Take a fresh look at your lifestyle.

ଗଁଦିଆ ହାଇସ୍କୁଲ ରେ ସ୍କାଉଟ ଗାଇଡ଼ ପକ୍ଷ ରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ

0 59

Get real time updates directly on you device, subscribe now.

ଢେଙ୍କାନାଳ : ଓଡିଶା ରାଜ୍ୟ ଭାରତ ସ୍କାଉଟ ଗାଇଡସ ତରଫରୁ  “ଜୀବନ ବିନ୍ଦୁ ”  କାର୍ଯ୍ୟକ୍ରମ ଗଁଦିଆ ହାଇସ୍କୁଲ ରେ ଅନୁଷ୍ଠିତ  ହୋଇଛି । ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ସୁଶ୍ରୀ ସୌଦାମିନୀ ଦାସ , ବ୍ଲକ ଶିକ୍ଷା ଅଧିକାରୀ ମିନତୀ ଦେହୁରୀ , ପ୍ରାକ୍ତନ ଶିକ୍ଷକ ରବିନାରାୟଣ ପରିଡ଼ା , 3 ଜଣ ABEO  ଜ୍ୟୋତିର୍ମୟୀ ନାଥ , ସନ୍ଧ୍ୟା ରାଣୀ ସ୍ୱାଇଁ , ସଂସାର ଭୋଇ ପ୍ରଧାନ ଶିକ୍ଷକ  ମୂରଲୀଧର ସାହୁ ,  ଗଁଦିଆ ଉଚ୍ଚ ବିଦ୍ୟାଳୟ ର ସଭାପତି ହଳଧର ପାତ୍ର ପ୍ରମୁଖ ଅତିଥି ରୂପରେ ଯୋଗ ଦାନ  କରିଥିଲେ |

ଉକ୍ତ ରକ୍ତଦାନ ଶିବିର ରେ 33 ୟୁନିଟ ରକ୍ତ ସଂଗ୍ରହ  କରାଯାଇଥିଲା | ପ୍ରକାଶ ଥାଉକି   ବ୍ଲକ ର ସମସ୍ତ CRCC  ଙ୍କ ସହ ଶିକ୍ଷୟତ୍ରୀ ଦିପ୍ତିମୟି ଲେଙ୍କା , ଗାଇଡି ଶିକ୍ଷିକା  ସ୍ଵର୍ଣାଞ୍ଜଳି ମିଶ୍ର , ମଞ୍ଜୁଲତା ବେହେରା  ସ୍କାଉତ୍ ମାଷ୍ଟର  ଶରତ କୁମାର ନାୟକ , ଦୁଷ୍ମନ୍ତ ସେଠୀ , କବ୍  ମାଷ୍ଟର ତଥା  ସିଆର୍ ସି ସି  ଅଭୟ କୁମାର ସାହୁ , ତ୍ରିଲୋଚନ ମଲ୍ଲିକ , ବିଦ୍ୟାଧର ପରିଡ଼ା , ଅଭୟ କୁମାର ନାୟକ , ପ୍ରତାପ ଚନ୍ଦ୍ର ବାରିକ , ଅର୍ଜୁନ ଓଝା , ଶରତ ଧଳ , ବଳରାମ ବେହେରା , ଅର୍ଜୁନ ସେଠୀ , ଛାୟା ପ୍ରକାଶ ବେହେରା ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିବା ସହ କାର୍ଯକ୍ରମ ପରିଚାଳନା ରେ ସହଯୋଗ କରିଥିଲେ|

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.