Take a fresh look at your lifestyle.

ଜାତୀୟ ସ୍ତରୀୟ ୱେବିନାର,ଜିଏସଟି ଉପରେ ଆଲୋଚନା

0 53

Get real time updates directly on you device, subscribe now.

ଢେଙ୍କାନାଳ : ଢେଙ୍କାନାଳ ସ୍ୱୟଂ ଶାସତ ମହାବିଦ୍ୟାଳୟରେ ସ୍ନାତକୋତ୍ତର ବାଣିଜ୍ୟବିଭାଗ ଓ ଦି ଇନଷ୍ଟିଚୁଟ ଅଫ କଷ୍ଟ ଆଣ୍ଡ ଆକାଉଣ୍ଟସ୍ ଅଫ ଇଣ୍ଡିଆ ଭୁବନେଶ୍ୱର ଶାଖାର ସହଯୋଗରେ ଜିଏସଟି ମୁଭିଙ୍ଗ ଆହେଡ୍ ଶିର୍ଷକ ଜାତୀୟ ୱେବିନାର ଅନୁଷ୍ଠିତ ହୋଇଯାଇଛି । ଏହି ଭର୍ଚ୍ଚୁଆଲ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ରଣଜିତ କୁମାର ପ୍ରଧାନ ସଭାପତିତ୍ୱ କରିଥିବା ବେଳେ ଦେଶ ବିଦେଶରୁ ବହୁ ଅତିଥି ଯୋଗଦେଇଥିଲେ ।

କାର୍ଯ୍ୟକ୍ରମରେ ବହୁ ଅଧ୍ୟାପକ,ଅଧ୍ୟାପିକା,ଛାତ୍ରଛାତ୍ରୀ ସଂଲଗ୍ନ ହୋଇଥିବାବେଳେ ସମସ୍ତଙ୍କୁ ସ୍ୱାଗତ କରାଯାଇଥିଲା । ସ୍ୱତନ୍ତ ଅତିଥି ଭାବରେ ସିଏମଏ ହମୋବ ମିଶ୍ର, ସିଏମଏ ଅର୍ନ୍ତର୍ଯ୍ୟାମୀ ଆଚାର୍ଯ୍ୟ, ସିଏମଏ ନିରଞ୍ଜନ ମିଶ୍ର ପ୍ରମୁଖ ଯୋଗଦେଇ ଥିଲେ । ଇନ୍ଦିରାଗାନ୍ଧୀ ନ୍ୟାସନାଲ ଟ୍ରାଇବାଲ ୟୁନିଭରସିଟିର ବରିଷ୍ଠ ପ୍ରଫେସର ସୁକାନ୍ତ କୁମାର ବରାଳ, ଉକ୍ରଳ ବିଶ୍ୱବିଦ୍ୟାଳୟର ପ୍ରଫେସର ଡା.ରବିନ୍ଦ୍ରକୁମାର ସ୍ୱାଇଁ ଏବଂ ସିଏମଏ ଶିବପ୍ରସାଦ ପାଢି ଯୋଗଦେଇ ଜିଏସଟି ଉପରେ ମତାମତ ଉପସ୍ଥାପନ କରିଥିଲେ । ସ୍ୱାତକୋତ୍ତର ବାଣିଜ୍ୟ ବିଭାଗର ମୁଖ୍ୟ ଡା.ରଜନୀକାନ୍ତ ଖୁଣ୍ଟିଆ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

ରସାୟନ ବିଭାଗର ମୁଖ୍ୟ ଡା.ଦେବାଶିଷ ମହାନ୍ତି ଏବଂ କମ୍ପୁ୍ଟର ବିଭାଗର ମୁଖ୍ୟ ଦିଲ୍ଲିପ କୁମାର ନାୟକ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । କାର୍ଯ୍ୟକ୍ରମରେ ସନ୍ଦିବ କୁମାର ମହାନ୍ତି, ଆଦତ୍ୟ ପ୍ରସାଦ ମହାପାତ୍ର, ନିତ୍ୟ ରଞ୍ଜନ ତ୍ରିପାଠୀ ଏବଂ ରାଧା ଅଗ୍ରୱାଲ ପ୍ରମୁଖ ସହଯୋଗ କରିଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.