Take a fresh look at your lifestyle.

ପୁରାତନ ଛାତ୍ରୀ ଛାତ୍ର ମାନଙ୍କ ନିତି ଆଦର୍ଶକୁ ଅନୁପ୍ରାଣିତ ହେଲେ ଶ୍ରେଷ୍ଠତା ପ୍ରତିପାଦନ କରିବା

ରସାୟନ ବିଭାଗ ପକ୍ଷରୁ ନବାଗତ ମାନଙ୍କୁ ସ୍ଵାଗତ ଉତ୍ସବ

0 123

Get real time updates directly on you device, subscribe now.

ଭୁବନ : ଢେଙ୍କାନାଳ ଜିଲ୍ଲା ଭୁବନ ବାଜି ରାଉତ କଲେଜର ରସାୟନ ବିଜ୍ଞାନ ବିଭାଗର ସମ୍ମାନ ନୂତନ ଛାତ୍ରୀ ଛାତ୍ର ମାନଙ୍କୁ ବିଭାଗ ପକ୍ଷରୁ ବୁଧବାର ସ୍ଵାଗତ କରାଯାଇଛି । ଏହି ସ୍ଵାଗତ ଉତ୍ସବରେ +୩ ଶେଷ ଵର୍ଷ ବିଜ୍ଞାନ ବିଭାଗ ସମ୍ମାନର ଛାତ୍ରୀ ଛାତ୍ର ମାନେ ନବାଗତ ତଥା +୩ ପ୍ରଥମ ଓ ୨ୟ ବର୍ଷ ରସାୟନ ବିଜ୍ଞାନ ବିଭାଗର ଛାତ୍ରୀ ଛାତ୍ର ମାନଙ୍କୁ ସ୍ଵାଗତ କରିଥିଲେ ।

ସେଥିରେ ରସାୟନ ବିଜ୍ଞାନ ବିଭାଗର ମୁଖ୍ୟ ଡଃ ସତ୍ୟନାରାୟଣ ଦାସ ସଭାପତିତ୍ବ କରିଥିଲାବେଳେ କଲେଜର ରାଜନୀତି ବିଜ୍ଞାନ ବିଭାଗର ମୁଖ୍ୟ ପ୍ରଫେସର ହିମାଂଶୁ ଶେଖର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ପୂର୍ବରୁ କଲେଜରେ କୃତିତ୍ବ ଅର୍ଜନ କରିଥିବା ଛାତ୍ରୀ ଛାତ୍ର ମାନଙ୍କୁ ନବାଗତ ମାନେ ଅନୁସରଣ କଲେ ଉଦେଶ୍ୟ ପୂରଣ ହେବା ସହିତ ନିଜକୁ ପ୍ରତିଷ୍ଠିତ କରିପାରିବେ ।

ଅନ୍ୟତମ ଅତିଥି ଭାବେ ସଂସ୍କୃତ ବିଭାଗର ମୁଖ୍ୟ ଅଧ୍ୟାପକ ଗୈ।ରାଙ୍ଗ ଚରଣ ମହାରଣା, ରସାୟନ ବିଜ୍ଞାନ ବିଭାଗର ଅଧ୍ୟାପକ ଜୀବନ ରଞ୍ଜନ ସାହୁ , ସଞ୍ଜୟ କୁମାର ସାହୁ ଓ ମୁଖ୍ୟ କିରାଣୀ କୈଳାସ ଚନ୍ଦ୍ର ବେହେରା ଅତିଥି ଭାବେ ଯୋଗଦେଇଥିଲେ । ସମ୍ମାନ ବିଭାଗର +୩ ତୃତୀୟ ବର୍ଷ ଛାତ୍ରୀ ପ୍ରିୟଙ୍କା ପ୍ରିୟ ଦର୍ଶିନୀ ନାୟକ ଅତିଥି ମାନଙ୍କର ପରିଚୟ ପ୍ରଦାନ ଓ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ । ଛାତ୍ର ଜୟଦ୍ରାସ ନାୟକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

ଶେଷଵର୍ଷର ଛାତ୍ରୀ ମାନେ ନବାଗତ ମାନଙ୍କୁ ଚନ୍ଦନ, ପୁଷ୍ପ ଓ ନୈବେଦ୍ୟ ଦେଇ ବନ୍ଦାପନା କରିଥିଲେ । ସମସ୍ତ ନବାଗତ ଛାତ୍ରୀ ଛାତ୍ର ମାନେ ନିଜ ନିଜର ପରିଚୟ ପ୍ରଦାନ କରିଥିଲେ । ସମସ୍ତ ଛାତ୍ରୀ ଛାତ୍ର ଉପସ୍ଥିତ ଥିଲେ । ବିଭାଗର ସହାୟକ କର୍ମଚାରୀ ଲକ୍ଷ୍ମୀଧର ପୃଷ୍ଟି ଓ ପ୍ରମୋଦ କୁମାର ଥାଟୋଇ ଉପସ୍ଥିତ ରହି ସହଯୋଗ କରିଥିଲେ । ପରିଶେଷରେ ଛାତ୍ର ଆସୁତୋଷ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.