Take a fresh look at your lifestyle.

ଫାଇଲେରିଆ ରୋଗ ନିରାକରଣ ପାଇଁ ରାତ୍ରିକାଳିନ ରକ୍ତସଂଗ୍ରହ କାର୍ଯ୍ୟକ୍ରମ ଅନୁଷ୍ଠିତ

ଫାଇଲେରିଆ ରୋଗର ଜୀବାଣୁ ଦିନବେଳା ରକ୍ତକୁ ଆସିନଥାନ୍ତି, ଏହି ରୋଗହେଲେ ଗୋଦର ଗୋଡ଼ ହେବା, ହାତ ଫୁଲିବା, ହାଇଡ୍ରୋସିଲ୍ ହେବା ଆଦି ଲକ୍ଷଣ ଦେଖାଯାଏ

0 88

ଢେଙ୍କାନାଳ : ଖଜୁରିଆକଟା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନରେ ଥିବା ନାଉକିଆରି ଗାଁରେ ଫାଇଲେରିଆ ରୋଗ ନିରାକରଣ ପାଇଁ ରାତ୍ରିକାଳିନ ରକ୍ତସଂଗ୍ରହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ସହକାରୀ ଭେକ୍ଟରବାହିତ ରୋଗ ଅଧିକାରୀ ଡା. ହିମାଂଶୁ ଶେଖର ହେମ୍ବ୍ରମ୍ ଓ ଜିଲ୍ଲା ଭେକ୍ଟର ବାହିତ ରୋଗ ପରାମର୍ଶଦାତା ତପନ କୁମାର ସାହୁ ଯୋଗଦେଇ ଫାଇଲେରିଆର ନିରାକରଣ ଉପରେ ବିସ୍ତୃତ ଆଲୋଚନା କରିଥିଲେ । ଫାଇଲେରିଆ ରୋଗର ଲକ୍ଷଣ ଥରେ ଦେଖାଗଲେ ଆଉ ଭଲ ହୁଏନାହିଁ ।

ଏହି ରୋଗର ଲକ୍ଷର ୧ବର୍ଷ ବା ୫ରୁ ୮ବର୍ଷ ପରେ ଦେଖାଯାଇଥାଏ । ଏହି ରୋଗ ମାଈ କ୍ୟୁଲେକ୍ସ ମଶା ଦ୍ୱାରା ହୋଇଥାଏ । ଫାଇଲେରିଆ ରୋଗର ଜୀବାଣୁ ଦିନବେଳା ରକ୍ତକୁ ଆସିନଥାନ୍ତି, ଏହି ରୋଗହେଲେ ଗୋଦର ଗୋଡ଼ ହେବା, ହାତ ଫୁଲିବା, ହାଇଡ୍ରୋସିଲ୍ ହେବା ଆଦି ଲକ୍ଷଣ ଦେଖାଯାଏ । ନାଉକିଆରି ରକ୍ତ ସଂଗ୍ରହ କେନ୍ଦ୍ରରେ ୫୧୮ଜଣଙ୍କର ରକ୍ତନମୂନା ସଂଗ୍ରହ କରାଯାଇଛି । ପରୀକ୍ଷା ପରେ ଫାଇଲେରିଆ ରୋଗ ଚିହ୍ନଟ ହେଲେ ତୁରନ୍ତ ୧୨ଦିନର ଚିକିତ୍ସା ପ୍ରଦାନ କରାଯିବାର ବ୍ୟବସ୍ଥା ଅଛି ।

ଆମ ଜିଲ୍ଲାର ମୋଟ୍ ୮ ଫାଇଲେରିଆ ରୋଗ ପ୍ରବଣ ଗାଁରେ ରାତ୍ରିକାଳୀନ ରକ୍ତ ପରୀକ୍ଷା କାର୍ଯ୍ୟକ୍ରମ କରାଯିବାର ବ୍ୟବସ୍ଥା ଅଛି । ଜିଲ୍ଲାର ଫାଇଲେରିଆପ୍ରବଣ ଗ୍ରାମ ଗୁଡିକ ମଧ୍ୟରେ ଦୁଦୁକାଟେଣୀ (ବେଲଟିକିରି), ବାରିହାପୁର (ପରଜଙ୍ଗ), ତୁମୁସିଙ୍ଗା (ଅଁଳାବେରେଣୀ), ଭୁବନ ବିଜ୍ଞାପିତ ଅଂଚଳ, ନାଉକିଆରୀ (ଖଜୁରିଆକଟା), ମାଧପୁର (ଶ୍ରୀରାମଚନ୍ଦ୍ରପୁର) ଆଦି ଗାଁରେ ଅନ୍ୟୁନ ୫୦୦ ରକ୍ତ ନମୁନା ସଂଗ୍ରହ କରାଯିବାର ଲକ୍ଷ୍ୟ ରହିଛି ।୨୦୨୦ ମସିହାରେ ଢେଙ୍କାନାଳ ଜିଲ୍ଲାରୁ ୪୦୫୯ରକ୍ତ ନମୂନା ସଂଗ୍ରହ କରାଯାଇ ୭୪ ଜଣକଠାରେ ଫାଇଲେରିଆ ରୋଗ ଚିହ୍ନଟ ସହ ଚିକିତ୍ସା କରାଯାଇଥିଲା ।

 ନାଉକିଆରୀ ରକ୍ତନମୂନା ସଂଗ୍ରହ କେନ୍ଦ୍ରରେ ଖଜୁରିଆକଟା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡା. ସାଗର ପ୍ରଧାନ, ବ୍ଲକ ଜନସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ନଗେନ୍ଦ୍ର ନାୟକ, ବ୍ଲକ ପରିଦର୍ଶକ କାଳନ୍ଦୀ ବିଶ୍ୱାଳ, ଭେକ୍ଟର ବାହିତ ରୋଗ ପରିଦର୍ଶକ ସୁନିଲ କୁମାର ମହାପାତ୍ର, ଲାବୋରେଟୋରୀ ଟେକ୍ନିସିଆନ୍ ପ୍ରସନ୍ନ ପୃଷ୍ଟି ଓ ପ୍ରୀତିରଞ୍ଜନ ନାଥ, ସ୍ୱାସ୍ଥ୍ୟକର୍ମୀ ହେମନ୍ତ ମହାନ୍ତି ଓ ଭୈରବ ଚନ୍ଦ୍ର ସାହୁ, ଆଶାକର୍ମୀ ସଂଯୁକ୍ତା ସାହୁ, ଜ୍ୟୋତ୍ସ୍ନାରାଣୀ ବିଶ୍ୱାଳ ପ୍ରମୁଖ ରକ୍ତନମୂନା ସଂଗ୍ର କରିଥିଲେ ।

- Advertisement -

Leave A Reply

Your email address will not be published.