Take a fresh look at your lifestyle.

ଯୋରନ୍ଦା: ସରପଞ୍ଚ ପଦବୀ ସଂରକ୍ଷଣକୁ ବାତିଲ ଦାବି କଲେ ମହିମା ସନ୍ୟାସୀ

0 129

Get real time updates directly on you device, subscribe now.

ଯୋରନ୍ଦା: ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ଯୋରନ୍ଦା ଗ୍ରାମ ପଞ୍ଚାୟତ ସରପଞ୍ଚ ପଦବୀ ଟି ଅନୁସୂଚିତ ଜାତି ମହିଳା ମାନଙ୍କ ପାଇଁ ସଂରକ୍ଷିତ ରହିଥିବାରୁ ଏହାକୁ ପରିବର୍ତ୍ତନ କରିବା ପାଇଁ ମହିମା ସନ୍ୟାସୀ ଜିଲାପାଳଙ୍କ ନିକଟରେ ଦାବି କରିଛନ୍ତି । ଅନୁସୂଚିତ ଜାତି ମହିଳା ମାନଭ୍କ ପାଇଁ ସରପଞ୍ଚ ପଦବୀ ସଂରକ୍ଷିତ ରହିଥବବା ରୁ ଦକ୍ଷ ଓ ଯୋଗ୍ୟ ପ୍ରାର୍ଥୀ ନମିବା ନେଇ ସନ୍ୟାସୀ ମାନେ ସନ୍ଦେହ ପ୍ରକାଶ କରି ଏପରି ଦାବି ଉଠାଇଥିବା ତାଙ୍କ ଅଭିଯୋଗ ପତ୍ରରୁ ସ୍ପଷ୍ଟ ହୋଇଛି ।

ସତ୍ୟମହିମା ଧର୍ମଧାମର ସଭାପତି ବାବା ଶୁକଦେବ ଦାସ, ସମ୍ପାଦକ ନିତ୍ୟାନନ୍ଦ ଦାସଙ୍କ ସହିତ ଅନ୍ୟବାବା ଏବଂ ସାଧରଣ ଲୋକଙ୍କ ଅଭିଯୋଗ ଅନୁସାରେ ଯୋରନ୍ଦା ପଞ୍ଚାୟତ ସଂରକ୍ଷିତ ରହିଛି । ମହିମା ଧର୍ମର ଆଦୀପୀଠଭାବରେ ପରିଚିତ ଯୋରନ୍ଦାମହିମା ଗାଦୀ ସହିତ ଜିଲ୍ଲାର ସ୍ୱର୍ଣ୍ଣତ୍ରୀଭୁମ ମଧ୍ୟରେ ଏହା ଅନ୍ୟତମ ।

ପ୍ରତିବର୍ଷ ୧୦ଲକ୍ଷରୁ ଅଧିକ ଲୋକ ଏହାରେ ସମାଗମ ହେଉଥିବାର ଜଣାପଡିଛି । ଏହି ପଞ୍ଚାୟତରେ ଜଣେ ଦକ୍ଷ ପ୍ରାର୍ଥୀ ନଥିବାରୁ ସଂରକ୍ଷଣକୁ ପରିବର୍ତ୍ତନ କରି ସାଧାରଣ ବର୍ଗର ପ୍ରାର୍ଥୀ ଦେବାପାଇଁ ଜିଲ୍ଲାପାଳଙ୍କ ନିକଟରେ ଦାବୀ କରାଯାଇଛି ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.