Take a fresh look at your lifestyle.

ପ୍ରଦୀପ ସେନାପତିଙ୍କ ପିତୃ ବିୟୋଗ

ଶୋକ ପ୍ରକଟ କଲେ ସାଂସଦ ଓ ବିଧାୟକ

0 126

Get real time updates directly on you device, subscribe now.

ଢେଙ୍କାନାଳ : ଢେଙ୍କାନାଳର ଜିଲାର ଜଣାଶୁଣା ବୈଦୁ୍ତିକ ଗଣମାଧ୍ୟମର ସାମ୍ବାଦିକ ପ୍ରଦୀପ ସେନାପତିଙ୍କ ପିତା ମଧୁସୂଦନ ସେନାପତି ଙ୍କ ୭୫ ବର୍ଷ ବୟସରେ ଆଜି ପୂର୍ବାହ୍ନରେ ହୃଦ୍ଘାତରେ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ମୃତୁ୍ୟ ହୋଇଯାଇଛି । ସ୍ୱର୍ଗତ ମଧୁସୂଦନ ବାବୁ ରାଜ୍ୟ ସମବାୟ ବିଭାଗର ଅଡିଟର୍ ଭାବେ କାର୍ଯ୍ୟ ପରେ ଅବସର ଗ୍ରହଣ କରିଥିଲେ ।

ତାଙ୍କ ଅକାଳ ବିୟୋଗ ଖବର ପାଇ ଢେଙ୍କାନାଳ ସାଂସଦ ମହେଶ ସାହୁ ଓ ବିଧାୟକ ସୁଧିର କୁମାର ସାମଲ ମୁଖ୍ୟ ଚିକିତ୍ସାଳାୟରେ ପହଁଚି ତାଙ୍କ ମରଶରୀରରେ ପୂଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଜିଲାର ସମସ୍ତ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

ମଧୁସୂଦନ ବାବୁଙ୍କ ମରଶରୀର ନିକଟରେ ତାଙ୍କ ଏକମାତ୍ର ପୁତ୍ର ତଥା ଜୀ-କଳିଙ୍ଗ ନି୍ୟୁଜ୍ ଚାନେଲ୍ର ଜିଲା ପ୍ରତିନିଧି ପ୍ରଦୀପଙ୍କୁ ସମବେଦନା ଜଣାଇବା ସହିତ ସ୍ୱର୍ଗତ ଆତ୍ମାର ସଦ୍ଗତି ନିମନ୍ତେ ପ୍ରାର୍ଥନା କରିଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.