ଢେଙ୍କାନାଳ,୪ା୧୨: ଢେଙ୍କାନାଳ ସହରର ଏକ ଅଗ୍ରଣୀ ପୂଜା ଅନୁଷ୍ଠାନ ଗଣେଶ ବଜାର ପକ୍ଷରୁ ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମାଣବସା ଗୁରୁବାର ମହୋତ୍ସବ ପାଳନ କରାଯାଇଛି । ଚଳିତ ବର୍ଷ ଏହି ଗୁରୁବାର ମହୋତ୍ସବ ୭୫ ବର୍ଷରେ ପହଂଚି ଥିବାରୁ ଅନୁଷ୍ଠାନ ପକ୍ଷରୁ ଏକ ଭଜନ ସନ୍ଧ୍ୟାର କାଯ୍ୟକ୍ରମ କରାଯାଇଛି ।
ଏହି ଭଜନକୁ ବଜାର ସଭାପତି ସଂଜୀବ କୁମାର ବେହେରାଙ୍କ ସଭାପତିତ୍ୱରେ ଢେଙ୍କାନାଳ ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ର, ସମାଜସେବୀ ରାମଚନ୍ଦ୍ର ପାତ୍ର, ଗଣେଶ ବଜାର ଉପଦେଷ୍ଟା ବସନ୍ତ କୁମାର ସାହୁ, ସଂଗୀତ ଗୁରୁ ଖରାବେଳେ ପଟ୍ଟନାୟକ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ୱଳନ କରି ଉଦ୍ଘାଟନ କରିଥିଲେ ।
ଗୁରୁବାର ପ୍ରାତଃରୁ ମା’ ସୌଭାଗ୍ୟ ମହାଲକ୍ଷ୍ମୀଙ୍କ ରୀତିନୀତି କର୍ତା ଅତୁଲ କୁମାର ନାୟକ ଓ ପୁରୋହିତ ଜଗନ୍ନାଥ ତ୍ରିପାଠୀ ସମସ୍ତ ପୂଜା କର୍ମ ସମ୍ପୂନ୍ନ କରିଥିଲେ । ସନ୍ଧ୍ୟାରେ ଶତରୁପା ଅନୁଷ୍ଠାନର କଳାକାର ମାନଙ୍କ ଦ୍ୱାରା ଭଜନ ପରିବେଷଣ କରାଯାଇଥିଲା । ସନ୍ଧ୍ୟାରେ ଭକ୍ତମାନେ ମା’ ଲଷ୍ମୀଙ୍କ ଆଶିଷ ଲାଭ କରିବା ସହିତ ତିନି ହଜାରରୁ ଉର୍ଦ୍ଧ ଶ୍ରଦ୍ଧାଳୁ ମା’ଙ୍କ ପ୍ରସାଦ ସେବନ କରିଥିଲେ ।
ଏହି କାଯ୍ୟକ୍ରମକୁ ଅନୁଷ୍ଠାନର ଉପସଭାପତି ଶରତ କୁମାର ସାହୁ, ଉପଦେଷ୍ଟା ବିଶ୍ୱନାଥ ବେହେରା, ସମ୍ପାଦକ ଏମଡି ରଫିକ୍, ମାଧବ କୁମାର ସିଲ, ଶ୍ରୀକାନ୍ତ କୁମାର ସାହୁ, ଜଗନ୍ନାଥ ହୋତା, ଚିତରଞ୍ଜନ ସାହୁ, ମାନସ କୁମାର ସାହୁ, ସୁଶାନ୍ତ କୁମାର ନାୟକଙ୍କ ସମେତ ଅନୁଷ୍ଠାନର ସମସ୍ତ କର୍ମକର୍ତା ପରିଚାଳନା କରିଥିଲେ ବୋଲି ମିଡ଼ିଆ ପ୍ରଭାରୀ ଶ୍ୟାମସୁନ୍ଦର ସାହୁ ସୂଚନା ପ୍ରଦାନ କରିଥିଲେ ।
