Take a fresh look at your lifestyle.

ଭୋଜଦେଈପୁର ଗ୍ରାମକୁ ଏକ ଆଦର୍ଶ ଗ୍ରାମ ସକାଶେ ସମସ୍ତ ପ୍ରକାର ପ୍ରୟାସ ଜାରି ରହିଛି

ଗାଁ ପାଇଁ ଦିନଟିଏ ପକ୍ଷରୁ କୋଭିଡ୍ ଟିକାକରଣ

0 41

Get real time updates directly on you device, subscribe now.

ଢେଙ୍କାନାଳ: ଗାଁ ପାଇଁ ଦିନଟିଏ ପକ୍ଷରୁ ଭୋଜଦେଈପୁର ଗ୍ରାମକୁ ସମ୍ପୂର୍ଣ୍ଣ ଟିକାକରଣ ଗ୍ରାମ କରିବା ପାଇଁ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ବେଲଟିକିରି ତରଫରୁ ସମସ୍ତ ସହାୟତା ପ୍ରଦାନ କରାଯାଇଥିଲା । ଟିକାକରଣ ପୂର୍ବାହ୍ନ ସାଢ଼େ ୯ଟାରୁ ଅପରାହ୍ନ ସାଢ଼େ ୪ଟା ପର୍ଯ୍ୟନ୍ତ ଜାରି ରହିଥିଲା ।

ଏହି କାର୍ଯ୍ୟକ୍ରମ ଆଧାରରେ ଗ୍ରାମର ୨୦୦ଜଣଙ୍କୁ ଟିକାକରଣ କରାଯାଇଥିଲା । ସେଥିରୁ ୧୮ବର୍ଷରୁ ୪୪ବର୍ଷ ବର୍ଗରେ ପ୍ରଥମ ଡୋଜ ୨୧ଜଣ, ଦ୍ୱିତୀୟ ଡୋଜ ୫୧ଜଣ ଟିକା ନେଇଛନ୍ତି । ସେହିପରି ୪୫ରୁ ୬୦ବର୍ଷ ବର୍ଗରେ ପ୍ରଥମ ଡୋଜ ୧୨ଜଣ ଓ ଦ୍ୱିତୀୟ ଡୋଜ ୭୪ଜଣ ଟିକା ନେଇଥିବା ବେଳେ ୬୦ରୁ ଉଦ୍ଧ୍ୱର୍ ବର୍ଗର ପ୍ରଥମ ଡୋଜ ୨୪ଜଣ ଓ ଦ୍ୱିତୀୟ ଡୋଜ ୧୭ଜଣଙ୍କୁ ଟିକା ଦିଆଯାଇଛି । ଗର୍ଭବତୀ ମହିଳା ବର୍ଗରେ ଦ୍ୱିତୀୟ ଡୋଜ ଜଣେ ଟିକା ନେଇଥିବା ଜଣାପଡିଛି ।

କାର୍ଯ୍ୟକ୍ରମରେ ବେଲଟିକିରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଭ୍ୟାସିନେଟର ସୁନିତା ସ୍ୱାଇଁ ଓ ଡିଇଓ ପ୍ରିତିପୁଷ୍ପା ମହାନ୍ତି ଟିକାକରଣ କରିଥିବା ବେଳେ ଗାଁ ପାଇଁ ଗୋଟିଏ ଦିନ ତରଫରୁ କୈଳାସ ଚନ୍ଦ୍ର ମହାପାତ୍ର, ଅରୁଣ ନନ୍ଦ, ସୁଦର୍ଶନ ତ୍ରିପାଠୀ, ଉଦୟନାଥ ମହାପାତ୍ର, ବିଭୁତି ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ ।

 ପ୍ରକାଶଥାଉକି, ଗାଁ ପାଇଁ ଗୋଟିଏ ଦିନ ଅଭିଯାନ ତରଫରୁ ଭୋଜଦେଈପୁର ଗ୍ରାମକୁ ଏକ ଆଦର୍ଶ ଗ୍ରାମ ସକାଶେ ସମସ୍ତ ପ୍ରକାର ପ୍ରୟାସ ଜାରି ରହିଛି ବୋଲି ଆବାହକ ରୁଦ୍ରପ୍ରସାଦ ମହାପାତ୍ର ପ୍ରକାଶ କରିଛନ୍ତି ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.