରାତି ୩ଟାରେ ରଞ୍ଜନଙ୍କୁ ତାଙ୍କ ବାସଭବନରୁ ପୋଲିସ ଉଠାଇ ନେଇଥିଲା ।

ତେବେ ଏହି ଘଟଣା ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭର ଅଧିକାର ହନନ କରୁଥିବାରୁ ଏହାର ନିରପେକ୍ଷ ତଦନ୍ତ କରିବାକୁ ଏସପିଙ୍କୁ ଅନୁରୋଧ କରିଛି କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ୟୁନିୟନ । ଏସପିଙ୍କୁ ସାକ୍ଷାତ ସମୟରେ ଜିଲ୍ଲା ସଭାପତି ଶ୍ରୀ ମିଶ୍ରଙ୍କ ସମେତ କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ୟୁନିୟନର ସାଧାରଣ ସଂପାଦକ ସନ୍ତୋଷ କୁମାର ସିଂଦେଓ, ମନମୋହନ ପ୍ରଧାନ, ଅଞ୍ଜନ କୁମାର ରଥ, ବିକାଶ ଖେମକା, ଶିବାନନ୍ଦ ନାଏକଙ୍କ ସମେତ ୟୁନିୟନର ଅନେକ ସଦସ୍ୟ ଉପସ୍ଥିତ ଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.