Take a fresh look at your lifestyle.

ଗଁଦିଆ ବ୍ଲକରେ ମେଗା ଋଣ ମେଳା ଅନୁଷ୍ଠିତ

0 7
ଢେଙ୍କାନାଳ : ଗଁଦିଆ ବ୍ଲକରେ ଏକ ବ୍ଲକ ସ୍ତରୀୟ ମେଗା ଋଣ ମେଳା ଅନୁଷ୍ଠିତ ହୋଇଯାଇଛି | ଓଡିଶା ଜୀବିକା ମିଶନ ପକ୍ଷରୁ ଅନୁଷ୍ଠିତ ଉକ୍ତ ମେଳାରେ ଗଁଦିଆ ପଞ୍ଚାୟତ ସମିତି ଅଧକ୍ଷା ଗୀତାଞ୍ଜଳି ଭୂୟାଁ ଙ୍କର ଅଧ୍ୟକ୍ଷତା ରେ ଅନୁଷ୍ଠିତ ମେଳା ରେ ମୁଖ୍ୟ ଅତିଥି ଭାବରେ ଢେଙ୍କାନାଳ ଜିଲ୍ଲାପରିଷଦ ଉପାଧ୍ୟକ୍ଷ କୋଦଣ୍ଡ ଧର ସାହୁ ଯୋଗ ଦେଇ ଋଣ ରା ସାଧାରଣ ବିନିଯୋଗ ଉପରେ କହିଥିଲେ | ସମ୍ନାନିତ ଅତିଥି ଭାବରେ ଗୋଷ୍ଟି ଉନ୍ନୟନ ଅଧିକାରୀ ଆଶିଷ ରଞ୍ଜନ ସାହୁ, ବ୍ଲକ ଉପାଧ୍ୟକ୍ଷ ପ୍ରଫୁଲ କୁମାର ସାହୁ ଓ ଗଁଦିଆ ବ୍ଲକ  ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଉର୍ମିଳା ଦେହୁରୀ ପ୍ରମୁଖ ଯୋଗଦାନ କରିଥିଲେ |
ବି ପି ସି ସସ୍ମିତା ରାଉତ ପ୍ରମୁଖ ଯୋଗଦାନ କରି ମେଳାରେ  ବ୍ଲକର ୭୧ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀକୁ ସମୁଦାୟ ଏକକୋଟି ସତସ୍ତରୀ ଲକ୍ଷ୍ୟ ଟଙ୍କାର ଋଣ ମଞ୍ଜୁର କରାଯାଇଥିବା ସୂଚନା ଦେଇଥିଲେ |ଏହି କାର୍ଯ୍ୟକ୍ରମ କୁ ଓଡିଶା ଜୀବିକା ମିଶନ ର ବି ପି ଏମ ବୀରକିଶୋର ପଣ୍ଡା ଓ ବ୍ଲକ ପି ଏ ନିରାକାର ନାୟକ ବି ପି ସି ମଧୁସ୍ମିତା ବିଶ୍ୱାଳ ପ୍ରମୁଖ ପରିଚାଳନା କରିଥିଲେ |

- Advertisement -

Leave A Reply

Your email address will not be published.