Take a fresh look at your lifestyle.

ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଦିନିକିଆ ଢେଙ୍କାନାଳ ଗସ୍ତ

0 23

ଢେଙ୍କାନାଳ, ୩୧: ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଶନିବାର ଦିନିକିଆ ଢେଙ୍କାନାଳ ଗସ୍ତ କରିଛନ୍ତି। କାମାକ୍ଷାନଗର ବ୍ଲକ ଗୋଦରିବିଲି ଠାରେ ନୂତନ ଏସଏଚଏଫ ଥେରାପିକ୍ ସେଣ୍ଟର ବା ଆସ୍କାସ ଭବନର ଉଦଘାଟନ କରିଛନ୍ତି।

 

ଏହି ସେଣ୍ଟର ପ୍ରତିଷ୍ଠା ଦ୍ଵାରା ଅଞ୍ଚଳର ବହୁ ରୋଗୀ ଚିକିତ୍ସା ସେବା ପାଇପାରିବେ । ପାରାଲିସିସ୍, ମେରୁଦଣ୍ଡ କୁମ୍ବା ଅନ୍ୟ ଅସ୍ତଜନିତ ଚିକିତ୍ସା ପାଇଁ ଏହା ଉପଯୋଗୀ ହେବ। ଲୋକଙ୍କ କଲ୍ୟାଣ ପାଇଁ ସରକାର କାର୍ଯ୍ୟ କରୁଛନ୍ତି ବୋଲି ଶ୍ରୀ ସିଂହଦେଓ କହିଥିଲେ ।
କାର୍ଯ୍ୟକ୍ରମରେ କାମାକ୍ଷାନଗର ବିଧାୟକ ଶ୍ରୀ ଶତ୍ରୁଘନ ଜେନା, ପରଜଙ୍ଗ ବିଧାୟକ ଶ୍ରୀ ବିଭୁତିଭୂଷଣ ପ୍ରଧାନ, ଜିଲ୍ଲାପାଳ ଶ୍ରୀ ଆଶିଷ ଇଶ୍ଵର ପାଟିଲ, ଏସପି ଅଭିନବ ସୋନକର, ୱିଜରଲାଣ୍ଡରୁ ବାସଏଡ଼ର ପ୍ରତିନିଧୂ ଶଶାଙ୍କ ମହାନ୍ତି, ଟ୍ରଷ୍ଟି ଦୀପକ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ।

ଏହି ଆଶ୍ଵାସ ଭବନରେ ଥେରାପିକ ଚିକିତ୍ସା ମାଧ୍ୟମରେ କିପରି ଗରିବ ଓ ସାଧାରଣ ଲୋକ ଙ୍କୁ ସୁବିଧାରେ ପାରାଲିସିସ ଓ ମେରୁଦଣ୍ଡ ସମସ୍ୟା ଜନିତ ରାଗର ପ୍ରତିଷେଧକ ବ୍ୟବସ୍ଥା କରାଯିବା ସହ ଚିକିତ୍ସା କରାଯିବ ସେ ନେଇ ଏହି ଭବନର ଉଦଘାଟନ ହୋଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସଞ୍ଜୟ କୁମାର ମହାପାତ୍ରଙ୍କ ସମେତ ସ୍ୱାସ୍ଥ୍ୟବିଭାଗର ଅଧ୍ବକାରୀ ଉପସ୍ଥିତ ରହିଥିଲେ ।

 

ଡ଼ଃ ଶଶାଙ୍କ ମହାନ୍ତି ଙ୍କ ପ୍ରଛନ ସହଯୋଗ ସ୍ବେଛାସେବୀ ସଂସ୍ଥା ଶୋଭା ନିର୍ଦ୍ଦେଶକ ଉଦୟେନ୍ଦୁ ମିଶ୍ର ଙ୍କ ସ୍ଥାନୀୟ ପ୍ରୟାସ ଯୋଗୁଁ ଏହା ସମ୍ଭବ ହୋଇ ପାରିଛି I

- Advertisement -

Leave A Reply

Your email address will not be published.