Take a fresh look at your lifestyle.

ମହିମାଗାଦି ବ୍ଲକ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଯୋଗାଣ ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

ମହିମାଗାଦି ବ୍ଲକ ଗଠନ ପ୍ରସ୍ତାବ ସମ୍ପର୍କରେ ଆଲୋଚନା

0 20

ଯୋରନ୍ଦା,୧।୧୨: ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ଠାରେ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ବୈଷୟିକ ବିଭାଗ ମନ୍ତ୍ରୀ କ୍ରୃଷ୍ଣଚନ୍ଦ୍ର ପାତ୍ରଙ୍କ ଜନ ଶୁଣାଣୀ କାର୍ଯ୍ୟକ୍ରମରେ ମହିମାଗାଦି ବ୍ଲକ କ୍ରିୟାନୁଷ୍ଠାନ କମିଟି କର୍ମକର୍ତ୍ତାମାନେ ଭେଟି ନୂତନ ମହିମାଗାଦି ବ୍ଲକ ଗଠନ ପ୍ରସ୍ତାବ ସମ୍ପର୍କରେ ଆଲୋଚନା କରିଥିଲେ।

 

ଢେଙ୍କାନାଳ ସଦର ବ୍ଲକ ଓ ଗଁଦିଆ ବ୍ଳକର ମୂଖ୍ୟାଳୟ ଠାରୁ ଦୂରରେ ଥିବା ୧୬ ଟି ଗ୍ରାମ ପଞ୍ଚାୟତକୁ ଏକତ୍ର କରି ବିଶ୍ୱପ୍ରସିଦ୍ଧ ଧର୍ମ ପୀଠ ମହିମାଗାଦି ଯୋରନ୍ଦା ଠାରେ ନୂତନ ବ୍ଲକ ଗଠନ କରିବା ପାଇଁ ମନ୍ତ୍ରୀ ଶ୍ରୀଯୁକ୍ତ ପାତ୍ରଙ୍କୁ ନିବେଦନ କରିଥିଲେ।

 

ମହିମାଗାଦି ବ୍ଲକ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଯୋରନ୍ଦା ସରପଞ୍ଚ ଆରତୀ ନାୟକ, ସମିତି ସଭ୍ୟ ପ୍ରତ୍ୟୁଷ ହରି ପ୍ରଧାନ,ବରିଷ୍ଠ ସଭ୍ୟ ଶରତ ରାଉତ, ପୀତବାସ ରାଉତ,ଶରତ ରାଉତ,ଶରତ ପ୍ରଧାନ, ଶ୍ୟାମ ସୁନ୍ଦର ସ୍ୱାଇଁ, ଯଦୁ ନନ୍ଦନ ଦାସ, ଆନନ୍ଦ ଚନ୍ଦ୍ର ମହାନ୍ତି, ପ୍ରତାପ ନାଥ, ଧର୍ମାନନ୍ଦ ରାଉତ, ଅମ୍ବିକା ପ୍ରସାଦ ମିଶ୍ର, ଦିଗମ୍ବର ସାହୁ,କାବରା ସମିତି ସଭ୍ୟ ଶତ୍ରୁଘ୍ନ ରାଉତ,ଅଭୟ ପାଣି, ପ୍ରସାନ୍ତ ଦେହୁରୀ, ବୀରେନ୍ଦ୍ର ନାୟକ, ଅଶୋକ ପଣ୍ଡା , ପ୍ରହଲ୍ଲାଦ ନାୟକ ପ୍ରମୁଖ  ଏକ ସ୍ମାରକପତ୍ର ମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ।

- Advertisement -

Leave A Reply

Your email address will not be published.