Take a fresh look at your lifestyle.

ଦଳିତ ଯୁବକଙ୍କୁ ଗୃହରକ୍ଷୀଙ୍କ ମାଡ, ଗିରଫ ଦାବୀରେ ଆରକ୍ଷୀ ଅଧିକ୍ଷକଙ୍କୁ ଭେଟିଲେ ଗ୍ରାମବାସୀ 

0 8

ଢେଙ୍କାନାଳ : ଢେଙ୍କାନାଳ ସଦରଥାନା ଅନ୍ତର୍ଗତ ବଉଳପୁର ଗାଁରେ ଜଣେ ଦଳିତ ଛାତ୍ରଙ୍କୁ ଜଣେ ଗୃହରକ୍ଷୀ ମାଡ ମାରିବା ନେଇ ଅଭିଯୋଗ ହୋଇଛି । ଗୃହରକ୍ଷୀଙ୍କ ବିରୁଦ୍ଧରେ ତୁରନ୍ତ ଗିରଫ କରିବା ପାଇଁ ଆଜି ଶତାଧିକ ଗ୍ରାମବାସୀ ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ଦାବୀ କରିଛନ୍ତି । ଏହି ଘଟଣା ନେଇ ବଉଳପୁର ଗାଁରେ ଉତେଜନା ମୁଳକ ପରିସ୍ଥିତି ସୃଷ୍ଟି ହୋଇଛି ।

 

ସୁଚନା ଅନୁସାରେ ସଦର ଥାନା ଅନ୍ତର୍ଗତ ବଉଳପୁର ଗାଁର ଅନ୍ତର୍ଯ୍ୟାମୀ ମଳିକଙ୍କ ପୁଅ ଅନିମେଶ (୧୪) ବଉଳପୁର ଶ୍ରୀ ଶ୍ରୀ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀର ଛାତ୍ର ଅଟନ୍ତି । ୧୪ ତାରିଖ ଶନିବାର ଦିନ ସେ ସ୍କୁଲକୁ ଯାଇଥିଲେ । ସ୍କୁଲରେ ପରୀକ୍ଷା ସରିବା ପରେ ପୂର୍ବାହ୍ନ ସାଢେ ୧୦ ଟା ବେଳେ ବିଦ୍ୟାଳୟ ଫାଟକ ବାହାରେ ଥିବା ଏକ ଦୋକାନରୁ ବିସ୍କୁଟ କିଣିବା ପାଇଁ ଯାଇଥିଲେ । ସ୍କୁଲ ପାଚେରୀକୁ ଲାଗି ଘର କରିଥିବା ପ୍ରହଲାଦ ବେହେରାଙ୍କ ପୁଅ ମାନସ ବେହେରା ଅନିମେଶକୁ ମାଡ ମାରିଥିଲେ ।

ଏପରିକି ତାଙ୍କୁ ଲୁହା ଛଡରେ ପିଟି ରକ୍ତାକ୍ତ କରି ପକାଇଥିଲେ ବୋଲି ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି ।  ତାଙ୍କୁ ଜାତିଆନା ଆକ୍ଷେପ କରିବା ସମେତ ମୁଁ ପୁଲିସ ବିଭାଗରେ ଚାକିରି କରିଛି ମୋର କିଏ କ’ଣ କରିବେ ବୋଲି କହିଥିଲେ । ଏହି ଘଟଣା ସ୍କୁଲର ସିସିଟିଭି ଫୁଟେଜରେ ରହିଛି । ଆହତ ଛାତ୍ର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି ହୋଇଛନ୍ତି ।

ଗତକାଲି ଏନେଇ ଢେଙ୍କାନାଳ ସଦର ଥାନାରେ ପୀଡିତ ଦଳିତ ଛାତ୍ରଙ୍କର ମା ବବିତା ମଲିକ ଥାନାରେ ଅଭିଯୋଗ କରିଥିଲେ । ସଦର ପୁଲିସ ଏନେଇ ପଦକ୍ଷେପ ନନେବାରୁ ଶତାଧିକ ଦଳିତ ପୁରୁଷ ଏବଂ ମହିଳା ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ଦୃଢ କାର୍ଯ୍ୟାନୁଷ୍ଠାନ ଦାବୀ କରିଛନ୍ତି ।

- Advertisement -

Leave A Reply

Your email address will not be published.